ମାଆ ଓ ଝିଅ ମୃତ୍ୟୁ ଘଟଣା : ଅଭିଯୁକ୍ତ ଗିରଫ, ପଜିଟିଭ୍‌ ଚିହ୍ନଟ ପରେ କୋଭିଡ଼ ସେଣ୍ଟରରେ ସଞ୍ଜୟ

ପଟ୍ଟାମୁଣ୍ଡାଇ : ମାଣପଡ଼ା ଗାଁରେ ମାଆ-ଝିଅ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ସଞ୍ଜୟକୁ ଗିରଫ କରାଯାଇଛି। ସଞ୍ଜୟକୁ ଗିରଫ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି। ତେବେ ପଜିଟିଭ୍‌ ଚିହ୍ନଟ ପରେ କୋଭିଡ଼ ସେଣ୍ଟରରେ ସଞ୍ଜୟଙ୍କୁ ରଖିଛି ପୋଲିସ। ସଞ୍ଜୟର ଭାଇ ହିମାଂଶୁ ବେହେରାକୁ କୋର୍ଟ ଚାଲାଣ କରିଛି ପୋଲିସ।

ମା’ ଓ ଝିଅଙ୍କ ମୃତ୍ୟୁ ଘଟଣାକୁ ୪ ଦିନ ବିତିଥିଲେ ମଧ୍ୟ ଉଠି ପାରିନଥିଲା ମୃତଦେହ । ମାମୁ ଘର ଦୁଆରେ ମା’ ଓ ଝିଅଙ୍କ ମୃତଦେହ ପଡିରହିଥିଲା । ଗାଁ ମନ୍ଦିର ଓ ଘରେ ଦେବାଦେବୀଙ୍କ ପୂଜା ବନ୍ଦ ରହିଥିଲା। ଗ୍ରାମବାସୀଙ୍କ ଜିଦ୍ ଥିଲା ଅଭିଯୁକ୍ତକୁ ଗିରଫ ନକରାଯିବା ପର୍ଯ୍ୟନ୍ତ ଶବ ସତ୍କାର ହେବନାହିଁ ।

ସୂଚନାଯୋଗ୍ୟ ଯେ, ଗୋଟିଏ ଦିନରେ ପୃଥକ ପୃଥକ ସ୍ଥାନରୁ ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଗତ ୧୯ ତାରିଖରୁ ମା’ ପ୍ରମିଳା ନାଥ ନିଖୋଜ ଥିଲେ । ମା’ଙ୍କ ନିଖୋଜ ନେଇ ରାଜନଗର ଥାନାରେ ଅଭିଯୋଗ କରିଥିଲେ ବଡ ଝିଅ ସତ୍ୟପ୍ରିୟା । ତେବେ ରବିବାର ସକାଳେ ମାମୁ ଘର ବାଡି ପୋଖରୀରୁ ସତ୍ୟପ୍ରିୟାଙ୍କ ମୃତଦେହ ମିଳିଥିଲା । ରାତିରେ ହଂସୁଆ ନଦୀର ଗୋବର୍ଦ୍ଧନପୁର ନିକଟରୁ ନିଖୋଜ ମା’ଙ୍କ ମୃତଦେହ ମିଳିଥିଲା । ତାଙ୍କର ମୋବାଇଲ ଓ ଚପଲ ନିକଟସ୍ଥ ମାଟିଆ ମଙ୍ଗଳା ମନ୍ଦିର ନିକଟ ହଂସୁଆ ନଦୀ ଘାଟରୁ ମିଳିଥିଲା । ଉଭୟଙ୍କୁ ହତ୍ୟା କରାଯାଇଥିବା ପ୍ରମିଳାଙ୍କ ସ୍ବାମୀ ପତିତପାବନ ନାଥ ଅଭିଯୋଗ କରିଥିଲେ ।

   ସମ୍ବନ୍ଧିତ ଖବର


ଜାହାଜରୁ ଖସି ଭାସି ଯାଉଥିଲେ ୩ ବାଂଲାଦେଶୀ ନାବିକ, ଉଦ୍ଧାର କଲେ ପାଟ୍ରୋଲିଂ କ୍ରାଫ୍ଟ ଓ ଟଗ୍‌ ବୋଟ୍‌ର ଟିମ୍

ବିଶ୍ୱ ସ୍ତରରେ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ରିଙ୍କୁ, ଯୋଗାସନରେ କଲେ ନୂଆ ରେକର୍ଡ

ଜୁଆ ଆଡ୍‌ଡା ଉପରେ ଚଢାଉ, ତିନି ଗିରଫ

ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପଥରରେ ପିଟି ହୋଇ ବାଇକ ଆରୋହୀ ମୃତ…

ଅନୁଗୁଳରେ ନିରାଡ଼ମ୍ବରରେ ଚାଲିଛି ମାଆଙ୍କର ମହାସପ୍ତମୀ ପୂଜା, କୋଭିଡ କଟକଣା ଭିତରେ 7 ଜଣଙ୍କୁ ନେଇ ହେଉଛି ପୂଜାବିଧି …

ଭଗାମୁଣ୍ଡାରେ କଣ୍ଟେନର ସହ ଟ୍ରକ ମୁହାଁ-ମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର