ମା’ ଓ ଝିଅଙ୍କ ମୃତ୍ୟୁ ଘଟଣାକୁ ବିତିଲାଣି ୪ ଦିନ, ଉଠିପାରୁନି ଶବ : ଅଭିଯୁକ୍ତକୁ ଗିରଫ ଦାବି

ପଟ୍ଟାମୁଣ୍ଡାଇ ୨୩।୯: ରାଜନଗର ଅଞ୍ଚଳରେ ମା’ ଓ ଝିଅଙ୍କ ମୃତ୍ୟୁ ଘଟଣାକୁ ୪ ଦିନ ବିତିଲାଣି, ହେଲେ ଉଠି ପାରିନି ମୃତଦେହ । ମାମୁ ଘର ଦୁଆରେ ମା’ ଓ ଝିଅଙ୍କ ମୃତଦେହ ପଡିରହିଛି । ଦୁର୍ଗନ୍ଧରେ ଫାଟି ପଡୁଛି ଗାଁ ଦାଣ୍ଡ । ଅନ୍ୟପଟେ ଗାଁ ମନ୍ଦିର ଓ ଘରେ ଦେବାଦେବୀଙ୍କ ପୂଜା ବନ୍ଦ ରହିଛି । ଗ୍ରାମବାସୀଙ୍କ ଜିଦ୍ ଅଭିଯୁକ୍ତକୁ ଗିରଫ ନକରାଯିବା ପର୍ଯ୍ୟନ୍ତ ଶବ ସତ୍କାର ହେବନାହିଁ ।

ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖରୁ ମା’ ପ୍ରମିଳା ନାଥ ନିଖୋଜ ଥିଲେ । ମା’ଙ୍କ ନିଖୋଜ ନେଇ ରାଜନଗର ଥାନାରେ ଅଭିଯୋଗ କରିଥିଲେ ବଡ ଝିଅ ସତ୍ୟପ୍ରିୟା । ତେବେ ରବିବାର ସକାଳେ ମାମୁ ଘର ବାଡି ପୋଖରୀରୁ ସତ୍ୟପ୍ରିୟାଙ୍କ ମୃତଦେହ ମିଳିଥିଲା । ରାତିରେ ହଂସୁଆ ନଦୀର ଗୋବର୍ଦ୍ଧନପୁର ନିକଟରୁ ନିଖୋଜ ମା’ଙ୍କ ମୃତଦେହ ମିଳିଥିଲା । ତାଙ୍କର ମୋବାଇଲ ଓ ଚପଲ ନିକଟସ୍ଥ ମାଟିଆ ମଙ୍ଗଳା ମନ୍ଦିର ନିକଟ ହଂସୁଆ ନଦୀ ଘାଟରୁ ମିଳିଥିଲା । ଉଭୟଙ୍କୁ ହତ୍ୟା କରାଯାଇଥିବା ପ୍ରମିଳାଙ୍କ ସ୍ବାମୀ ପତିତପାବନ ନାଥ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

   ସମ୍ବନ୍ଧିତ ଖବର


ସାଲେପୁର: ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ବନବିଭାଗର ଚଢ଼ାଉ: ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ଶିକାର ସରଞ୍ଜାମ ଜବତ, ଜଣେ ଗିରଫ

ମାଲବାହୀ ଅଟୋ ହୁକରେ ଲାଗି ଓଲଟିଲା ଯାତ୍ରୀବାହୀ ଅଟୋ: ୨ ଯାତ୍ରୀ ଆହତ

ପରିବା ଚୋରି କରିବା ଚୋରଙ୍କୁ ପଡିଲା ମହଙ୍ଗା:ଗଛରେ ବାନ୍ଧିଦେଲେ ଗାଁଲୋକେ, ବସିଲା କଙ୍ଗାରୁ କୋର୍ଟ

କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ

ସ୍ତ୍ରୀର ଚରିତ୍ର ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ଫେରାର