PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

କ୍ୟାପିଟାଲ୍‌ ହାଇସ୍କୁଲ ସାମ୍ନାରେ ମା’ର ଚେତାବନୀ, କହିଲେ-ପୁଅ ମାଟ୍ରିକ ପରୀକ୍ଷା ଦେଇନପାରିଲେ ଆତ୍ମହତ୍ୟା କରିବି

ଭୁବନେଶ୍ବର: ଅଫ୍‌ଲାଇନ୍‌ ମାଟ୍ରିକ୍‌ ପରୀକ୍ଷା ଦେବାକୁ ପୁଅ ପ୍ରସ୍ତୁତ। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏ ପର୍ଯ୍ୟନ୍ତ ଆଡମିଟ୍‌ କାର୍ଡ ଆସିନି। ଯଦି ସେ ପରୀକ୍ଷା ଦେଇପାରିବନି ତେବେ ଆମେ ମା’ ପୁଅ ଆତ୍ମହତ୍ୟା କରିବୁ। କ୍ୟାପିଟାଲ୍‌ ହାଇସ୍କୁଲ ସାମ୍ନାରେ ଛାତ୍ର ଇମ୍ରାନ ଖାନ୍‌ ଓ ତାଙ୍କ ମା’ ଜାସ୍ମିନ୍‌ ଆଜି ଏଭଳି ଚେତାବନୀ ଦେଇଛନ୍ତି।

ଚଳିତ ବର୍ଷ କରୋନା ପାଇଁ ବିନା ପରୀକ୍ଷାରେ ମାଟ୍ରିକ୍‌ ପିଲାଙ୍କ ଫଳ ପ୍ରକାଶ ପାଇଥିଲା। ଏଥିରେ ଇମ୍ରାନଙ୍କ ୨୭୨ ନମ୍ବର ରହିଥିଲା। ବିକଳ୍ପ ମୂଲ୍ୟାୟନ ଆଧାରରେ ତାଙ୍କୁ ଏହି ମାର୍କ ଦିଆଯାଇଥିଲା। ହେଲେ ମାର୍କକୁ ନେଇ ଇମ୍ରାନ ଓ ତାଙ୍କ ମା’ ସନ୍ତୁଷ୍ଟ ନଥିଲେ। ଜାସ୍ମିନ୍‌ ଆଶା କରିଥିଲେ ତାଙ୍କ ପୁଅ ଅଧିକ ମାର୍କ ରଖିଥାନ୍ତା । ଏଥିପାଇଁ ଫଳ ବାହାରିବା ପରେ ସେ ଆଉ ଥରେ ଅଫ୍‌ଲାଇନ୍‌ ପରୀକ୍ଷା ଦେବାକୁ ସ୍ଥିର କରିଥିଲେ। ଫର୍ମ ପୂରଣ କରିବାକୁ ସ୍କୁଲକୁ ଯାଇଥିଲେ । ସବୁ ପିଲାଙ୍କ ଆଡମିଟ୍‌ କାର୍ଡ ମିଳିବା ପରେ ଇମ୍ରାନ ଆଡମିଟ୍‌ କାର୍ଡ ଆଣିବାକୁ ସ୍କୁଲକୁ ଯାଇଥିଲେ।

ହେଲେ ତାଙ୍କର ଆଡମିଟ୍‌ କାର୍ଡ ନଥିଲା। ସେ ଫର୍ମ ପୂରଣ କରିନାହାନ୍ତି ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଥିଲେ। ଯାହାକୁ ନେଇ ଜାସ୍ମିନ୍‌ ଓ ତାଙ୍କ ପୁଅ ଆଜି ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ। ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ସ୍କୁଲର ରେପୁଟେସନ୍‌ ପାଇଁ ମୋ ପୁଅର ଫର୍ମ ପୂରଣ କରାଯାଇନାହିଁ । ସେମାନଙ୍କ ଅବହେଳା ପାଇଁ ପୁଅର ଭବିଷ୍ୟତ ଖରାପ ହେବ। ସେ ପରୀକ୍ଷା ଦେଇପାରିବ ନାହିଁ ବୋଲି ଅଭିଯୋଗ କରିଛନ୍ତି ଜାସ୍ମିନ୍‌। ଅପରପକ୍ଷରେ ଜାସ୍ମିନଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ପ୍ରଧାନ ଶିକ୍ଷକ ଅମର କୁମାର ବେହେରା କହିଛନ୍ତି, ମାଟ୍ରିକ୍‌ ଫଳ ବାହାରିବା ପରେ କିଛି ଅଭିଭାବକ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନଙ୍କ ପିଲା ଅଫ୍‌ଲାଇନ୍‌ ପରୀକ୍ଷା ଦେବେ ବୋଲି ସ୍କୁଲକୁ ଆସିଥିଲେ।

ଇମ୍ରାନ ଓ ତାଙ୍କ ମା’ ମଧ୍ୟ ସେଥିରେ ଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୪ ଜଣ ଫର୍ମପୂରଣ କରିଥିଲେ । ଇମ୍ରାନଙ୍କ ମା’ ଘରେ କଥାବାର୍ତ୍ତା କରି ଫର୍ମ ପୂରଣ କରିବେ ବୋଲି କହିଥିଲେ। କିନ୍ତୁ ଆଉ ସ୍କୁଲକୁ ଆସିନଥିଲେ। ଫର୍ମ ପୂରଣ ଶେଷ ଦିନ ପର୍ଯ୍ୟନ୍ତ ଆସିଲେ ନାହିଁ। ଏଥିରେ ଆମ ପକ୍ଷରୁ କୌଣସି ଭୁଲ୍‌ ହୋଇନାହିଁ। ଏବେ ଆଉ ଫର୍ମ ପୂରଣ ମଧ୍ୟ ହୋଇପାରିବ ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି। ଅନ୍ୟପକ୍ଷରେ ଜାସ୍ମନ୍‌ ଓ ଇମ୍ରାନଙ୍କ ଆତ୍ମହତ୍ୟା ଚେତାବନୀ ଖବରପାଇ ଖାରବେଳ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲା।

ସମ୍ବନ୍ଧିତ ଖବର