PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

୬ ବର୍ଷର ପୁଅକୁ ଝାମ୍ପି ନେଇଥିଲା କଲରାପତରିଆ, ୧କି.ମି ପିଛା କରି ବାଘ ମୁହଁରୁ ପୁଅକୁ ଟାଣି ଆଣିଲା ମାଆ

ନୂଆଦିଲ୍ଲୀ, ୩୦/୧୧ : ବାଘ ମୁହଁରୁ ପୁଅକୁ ଫେରାଇ ଆଣିଲା ମାଆ। ମଧ୍ୟ ପ୍ରଦେଶର ସିଧି ଜିଲ୍ଲାରେ ଏଭଳି ଘଟଣା ଘଟିଛି। ଏକ ୬ ବର୍ଷର ଶିଶୁକୁ ଏକ କଲରାପତରିଆ ବାଘ ଉଠାଇ ନେଇଥିଲା। ଏହା ଦେଖି ଶିଶୁ ପୁତ୍ରର ମାଆ ପ୍ରାୟ ଏକ କି.ମି ବାଘର ପିଛା କରି ବାଘ ସହ ଲଢେଇ କରି ନିଜ ପୁଅକୁ ଉଦ୍ଧାର କରିଛି। ଏହି ଘଟଣା ପରେ ଉଭୟ ମାଆ ଓ ପୁଅ ଆହତ ହୋଇଛନ୍ତି। ଦୁଇ ଆହତ ମାଆ-ପୁଅଙ୍କୁ କୁସମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ସିଧି ଜିଲ୍ଲାର କୁସମୀ ବ୍ଲକର ଟମସାର ରେଞ୍ଜରେ ଥିବା ବାଡିଝାରିଆ ଗାଁର ଚାରିପଟେ ଜଙ୍ଗଲରେ ପରିପୂର୍ଣ୍ଣ। ଏହି ଅଞ୍ଚଳରେ ବନ୍ୟଜନ୍ତୁମାନେ ମଧ୍ୟ ରହୁଛନ୍ତି। ଗତ ରବିବାର ସନ୍ଧ୍ୟା ୭ଟାରେ ଏହି ଅଞ୍ଚଳର କିରଣ ବୈଗା ନାମକ ଜଣେ ମହିଳା ତାଙ୍କର ୬ ବର୍ଷର ଶିଶୁ ପୁତ୍ରକୁ ଧରି ବସିଥିଲେ। ଏହି ସମୟରେ ଏକ କଲରାପତରିଆ ବାଘ ପଛପଟୁ ଆସି ଶିଶୁ ପୁତ୍ରକୁ ଝାମ୍ପି ନେଇ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ।

ଆଖି ଆଗରେ ନିଜ ପୁଅକୁ ବାଘ ଝାମ୍ପି ନେବା ଦେଖି କିରଣ ସଙ୍ଗେସଙ୍ଗେ ବାଘର ପିଛା କରିଥିଲେ। ଅନ୍ଧାର ରାତିରେ ପ୍ରାୟ ୧ କି.ମି ପିଛା କରିବା ପରେ କିରଣ ବାଘ ସହ ଲଢି ନିଜ ପୁଅକୁ ରକ୍ଷା କରିଥିଲେ। କିରଣ ଯେକୌଣସି ଉପାୟରେ ବାଘ ସହ ଲଢି ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି। ତେବେ ଉଭୟ ମାଆ ଓ ପୁଅ ବାଘ ଆକ୍ରମଣରେ ଆହତ ହୋଇଛନ୍ତି। ଶିଶୁଙ୍କୁ ଉଦ୍ଧାର କରିବା ପରେ କିରଣ ବେହୋସ ହୋଇଯାଇଥିଲେ। ପାଟି ଶୁଣି ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରିଛନ୍ତି। ଦୁହିଁଙ୍କୁ ଏବେ କୁସମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର