ହତ୍ୟା ନା ଆତ୍ମହତ୍ୟା : ବକ୍ସ ଖଟ ଭିତରୁ ମିଳିଲା ୨ ପିଲାଙ୍କ ଶବ, ଉପରେ ପଡ଼ିଥିଲା ମା’ର ନିବସ୍ତ୍ର ଶବ

ଉତ୍ତରପ୍ରଦେଶ ୧୪।୨ : ଅମରୋହ ଜିଲ୍ଲାର ଡିଡୌଲି ସ୍ଥିତ ସନ୍ତଲୀ ଗାଁର ଜଣେ ମହିଳା ଓ ଦୁଇ ସନ୍ତାନଙ୍କ ଶବ ଉଦ୍ଧାର କରାଯାଇଛି। ପୋଲିସ କହିବାନୁସାରେ, ଦୁଇ ସନ୍ତାନଙ୍କ ଶବ ଡବଲ ବେଡ୍ ବକ୍ସ ଖଟରୁ ମିଳିଥିବାବେଳେ ମା’ର ନିବସ୍ତ୍ର ଶବ ଖଟ ଉପରୁ ଉଦ୍ଧାର କରାଯାଇଛି। ବିବାହିତା ମହିଳାଙ୍କ ଓଠରେ ଦାଗ ଚିହ୍ନ ଥିବାବେଳେ ଗଳାରେ କଟା ଚିହ୍ନ ସହିତ ଗୋଟିଏ ରଶି ବନ୍ଧା ହୋଇଥିଲା ବୋଲି ପୋଲିସ ସୂଚନା ଦେଇଛି।

ଘଟଣାସ୍ଥଳରେ ଆଇଜି, ଏସପି ଏବଂ ଏଏସପି ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ବିବାହିତା ମହିଳା ସାଇମା ମାନସିକ ରୋଗରେ ଆକ୍ରାନ୍ତ ବୋଲି ପରିଜନ ଏବଂ ଗ୍ରାମୀଣ ଲୋକେ କହିଛନ୍ତି। ଏପଟେ ମହିଳାଙ୍କ ଭାଇ ହତ୍ୟା ଅଭିଯୋଗ ଆଣି ମାମଲାର ଯାଞ୍ଚ କରିବା ଦାବି କରିଛନ୍ତି। ସ୍ବାମୀ ଆସିଫଙ୍କୁ ପୋଳିସ ଅଟକ ରଖି ପଚରାଉଚରା ଜାରି ରଖିଛି । ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପୋଲିସ ପଠାଇଛି। ତେବେ ମହିଳାଙ୍କୁ କେହି ହତ୍ୟା କରି ବକ୍ସ ଖଟ ଭିତରେେ ପୂରାଇ ଦେଇଛି ନା ନିଜେ ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ବଷ୍ଟ ହୋଇନାହିଁ।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା