୨ ବର୍ଷର ଝିଅ ସାମ୍ନାରେ ମା’କୁ ଗଣଦୁଷ୍କର୍ମ: ଗୁପ୍ତାଙ୍ଗରେ ସିଗାରେଟ ଚେଙ୍କ ଦେଇ ଘଟାଇଲେ ଏଭଳି କାଣ୍ଡ…

ରତଲାମ ୯।୧୦: ଦୁଇ ବର୍ଷର ଝିଅ ସାମ୍ନାରେ ମା’କୁ ଅପହରଣ କରିଯିବା ପରେ ତାଙ୍କୁ ଗଣ ଦୁଷ୍କର୍ମ କରାଯାଇଛି। ଏତିକିରେ ଭରିଲା ନାହିଁ ମନ ଯେ ମହିଳାଙ୍କ ଗୂପ୍ତାଙ୍ଗରେ ସିଗାରେଟ ଚେଙ୍କ ଦେବା ସହ ମହିଳାଙ୍କୁ ଜୀବନରୁ ମାରି ଦେବା ଉଦ୍ଦେଶ୍ୟରେ ବିଷ ପିଆଇ ରାସ୍ତା ଉପରକୁ ଫିଙ୍ଗି ଦେଇଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ରତଲାମରେ ଜିଲ୍ଲାର ଆଲୋଟ ଥାନା ଅଞ୍ଚଳରେ ।

ସୂଚନାଯୋଗ୍ୟ, ଘଟଣାସ୍ଥଳରେ ପୀଡ଼ିତା ମହିଳାଙ୍କ ପାଖରେ ୨ବର୍ଷର ଝିଅ ମଧ୍ୟ ଉପସ୍ଥିତ ଥିଲା। କୁହାଯାଉଛି କି, ମହିଳା ଜଣକ ଏକ ମାସ ପୂର୍ବରୁ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ଦ୍ବିତୀୟ ବିବାହ କରିଥିଲେ। ତେବେ ମହିଳାଙ୍କ ପ୍ରଥମ ସ୍ବାମୀ ଏବଂ ତାଙ୍କର ୪ଜଣ ସାଙ୍ଗ ଏହି ଘଟଣା ଘଟାଇଛନ୍ତି ବୋଲି ଏ କଥା ସାମ୍ନାକୁ ଆସିଛି। ପୁଲିସ ଏବେ ମାମଲାର ଯାଞ୍ଚ କରୁଛି। ସେଥିପାଇଁ ଏବେ ସ୍ପଷ୍ଟ ଭାବେ ଘଟଣା ସମ୍ପର୍କରେ କିଛି କୁହାଯାଇପାରିବ ନାହିଁ। ତେବେ ପୀଡ଼ିତାର ଅଭିଯୋଗ କ୍ରମେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଅନ୍ୟ ୪ଜଣ ଅଭିଯୁକ୍ତଙ୍କୁ ଗିରଫ ପଚରାଉଚରା ଆରମ୍ଭ କରିଛି।

ପୀଡ଼ିତାଙ୍କ କହିବାନୁସାରେ, ଗତ ମାସରେ ପ୍ରଥମ ସ୍ବାମୀଙ୍କୁ ଛାଡ଼ପତ୍ର ଦେବା ପରେ ପ୍ରଥମ ସ୍ବାମୀ ଓ ଦ୍ବିତୀୟ ସ୍ବାମୀଙ୍କ ସହିତ ମାରପିଟ କରିଥିଲେ। ଏହି କାରଣରୁ ଅଭିଯୁକ୍ତ ସ୍ବାମୀ ମହିଳାଙ୍କୁ ବାରମ୍ବାର ବୟାନ ବଦଳାଇବାକୁ କହୁଥିଲେ କିନ୍ତୁ ମହିଳା ଏପରି କରିବାକୁ ମନା କରୁଥିଲେ। ଫଳରେ ଏଥିରେ ଉତ୍ତ୍ୟକ୍ତ ହୋଇ ସେ ତା’ର ୪ଜଣ ସାଙ୍ଗ ସହ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲା।

   ସମ୍ବନ୍ଧିତ ଖବର


ଟ୍ରମ୍ପଙ୍କ ଲୁଚକାଳି ଖେଳ ! କେତେବେଳେ ଭାରତ ସହ ତ କେତେବେଳେ ଚୀନ୍‌ ସହ … ଭାରତ-ଚୀନ୍‌ ବିବାଦ ନେଇ ଟ୍ରମ୍ପ ଦେଲେ ଏମିତି ମତ

ପଶ୍ଚିମବଙ୍ଗରେ ୧ ଜୁନରୁ ଖୋଲିବ ଧାର୍ମିକ ସ୍ଥଳ, ୮ରୁ ସବୁ କର୍ମଚାରୀ କାମକୁ ଫେରିବେ

ମୋଦି ସରକାରଙ୍କୁ ବିଶେଷଜ୍ଞଙ୍କ ପରାମର୍ଶ, ଖୋଲି ଦିଅନ୍ତୁ ଲକଡାଉନ୍, ବସ୍ ସ୍କୁଲ-କଲେଜ୍ ବନ୍ଦ ରହୁ

ପୁଣି କମିଲା ସୁନା ଦର

ସୋନୁ ପରେ ଏବେ ଅମିତାଭ ବଚ୍ଚନ ପ୍ରବାସୀ ଶ୍ରମିକଙ୍କୁ କରିବେ ସାହାଯ୍ୟ, ଆରମ୍ଭ କଲେ ବସ୍ ସେବା

‘ଯଦି କରୋନା ହୋଇଯାଏ ତେବେ…’, ଦିଲ୍ଲୀବାସୀଙ୍କୁ ସିଏମ୍ କେଜ୍ରିୱାଲ୍ କହିଲେ ଏହି ଗୁରୁତ୍ୱପୂର୍ଣ୍ଣ କଥା