ମା’କୁ ବଡ଼ବାପା ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିନେଲା ଝିଅ, ତା ପରଦିନ ନାଳ ଭିତରୁ ମୁଣ୍ଡ-ଗଣ୍ଡି ଅଲଗା ଅବସ୍ଥାରେ ମିଳିଲା ମୃତଦେହ

ସୋନଭଦ୍ର, ୩୦।୮: ମା’ ସହିତ ନିଜ ବଡବାପାକୁ ଆପତ୍ତିଜନକ ଅବସ୍ଥାରେ ଦେଖିନେଇଥିବା କାରଣରୁ ଜଣେ ୬ ବର୍ଷର ଝିଅକୁ ନିର୍ମମ ଭାବରେ ଗଳାକାଟି ହତ୍ୟା କରାଯାଇଛି।  କାଳେ ଅନ୍ୟ କାହା ଆଗରେ ଦୁହିଁଙ୍କ ସମ୍ପର୍କ ବିଷୟରେ କହିଦେବ ସେହି ଭୟରେ  କୁରାଢୀ ଦ୍ବାରା ବଡବାପା ନିଜ ଝିଅରୀକୁ ହତ୍ୟା କରିବା ପରେ  ମୁଣ୍ଡ-ଗଣ୍ଡି ଅଲଗା କରି ଫୋନାଡି ଦେଇଥିଲା ନାଳରେ। ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଉତ୍ତର ପ୍ରଦେଶର ବାରଣାସୀରେ ଥିବା ସୋନଭଦ୍ର ଜିଲ୍ଲାରେ ଘଟିଛି।

ଗୁରୁବାର ସକାଳେ ଝିଅଟିର କ୍ଷତବିକ୍ଷତ ଅବସ୍ଥାରେ ମୃତଦେହ ମିଳିବା ପରେ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହି ମାମଲାରେ ସବିତା ଓ ତାଙ୍କର ଦେଢଶୁର ଅଖିଳେଶ ଅଗାରିଆଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।ପୋଲିସର ସୂଚନା ଅନୁସାରେ, ଟାପୁ ଗ୍ରାମ ପଞ୍ଚାୟତର ଟୋଲା ଶକ୍ତିଚୋର ନିବାସୀ ରାମଗୁଲାମ ଅଗାରିୟାଙ୍କ ପତ୍ନୀ ସବିତା ଦେବୀ ଗତ ବୁଧାର ରାତିରେ ଘର ଠାରୁ ୧୦୦ ମିଟର ଦୂରରେ ଥିବା ତାଙ୍କ ଦେଢଶୁରଙ୍କ ଘରକୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନଫେରିବା କାରଣରୁ ତାଙ୍କର ୬ ବର୍ଷର ଝିଅ ତାଙ୍କୁ ଖୋଜିଖୋଜି ବଡବାପାଙ୍କ ଘରେ ପହଁଞ୍ଚିଥିଲା। ମା’ ସହିତ ବଡ ବାପାକୁ ଆପତ୍ତିଜନକ ଅବସ୍ଥାରେ ଦେଖି ଝିଅଟି ଆଶ୍ଚର୍ଯ୍ୟ ହୋଇଯାଇଥିଲା।

କାଳେ ଝିଅଟି ଏସବୁ ଦେଖିବା ପରେ ଅନ୍ୟମାନଙ୍କ ଆଗରେ ଏକଥା କହିଦେବ ତେଣୁ ଅଖିଳେଶ ଭୟ ପାଇଯାଇଥିଲା। ତୁରନ୍ତ କୁରାଢୀରେ ଝିଆରୀର ମୁଣ୍ଡ-ଗଣ୍ଡି ଅଲଗା କରିଦେଇଥିଲା ସେ। ପରେ ସବିତା ଓ ଅଖିଳେଶ ଘର ଠାରୁ କିଛି ଦୂରରେ ଥିବା ନାଳରେ ଫୋପାଡି ଦେଇଥିଲେ। ଝିଅ ଯିବାରେ ଖୁବ୍ ବିଳମ୍ବ ହେବାର ଦେଖି ଝିଅଟିର ବାପା ରାମଗୁଲାମ ତାଙ୍କର ସ୍ତ୍ରୀ ଏବଂ ଝିଅକୁ ଖୋଜିଖୋଜି ଭାଇ ଘରେ ପହଁଞ୍ଚିଥିଲେ। ତେବେ ସବିତା ସେଠାରେ ମଦ ନିଶରେ ପଡି ରହିଥିଲେ। ଏହା ଦେଖି ରାମଗୁଲାମ ତାଙ୍କ ସ୍ତ୍ରୀ ସବିତାଙ୍କୁ ଘରକୁ ଆଣିଥିଲେ। ତେବେ ଝିଅର ସନ୍ଧାନ ନମିଳିବାରୁ ସାରା ରାତି ଖୋଜାଖୋଜି ଚାଲିଥିଲା। ଗୁରୁବାର ସକାଳେ ଗାଁ ଲୋକେ ଏକ ନାଳରୁ କ୍ଷତ ବିକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହାପରେ ମୃତଦେହକୁ ମୋଷ୍ଟମର୍ଟମ ପାଇଁ ପଠାଇ ଦିଆଯିବା ପରେ ରାମଗୁଲାମଙ୍କ ଅଭିଯୋଗ ଅନୁସାରେ ସବିତା ଓ ଅଖିଳେଶଙ୍କୁ ଗିରଫ କରାଯାଇଛି।

   ସମ୍ବନ୍ଧିତ ଖବର


ଶଶୁରଙ୍କ ସହଥିଲା ଖରାପ ସମ୍ପର୍କ , ଗର୍ଭସ୍ଥ ଶିଶୁକୁ ପ୍ରସଙ୍ଗରେ ଶାଶୁଙ୍କସହ କଳି କରି ହତ୍ୟା କଲା ବୋହୁ

ବାପା ନଡାକିବାରୁ ଦେଢ ବର୍ଷର ଝିଅକୁ ସିଗାରେଟ୍ ଚେଙ୍କ, ଅଭିଯୁକ୍ତ କନଷ୍ଟେବଳ ଗିରଫ

ହ୍ୱାଟସ୍‌ଆପ୍‌ରେ ଗହଣା ପିନ୍ଧି ଡିପି ରଖିଥିଲା ମାଆ- ଧରା ହେଲା ଡକାୟତ ପୁଅ

ଏରିଆ ଅଧିକ ଦାୟିତ୍ବ ବେଶି, କିନ୍ତୁ ତେଲ ସରିଯିବା ଭୟରେ କମିଛି ପିସିଆର୍ ପାଟ୍ରୋଲିଂ: ପୋଲିସ ଗାଡି ନଦେଖି ବଢ଼ିଛି ଅପରାଧୀଙ୍କ ସାହସ

ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ

ଦମ୍ପତିଙ୍କଠାରୁ ୨୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