PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ମା ସାଜିଲା ରାକ୍ଷସୀ:ବୟଫ୍ରେଣ୍ଡ ସହିତ ରହିବାକୁ ୯ ଦିନ ପର୍ଯ୍ୟନ୍ତ ପିଲାଙ୍କୁ ଭୋକିଲା ରଖି ମାରିଦେଲା

ନୂଆଦିଲ୍ଲୀ,୩।୯: ମା’ ସବୁବେଳେ ମମତାମୟୀ ଓ ନିଜର ସନ୍ତାନ ପାଇଁ ସବୁକିଛି କରିପାରେ ବୋଲି ସମସ୍ତେ ଜାଣନ୍ତି। ମା’ର ମମତା ସହିତ କାହାର ତୁଳନା ନାହିଁ। କିନ୍ତୁ ୟୁକ୍ରେନରେ ଜଣେ ମହିଳା କିନ୍ତୁ ଏହାର ଠିକ୍ ବିପରୀତ, ତାଙ୍କ ପାଇଁ ନିଜର ପିଲା ବଡ ନୁହେଁ ବଂର ପ୍ରେମିକ ଥିଲେ ବଡ। ତେଣୁ ସେ  ନିଜର ବୟଫ୍ରେଣ୍ଡ ସହିତ ରହିବା ପାଇଁ ନିଜର ୧ ବର୍ଷର ପୁଅ ଏବଂ ୩ ବର୍ଷର ଝିଅକୁ ଘର ଭିତରେ ୯ ଦିନ ପର୍ଯ୍ୟନ୍ତ ବନ୍ଦ କରି ରଖିଥଲେ। ଯାହାଫଳରେ ପୁଅଟିର ମୃତ୍ୟୁ ହୋଇଥିବା ବେଳେ ଝିଅର ଅବସ୍ଥା ଖୁବ୍ ଗୁରୁତର ହୋଇପଡିଛି।  

ୟୁକ୍ରେନର ରାଜଧାନୀ କ୍ବିଭରେ ରହୁଥିବା ୨୩ବର୍ଷୀୟ ମହିଳା ବ୍ଲାଦିସ୍ଲାଭା ତ୍ରାଖିମଚୁକଙ୍କୁ ପୁଅର ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି। ୟୁକ୍ରେନର ଏହି କୋର୍ଟ ୨୦୧୬ ମସିହାର ଏହି ଘଟଣାକୁ ନେଇ ମହିଳାଙ୍କୁ ୮ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଛନ୍ତି।

ଘଟଣା ସମୟରେ ଯେତେବେଳେ ଉଦ୍ଧାରକାରୀ ଦଳ ପହଁଞ୍ଚିଥିଲେ ତାଙ୍କ ପୁଅର ମୃତ୍ୟୁ ହୋଇସାରିଥିଲା। ମା’ ଜଣକ ନିଜର ପିଲାଙ୍କ ସହିତ ସବୁବେଳେ ଖରାପ ବ୍ୟବହାର କରୁଥିଲେ, କାରଣ ତାଙ୍କୁ ରୋଗୀ ଦର୍ଶାଇ ସେ ଅନଳାଇନ୍ ଡୋନେଶନ୍ ମାଗିପାରିବେ।

କୋର୍ଟରେ ଦିଆଯାଇଥିବା ପ୍ରମାଣ ଅନୁସାରେ, ମହିଳା ଜଣକ ନିଜର ପିଲାଙ୍କୁ ଖାଇବା ପିଇବା ବନ୍ଦ କରିଦେଇଥିଲେ, ଯାହାଫଳରେ ତାଙ୍କର ଅବସ୍ଥା ଖୁବ୍ ଖରାପ ହୋଇଗଲେ ସେ ଡୋନେଶନ୍ ଆଦାୟ କରିପାରିବେ। ତଦନ୍ତକାରୀଙ୍କ ରିପୋର୍ଟ ଅନୁସାରେ ପିଲାମାନେ ଘର କାନ୍ଥରେ ଲାଗିଥିବା ଓ୍ବାଲପେପରକୁ ମଧ୍ୟ ଖାଇବାକୁ ଚେଷ୍ଟା କରିଥିଲେ।

ମହିଳା ଜଣକ ନିଜର ସଫେଇରେ କହିଛନ୍ତି, ମୁଁ ବୁଝିପାରୁନି ଏଭଳି କେମିତି ହୋଇଗଲା? ମୁଁ ସବୁବେଳେ ମୋ ପିଲାଙ୍କର ଭଲ ଚାହୁଁଥିଲି। ପିଲାମାନଙ୍କୁ ଭଲ ଜୀବନଶୈଳୀ ଏବଂ ଶିକ୍ଷା ପାଇଁ ମୁଁ ସ୍ବପ୍ନ ଦେଖୁଥିଲି ବୋଲି କୋର୍ଟ ନିକଟରେ ନିଜକୁ ନିର୍ଦୋଷୀ ପ୍ରମାଣିତ କରିବାକୁ ସଫେଇ ଦେଇ କହିଥିଲେ। ତେବେ ସ୍ଥାନୀୟ ଏକ ଟିଭି ଚ୍ୟାନେଲର ସାମ୍ବାଦିକଙ୍କ କହିବା ଅନୁସାରେ, କୋର୍ଟଙ୍କ ରାୟପରେ ମହିଳାଜଣକ କୋର୍ଟ ବାହାରେ ହସୁଥିଲେ,ଯେପରି ତାଙ୍କୁ କୌଣସି ପଶ୍ଚାତାପ ନାହିଁ।