ଖାଇବାକୁ ନ ଦେବାରୁ ମା’କୁ ପିଟି ପିଟି ମାରି ପୋଡି ଦେଲା ପୁଅ

ଭୁବନେଶ୍ବର, ୧୮।୧ ପୁଅ ଭୁଲିଗଲା ମା’ର ବାତ୍ସଲ୍ୟ ମମତା, । ଭୁଲିଗଲା ମା’ ସହିଥିବା ଦୁଃଖକଷ୍ଟ । ପାଶୋରୀ ଗଲା ମା’ର ସ୍ନେହ, ଆଦର, ଲାଳନପାଳନ। ସବୁ କିଛି ଭୁଲିଯାଇ ମା’କୁ ପିଟିପିଟି ହତ୍ୟା କଲା ପୁଅ। ହତ୍ୟା ପରେ ଘର ଭିତରେ ପୋଡିଦେଲା ପୁଅ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳଛି ଭୁବନେଶ୍ବର ବରଗଡ ଅଞ୍ଚଳରେ । ପୁଅ ପ୍ରଶାନ୍ତ ଜେନାଙ୍କୁ ପୋଲିସ ଅଟକ ରଖି ତନାଘନା କରୁଛି।
ମା’ଙ୍କୁ ପ୍ରଶାନ୍ତ ଖାଇବାକୁ ମାଗିଥିଲେ। ମା’ ଖାଇବାକୁ ନ ଦେବାରୁ ପ୍ରଶାନ୍ତ ରାଗି ଯାଇଥିଲା। ମା’ ଙ୍କୁ ପିଟି ପିଟି ହତ୍ୟା କରିଥିଲା। ହତ୍ୟା ପରେ ଘରେ ଭିତରେ ମା’ର ମୃତଦେହ ପୋଡି ଦେଇଥିଲା। ତେବେ ଘର ଭିତରୁ ଧୂଆଁ ବାହାରୁଥିବା ପଡୋଶୀ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ପ୍ରଶାନ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।