PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋକସରା: ପଛୁଆ ବର୍ଗ ପକ୍ଷରୁ କୋକସରାରେ ସଂରକ୍ଷଣ ଦାବିରେ ରାସ୍ତା ଅବରୋଧ, ଯାତାୟତ ଠପ୍
  • ||
  • କଳାହାଣ୍ଡି: ଅଙ୍ଗନୱାଡି କର୍ମୀ ଚୟନ ପାଇଁ ରାମପୁର ଆଇସିଡିଏସ୍ ସିଡିପିଓ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍
  • ||
  • କଟକ: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାମଲା, ପିଟିସନ୍ ଖାରଜ; ସାନି ପିଟିସନ୍ ଦାଖଲ ଲାଗି ହାଇକୋର୍ଟଙ୍କ ନିର୍ଦେଶ
  • ||
  • ଭୁବନେଶ୍ୱର: କାର୍‌ଗିଲ୍‌ ବସ୍ତିରୁ ୨୫୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ
  • ||
  • ନୀଳଗିରି: ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଯୁବକଙ୍କୁ ପଡିଲା ମହଙ୍ଗା, ଧରାପଡି ନିର୍ଧୁମ ମାଡ଼ ଖାଇଲେ
  • ||
  • ସୀମାନ୍ତରେ ମାଓବାଦୀ ଯବାନ ଗୁଳିବିନିମୟ ୩ ମାଓବାଦୀ ନିହତ, ବନ୍ଧୁକ ଗୋଳାବାରୁଦ ଜବତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୧୨କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ଆଠଗଡ଼: ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର, ଖାଁ ଖାଁ ଧବଳେଶ୍ଵରଙ୍କ ପୀଠ
  • ||
  • ମୟୂରଭଞ୍ଜ: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ, ୧୬ ଦଫା ଦାବିରେ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||
  • ଭୁବନେଶ୍ୱର: ରାଜ୍ୟରେ ୫ ଦିନ ଯାଏ ବଢ଼ିବନି ଶୀତ, ୨୮ରୁ ୩୦ ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଅଷ୍ଟମ ଶ୍ରେଣୀ କ୍ଲାସ୍ ରୁମ୍ ପାଠପଢ଼ା, ପ୍ରଥମ ଦୁଇଦିନ ହସଖୁସି ପିଲାଙ୍କ ଶିକ୍ଷଣସ୍ତର ମପାଯିବ
  • ||
  • ରାୟଗଡ଼ା: ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ। ରାସ୍ତା ଅବରୋଧ ଆରମ୍ଭ ହେବାର ମାତ୍ର ୧ ଘଣ୍ଟା ପରେ ସମସ୍ତଙ୍କୁ ଉଠେଇ ନେଲା ପୁଲିସ।
  • ||
  • ଜଗତସିଂହପୁର: ୩୦୦ ଗ୍ରାମ ବ୍ରାଉନସୁଗର ସହ ନଗଦ ଟଙ୍କା ଜବତ କଲା ଜଗତସିଂହପୁର ପୋଲିସ, ଜଣେ ମହିଳା ଅଟକ
  • ||

୩୨ ବର୍ଷ ପରେ ଅପହରଣ ହୋଇଥିବା ପୁଅକୁ ପାଇଲେ ମା’, ସମ୍ପୂର୍ଣ୍ଣ କାହାଣୀ ଜାଣିବା ପରେ ଆଖିରେ ଭରିଯିବ ଲୁହ

https://aajtak.intoday.in/

ବେଜିଂ,୮।୮: ସୋସିଆଲ ମିଡିଆରେ ଏବେ ଏଭଳି ଜଣେ ମା’ଙ୍କର କାହାଣୀ ଖୁବ୍ ଭାଇରାଲ ହେଉଛି ଯିଏକି ନିଜର ପୁଅକୁ ୩୨ ବର୍ଷ ପରେ ଫେରିପାଇଛନ୍ତି।  ପ୍ରାୟ ୩ ଦଶକ ଧରି ନିଜର ପୁଅକୁ ଖୋଜୁଥିବା ଏହି ମା’ ଜଣକ ସବୁ ଆଶା ହରାଇ ବସିଥିଲେ, ସେତେବେଳେ ତାଙ୍କୁ ପୁଅକୁ ପାଇବାର ଆଶା ହରାଇ ସାରିଥିଲେ, ସେତେବେଳେ ତାଙ୍କୁ ପୁଅକୁ ଭେଟିବାରେ ସଫଳତା ହାତକୁ ଆସିଥିଲା। ତେବେ ୩୨ ବର୍ଷ ପରେ  ପୁଅକୁ ଦେଖିବାକୁ ପୂର୍ବରୁ ମା’ଙ୍କୁ ଏହି ଭୟ ଲାଗୁଥିଲା, କାଳେ ତାଙ୍କ ପୁଅ ତାଙ୍କୁ ମା’ ଭାବରେ ସ୍ବୀକାର କରିବାକୁ ମନା କରିପାରନ୍ତି।

