ବାଇକରେ ପିଲାକୁ କୋଳରେ ବସାଇ ନେଲେ ହୋଇଯିବ ଟ୍ରିପଲ୍ ରାଇଡିଂ, ଓଭରଲୋଡିଂ ପାଇଁ କଟିପାରେ ଚାଲାଣ

ନୁଆଦିଲ୍ଲୀ ୧୩/୯: ବାଇକରେ ଯାଉଥିବା ଦମ୍ପତ୍ତି ଯଦି କୋଳରେ ପିଲାକୁ ବସାଇ ନେଇ ଯାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଟ୍ରାଫିକ୍ ପୋଲିସ ଶିଶୁକୁ ମଧ୍ଯ ତୃତୀୟ ଆରୋହୀ ବୋଲି ଟ୍ରିପଲ୍ ରାଇଡିଂ ଚାଲାଣ କାଟିପାରେ । ପୂରୁଣା ମୋଟର ଯାନ ଆଇନରେ ମଧ୍ଯ ଶିଶୁକୁ ତୃତୀୟ ଆରୋହୀ ବୋଲି ବିବେଚନା କରାଯାଉଥିଲା । କିନ୍ତୁ ଏବେ ଜୋରିମାନା ଲୋକଙ୍କ ମଧ୍ୟରେ ଭୟ ବଢାଇ ଦେଇଛି ।

୧ ସେପ୍ଟେମ୍ବରରୁ ନୂଆ ଆଇନ ଲାଗୁ ହେବା ପରେ ବାଇକରେ ୨ରୁ ଅଧିକ ଯାତ୍ରୀ ଥିଲେ ଏହାକୁ ଓଭରଲୋଡ୍ ବୋଲି ବିବେଚନା କରାଯାଉଛି । ଏଥିରେ ଛୋଟ ପିଲାଙ୍କ ପାଇଁ କୌଣସି ଆଶ୍ୱସ୍ତି ଥିବା କଥା ଉଲ୍ଲେଖ ହୋଇନି । ମନ୍ତ୍ରାଳୟ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଆଶ୍ୱାସନା ଦେଇଛି କିନ୍ତୁ ସମୟ ସୀମା ଉଲ୍ଲେଖ କରିନି ।

ମୋଟର ଯାନ ଆକ୍ଟରେ ବାଇକ୍ ଟୁ ସିଟର । ଯଦିଓ ବାଇକ୍ ନିର୍ମାତା କମ୍ପାନୀ ଏଥିରେ ୨୦୦ରୁ ୩୦୦ କିଗ୍ରା ଓଜନ ଅନୁସାରେ ଡିଜାଇନ୍ କରୁଛନ୍ତି କିନ୍ତୁ ଏଥିରେ ୨ରୁ ଅଧିକ ଯାତ୍ରୀ ବସିଲେ ଏହାକୁ ଓଭରଲୋଡ୍ ବୋଲି କୁହାଯିବ । ଦିଲ୍ଲୀ ଟ୍ରାଫିକ୍ ପୋଲିସ ସୂଚନା ଅନୁସାରେ ନୂଆ ଆଇନ ଅନୁସାରେ ୨ ଚକିଆ ଯାନରେ ଶିଶୁ କିମ୍ବା ପିଲାଙ୍କ ପାଇଁ କୌଣସି ଗାଇଡ୍ ଲାଇନ୍ ନାହିଁ । ତେଣୁ ଏହାକୁ ତୃତୀୟ ଆରୋହୀ ବୋଲି କୁହାଯିବ । ତେବେ କହିରଖୁଛୁ ସାରା ଦେଶରେ ସମୁଦାୟ ଯାନର ଦୁଇ ତୃତୀୟାଂଶ ଦୁଇ ଚକିଆ ଯାନ ।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର

ଚୀନ୍‌ର ଡିଜିଟାଲ୍ ପ୍ଲାନ୍ ! ଚାଇନିଜ୍ ମୋବାଇଲରୁ ଅରୁଣାଚଳ ଗାଏବ୍…