ପୃଥିବୀ ଆଡ଼କୁ ଆସୁଥିବା ଉଲକାପିଣ୍ଡକୁ ନେଇ ଚିନ୍ତିତ ବୈଜ୍ଞାନିକ ! କେବେ ବି ବିନାଶକାରୀ ହୋଇପାରନ୍ତି ଏମାନେ

ନୂଆଦିଲ୍ଲୀ : ମହାକାଶରେ ଉଲକାପିଣ୍ଡର ଭଣ୍ଡାର ରହିଛି , ଯାହାକି ସବୁବେଳେ ଚାରିଆଡ଼େ ଘୂରି ବୁଲୁଥାନ୍ତି ।  ଆଉ ଏମିତି ବୁଲିବା ଭିତରେ ସେମାନଙ୍କ ଭିତରୁ କିଛି ଏଷ୍ଟୋରଏଡ ପୃଥିବୀର ପାଖକୁ ଆସି ଯାଆନ୍ତି । ଏହାର ତାଜା ଉଦାହରଣ ଗତ ମାସରେ ସାମନା ଆସିଥିଲା । ୨୯ ଏପ୍ରିଲରେ  ଏକ ବିଶାଳ  ଉଲକାପିଣ୍ଡ  ପୃଥିବୀ ପାଖ ଦେଇ ଯାଇଥିଲା । କିନ୍ତୁ ଏଥିରେ ପୃଥିବୀର କୌଣସି କ୍ଷତି ହୋଇନଥିଲା ,  ହେଲେ ଏହି ଏହି ଘଟଣାରେ  ବହୁତ ଲୋକ  ଭୟଭୀତ ହୋଇଯାଇଥିଲେ । ବୈଜ୍ଞାନିକମାନେ ଏମିତି ଉଲକାପିଣ୍ଡ ଉପରେ ସବୁବେଳେ ନଜର ରଖିଛନ୍ତି , ଯାହାର ପୃଥିବୀ ପାଖା ପାଖା ଆସିବାର ସମ୍ଭାବନା ଥାଏ ।

୧୯୯୭ରେ ଏହାର ଆବିଷ୍କାର କରାଯାଇଥିଲା –

ଏବେ ବୈଜ୍ଞାନିକଙ୍କୁ ଆଉ ଏକ ଏମିତି ଉଲକାପିଣ୍ଡ ବିଷୟରେ ସୂଚନା ମିଳିଛି ।  ଯାହାକୁ ଆବିଷ୍କାର ୧୯୯୭ ମସିହାରେ କରାଯାଇଥିଲା ।  ଏବେ ତାହା ପୃଥିବୀ ଆଡ଼କୁ ଖୁବ୍‌ ଦ୍ରୁତ ଗତିରେ ମାଡ଼ି ଆସୁଛି ।  ବିଶେଷଜ୍ଞମାନେ ଏହାର ନାଁ Asteroid 1997 BQ  ଦେଇଛନ୍ତି । ଯାହା କି ଏକ ଭୟଙ୍କର ଉଲକାପିଣ୍ଡ ।

ଏହି ଉଲକାପିଣ୍ଡର ଖାସ୍‌ କଥା ହେଲା  ଏହାକୁ ମହାକାଶରେ ସବୁଠୁ ବଡ଼ ଓ ଭୟଙ୍କର Asteroid Apollo କ୍ୟାଟେଗୋରୀରେ ସାମିଲ୍‌ କରାଯାଇଛି ।  ବୈଜ୍ଞାନିକ ଏହାକୁ ନେଇ ବେଶୀ ଚିନ୍ତିତ ।

୧ କିଲୋମିଟର  ଲମ୍ୱା  ଏହି  ଏଷ୍ଟୋରଏଡ –

1997 BQ  ଉଲକାପିଣ୍ଡ ଉପରେ ସାରା ବିଶ୍ୱର ବୈଜ୍ଞାନିକ ମାନଙ୍କର ନଜର ରହିଛି ।  ନାସାର ସେଣ୍ଟର ଫର ନିୟର ଅର୍ଥ ଆବଜେକ୍ଟ ଷ୍ଟଡିଜ୍‌ ଗ୍ରହର 0.05au ଭିତରେ ଆସୁଥିବା  ସବୁ ଉଲକାପିଣ୍ଡକୁ ଟ୍ରାକ୍‌ କରିଥାଏ , ଯାହା ୪.୬ ମିଲିୟନ  ମାଇଲ୍‌ସ ଠାରୁ ଅଧିକ । 

ବୈଜ୍ଞାନିକଙ୍କ ମୁତାବିକ୍‌  ଏକ କିଲୋମିଟର  ଲମ୍ୱ  କୌଣସି ବି ଉଲକାପିଣ୍ଡ ପୃଥିବୀ ସହ ଧକ୍କା  ଦେବା ପରେ ଏହାର ପରିଣାମ କେବଳ ବିନାଶ ଛଡ଼ା ଆଉ କିଛି ହୋଇନପାରେ ।

