ବାଇକ ଚାଳକଙ୍କୁ ୧ ଲକ୍ଷ ୧୩ ହଜାର ଟଙ୍କା ଜୋରିମାନା, ଜାଣନ୍ତୁ କେଉଁ ସବୁ ନିୟମର ହୋଇଥିଲା ଉଂଲଘନ …

ଭୋପାଳ: ଶୀର୍ଷକ ପଢି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । କିନ୍ତୁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ ।  ରାୟଗଡ ଜିଲ୍ଲାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଛତିଶଗଡ) ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କ ଉପରେ ନୂତନ ମୋଟର ଯାନ ଅଧିନିୟମର ଅନେକ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ ଜୋରିମାନା ଲାଗୁ କରିଛି । ଛତିଶଗଡରେ ସଂଶୋଧିତ ମୋଟର ଯାନ ଅଧିନିୟମ ୨୦୧୯ ଅନୁଯାୟୀ ଯେକୌଣସି ଦୁଇ ଚକିଆ ଯାନ ଉପରେ ଏହା ସର୍ବାଧିକ ପରିମାଣର ଜୋରିମାନା ବୋଲି କୁହାଯାଉଛି ।

ତେବେ ଏହି ନିୟମ ଉଲ୍ଲଂଘନକାରୀଙ୍କ ନାମ ପ୍ରକାଶ ବନଜାରା । ସେ ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାର ଅମରପୁରା ଗାଁର ବାସିନ୍ଦା । ବ୍ୟକ୍ତି ଜଣକ ଦୁଇ ଚକିଆ ଯାନରେ ଜଳ ସଂଗ୍ରହ କରୁଥିବା ଡ୍ରମ୍ ବିକ୍ରି କରୁଥିବାବେଳେ ଟ୍ରାଫିକ୍ ପୋଲିସ ତାଙ୍କୁ ରାୟଗଡ ସହରର DIB ଛକ ନିକଟରେ କାଗଜପତ୍ର ଯାଞ୍ଚ ପାଇଁ ଅଟକାଇଥିଲା । ପୋଲିସ ବିଭାଗର ଅଧିକାରୀମାନେ ତାଙ୍କ କାଗଜପତ୍ର ଯାଞ୍ଚ କରିଥିଲେ।

ପରିବହନ ବିଭାଗ ଦ୍ୱାରା ପ୍ରସ୍ତୁତ ନିୟମ ଅନୁଯାୟୀ ପ୍ରକାଶ ହେଲମେଟ ନ ପିନ୍ଧି ଗାଡି ଚଳାଉଥିଲେ ଏବଂ ତାଙ୍କ ଗାଡିରେ ପଞ୍ଜୀକରଣ ନମ୍ବର ମଧ୍ୟ ନଥିଲା । ସେ ମଧ୍ୟପ୍ରଦେଶରୁ ଏହି ଦୁଇ ଚକିଆ ଯାନ କିଣି ଗାଡି ପଞ୍ଜିକରଣ ନକରି ପାଣି ଡ୍ରମ୍ ବିକ୍ରୟ କରିବାକୁ ରାୟଗଡ ଯାଇଥିଲେ ।

ପଞ୍ଜୀକରଣ ନମ୍ବର, ବୀମା କାଗଜପତ୍ର ଏବଂ ଡ୍ରାଇଭିଂ ଲାଇସେନ୍ସ ବିନା ଡ୍ରାଇଭିଂ କରିବା ଏବଂ ହେଲମେଟ ନ ପିନ୍ଧି ଗାଡିଚଳାଇବା ପାଇଁ ପରିବହନ ବିଭାଗ ତାଙ୍କ ଉପରେ ୧ ଲକ୍ଷ ୧୩ ହଜାର ଟଙ୍କାର ଜୋରିମାନା ଲଗାଇଛି । ଯେଉଁଥିରେ ହେଲମେଟ ନ ପିନ୍ଧିବା ପାଇଁ ୧୦୦୦ଟଙ୍କା, ଗାଡି ବୀମା ନକରିବା ପାଇଁ ୨୦୦୦ ଟଙ୍କା, ଗାଡି ପଞ୍ଜିକରଣ ନକରିବା ପାଇଁ ୫୦୦୦ଟଙ୍କା ଏବଂ ବୈଧ ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ ୫୦୦୦ଟଙ୍କା ଜୋରିମାନା କରାଯାଇଛି । ଗାଡି ବିକ୍ରୟ ସମୟରେ CH -VII 182 A-1 ଉଲ୍ଲଂଘନ କରି ଗାଡି ବିକ୍ରେତାଙ୍କ ଦ୍ୱାରା କିଣାଯାଇଥିବାରୁ ଏକ ଲକ୍ଷ ଟଙ୍କା ବଡ ଜୋରିମାନା କରାଯାଇଛି ।