୩୨ ବର୍ଷ ପରେ ପୁଅକୁ ଦେଖା କରିବାର ଏହି କାହାଣୀ ଚୀନର ଅଟେ। ଲି ଜିଙ୍ଗଝି ନାମକ ଏହି ମହିଳାଙ୍କ ପୁଅ ମାଓ ୟିନଙ୍କୁ ୧୯୯୮ରେ ଅପହରଣ କରି ନେଇଥିଲେ ଓ ପରେ ତାଙ୍କୁ ବିକ୍ରି କରିଦିଆଯାଇଥିଲା। ଲି ଜିଙ୍ଗଝି ଚୀନର ସନଝି ଅଞ୍ଚଳରେ ରୁହନ୍ତି। ଯେବେଠାରୁ ପୁଅ ମାଓ ୟିନଙ୍କୁ ୧୯୮୮ରେ ଅପହରଣ କରାଯାଇଥିଲା ତାଙ୍କୁ ବୟସ ୩ ବର୍ଷ ମଧ୍ୟ ହୋଇନଥିଲା।  ଚଳିତ ବର୍ଷ ମଇରେ ଲି ଝିଙ୍ଗଝିଙ୍କୁ ନିଜର ପୁଅଠାରୁ ୩ ଦଶକ ପରେ ଦେଖା କରିବାର ସୁଯୋଗ ମିଳିଥିଲା। ଏହାପରେ ପୁଅକୁ ଜନ୍ମ ଦେଇଥିବା ମା’ ଓ ବାପା ଏକାଠି ପ୍ରାୟ ୧ ମାସ ସମୟ ବିତାଇଥିଲେ।

ମାଓ ୟିନ୍ ନିଜର ବାପା-ମାଙ୍କର ଏକମାତ୍ର ସନ୍ତାନ, କାରଣ ସେତେବେଳେ ଚୀନରେ ଏକକ ସନ୍ତାନ ନୀତି ସମ୍ପୂର୍ଣ୍ଣ ଭାବରେ ଲାଗୁ ହୋଇଥିଲା। ତାଙ୍କୁ ସେତେବେଳେ ଅପହରଣ କରିଦିଆଯାଇଥିଲା ଯେତେବେଳେ ତାଙ୍କ ବାପା ଏକ ହୋଟେଲ ପାଖରେ ପାଣି ପିଇବାକୁ ଅଟକିଥିଲେ। ଲିଙ୍କ ବାପା ନିଜର ପୁଅର ସନ୍ଧାନରେ ତାଙ୍କର ଫଟୋ ସହ ୧ ଲକ୍ଷ ପୋଷ୍ଟର ଛପାଇଥିଲେ, କିନ୍ତୁ ସଫଳତା ମିଳିନଥିଲା।

ଚଳିତ ବର୍ଷ ମାଓ ୟିନଙ୍କ ବିଷୟରେ ପୋଲିସକୁ ଯେତେବେଳେ କେହି ସୂଚନା ଦେଇଥିଲେ ତେବେ ଡିଏନଏ ଟେଷ୍ଟ କରାଯାଇଥିଲା, ଯାହାଦ୍ବାରା ତାଙ୍କ ବାପା-ମାଙ୍କ ବିଷୟରେ  ଜଣାପଡିଥିଲା। ବିବାହିତ ଜୀବନ ବିତାଉଥିବା ମାଓ ୟିନ ନିଜର ଘରଠାରୁ ପ୍ରାୟ ୭୦୦ କିଲୋମିଟର ଦୂର ଚେଙ୍ଗଡୁ ନାମକ ଏକ ସହରରେ ରହୁଥିଲେ। ପ୍ରକୃତରେ ତାଙ୍କୁ ୬୪ ହଜାର ଟଙ୍କାରେ ଏକ କପଲଙ୍କୁ ବିକ୍ରି କରିଦେଇଥିଲେ, ଯାହାଙ୍କ ପାଖରେ ନିଜର କେହି ସନ୍ତାନ ନଥିଲେ।

ସମ୍ବନ୍ଧିତ ଖବର