ଅନ୍ୟ ଉଲକାପିଣ୍ଡ ଠାରୁ ୯୭ ପ୍ରତିଶତ ବଡ଼ 1997 BQ  –

ନାସାର ବୈଜ୍ଞାନିକମାନେ କହିଛନ୍ତି କି ପୃଥିବୀ ଆଡ଼କୁ ବଢ଼ୁଥିବା ଏହି ଉଲକାପିଣ୍ଡର ଗତି ପାଖାପାଖି ୧୧.୬ କିମି ପ୍ରତି ସେକେଣ୍ଡରେ ।  ନାସା  କହିଥିଲା କି  1997 BQ  ଏଷ୍ଟୋରଏଡ ୦.୬୬୮ ମିଟରରୁ  ନେଇ ୧.୪୯୩ ମିଟର ଓସାର ।  ବର୍ତ୍ତମାନ ଏହି ଉଲକାପିଣ୍ଡ ଦ୍ୱାରା ମାନବ ସଭ୍ୟତା ଓ ପୃଥିବୀକୁ କିଛି ବିପଦ ନାହିଁ , କିନ୍ତୁ  ନାସାର ବୈଜ୍ଞାନିକ ମାନେ ସାବଧାନ କରିଦେଇଛନ୍ତି ।ବାସ୍ତବରେ ଏହି ଉଲକାପିଣ୍ଡ ଅନ୍ୟ ଉଲକାପିଣ୍ଡଙ୍କ ଠାରୁ ୯୭ ପ୍ରତିଶତ ବଡ଼ ଏବଂ  ଯଦି ଏହା ପୃଥିବୀ ସହ ଧକ୍କା ଦିଏ ତ ଭୟାନକ ବିନାଶକାରୀ ସାବ୍ୟସ୍ତ ହୋଇପାରେ ।

ଭବିଷ୍ୟତରେ  ୨୨ ଟି ଉଲକାପିଣ୍ଡ ଆସିବା ସମ୍ଭାବନା –

 ବୈଜ୍ଞାନିକମାନଙ୍କ ମୁତାବିକ୍‌ ଯଦି ଏହି ଉଲକାପିଣ୍ଡ  ପୃଥିବୀ ସହ ଧକ୍କା ନହୋଇ  ଚାଲିଗଲେ ବି ବିଶାଳ ସୁନାମୀ ହୋଇପାରେ ।  ନାସାର ବୈଜ୍ଞାନିକଙ୍କ ଅନୁସାରେ , ସେମାନେ ୨୨ଟି ଉଲକାପିଣ୍ଡ ଚିହ୍ନଟ କରିଛନ୍ତି , ଯେଉଁମାନେ ଆସନ୍ତା ୧୦୦ ବର୍ଷ ଭିତରେ ପୃଥିବୀର ୪୬.୫ ଲକ୍ଷ ମାଇଲ୍‌ ପାଖାପାଖି ଆସିବାର ସମ୍ଭାବନା ରହିଛି । ସ୍ପେସ୍‌ ଅର୍ଗାନାଇଜେସନ ଏହାକୁ ଭୟାନକ ଉଲକାପିଣ୍ଡ ତାଲିକାରେ ରଖିଛନ୍ତି ।

   ସମ୍ବନ୍ଧିତ ଖବର


ସେକ୍ସ ୱାର୍କରଙ୍କୁ ମିଳିଲା ସୁଯୋଗ …କିନ୍ତୁ ସାମାଜିକ ଦୂରତା ଅନିବାର୍ଯ୍ୟ ..ଜାଣନ୍ତୁ କଣ ରହିଛି ଗାଇଡ୍‌ ଲାଇନ୍

ମାଗଣାରେ ପ୍ରବାସୀ ଶ୍ରମିକଙ୍କ ବୋଝ ଉଠାଉଛନ୍ତି ୮୦ ବର୍ଷୀୟ ‘ସୁଫୀ ସନ୍ଥ’

ଚାକିରିର ଶେଷ ଦିନରେ କାର୍ଯ୍ୟାଳୟର ଚଟାଣରେ ଶୋଇଲେ ଆଇପିଏସ୍ ଅଧିକାରୀ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ନିଆରା ଗୋଲେଖ … ଚକୁଳିଆ ପଣ୍ଡା ବେଶରେ କରୋନା ଯୋଦ୍ଧା …ଗରୀବ ଓ ଅସହାୟଙ୍କ ପ୍ରିୟ ମଣିଷ

ସାରା ଅଲ୍ଲୀ ଖାନ୍‌ଙ୍କ ପାଇଁ ସହଜ ନଥିଲା ବଲିଉଡ୍‌ ଯାତ୍ରା …ଏହି ଭିଡ଼ିଓ ଦେଖିଲେ ଜାଣିପାରିବେ

ହାଇପ୍ରୋଫାଇଲ୍‌ ଲଭ୍‌ ଷ୍ଟୋରୀ ଦମ୍ପତି ପୁଣି ଚର୍ଚ୍ଚାରେ …ବିଜେପି MLAଙ୍କ ଝିଅ ସାକ୍ଷୀଙ୍କର ସ୍ୱାମୀଙ୍କୁ ଜେଲ୍‌