‘ମୋତେ ଖୋଜିବାକୁ ଚେଷ୍ଟାକରନି…ମୁଁ ମୋ ଇଛାରେ ଆସିଛି’, ପ୍ରେମିକ ସହ ଫେରାର ହେବାପରେ ଏମିତି କହିଲେ ଗୋଟିଏ ଛୁଆର ମା…

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଆମେଠି ଜିଲ୍ଲାରେ ଜଣେ ବିବାହିତା ମହିଳା ନିଜ ପ୍ରେମିକଙ୍କ ସହ ଫେରାର ହୋଇଯାଇଛି । ଏହି ଘଟଣା ସଂଗ୍ରାମପୁର ଥାନା ଅଂଚଳରେ ଘଟିଛି । ମହିଳାଙ୍କର ଗୋଟିଏ ଛୋଟ ଛୁଆ ମଧ୍ୟ ରହିଛି । ଏହି ମାମଲାରେ ସଂଗ୍ରାମପୁର ପୋଲିସ ଉପରେ ମକଦ୍ଦମା ରୁଜୁ କରୁନଥିବାର ଅଭିଯୋଗ ରହିଛି । ମହିଳାଙ୍କ ସ୍ବାମୀ ପୋଲିସ ଉପରେ ଏହି ଅଭିଯୋଗ ଲଗାଇଛନ୍ତି ।

ସୂଚନା ମୁତାବକ ସଂଗ୍ରାମପୁର ଅଂଚଳର ଏହି ଘଟଣା । ଏଠାରେ କୂଲଦୀପ ପାଲ ନାମକ ଜଣେ ଯୁବକ ଚାରିବର୍ଷ ପୂର୍ବେ ରେଣୁ ପାଲ ନାମକ ଜଣେ ଯୁବତୀଙ୍କ ସହ ବିବାହ କରିଥିଲେ । ମହିଳାଙ୍କର ଗୋଟିଏ ୩ ବର୍ଷର ଛୋଟ ଝିଅ ରହିଛି । କୁହାଯାଉଛି କି ମହିଳା ଜଣକ ସବୁବେଳେ ଫୋନରେ କଥାବାର୍ତ୍ତା ହେଉଥିଲେ । ଯେତେବେଳେ ଘରେ କେହି ନଥିଲେ ମହିଳା ଜଣକ ପ୍ରେମିକଙ୍କୁ ଡାକି ଫେରାର ହୋଇ ଯାଇଥିଲେ । ଏହି ସମୟରେ ଘରର ସମସ୍ତ ଲୋକ କ୍ଷେତକୁ କାମ କରିବାକୁ ଯାଇଥିଲେ । ଯେତେବେଳେ ଘର ଲୋକ ଫେରିଥିଲେ ସେତେବେଳେ ଦେଖିବାକୁ ପାଇଥିଲେ କି ବୋହୂ ଘରେ ନାହିଁ । ବହୁ ଖୋଜାଖୋଜି ପରେ ମହିଳାଙ୍କ ସ୍ବାମୀ ପୋଲିସକୁ ଜଣାଇଥିଲେ ।

ଏନେଇ ମହିଳାଙ୍କ ସ୍ବାମୀ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ତାଙ୍କୁ ଫୋନକରି ଏହି ଘଟଣା ଜଣାଇଛନ୍ତି । ମହିଳା କହିଥିଲେ କି ମୋତେ ଖୋଜନାହିଁ , ମୁଁ ମୋ ଇଛାରେ ଆସିଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ମୋତେ ଏହାର ନ୍ୟାୟ ନିଶ୍ଚିତ ମିଳିବ ବୋଲି ମହିଳାଙ୍କ ସ୍ବାମୀ କହିଛନ୍ତି । ପ୍ରଥମରୁ ପୋଲିସ ଏହି ଘଟଣାରେ ମନମୂଖୀ କରିଥିବା ବେଳେ ଆମେଠି ସିଓ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।