ରିଲିଜ ହେଲା ‘London Confidential’ ର ଟିଜର, ନୂଆ ଅବତାରରେ ନଜର ଆସିଲେ ମୌନି ରୟ

ନୂଆଦିଲ୍ଲୀ ୨୬/୮: କଣ୍ଟେଣ୍ଟ ନିର୍ମାତା ଜି୫ ଲଗାତର ଅରିଜିନାଲ୍ ଫିଲ୍ମ ଓ ସିରିଜ ରିଲିଜ କରି ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ ପ୍ରଦାନ କରୁଛି । ଏବେ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ଦ୍ୱାରା ନିକଟରେ ‘ଲଣ୍ଡନ କନଫେନ୍ସିଡିଆଲ୍’ (London Confidential)  ଘୋଷଣା କରାଯାଇଛି । ଏହାର ଟିଜର ମଧ୍ୟ ସାମ୍ନାକୁ ଆସିସାରିଛି । ଲେଖକ ଏସ ହୁସେନ୍ ଜୈଦୀଙ୍କ ଦ୍ୱାରା ରଚିତ ‘ଲଣ୍ଡନ କନଫେନ୍ସିଡିଆଲ୍’ ୧୮ ସେପ୍ଟେମ୍ବରରେ ଜି୫ରେ ପ୍ରିମିୟର କରାଯିବ ।

ଏହି ଟିଜର ଲଣ୍ଡନର ପୃଷ୍ଠଭୂମିରେ ସ୍ଥାପିତ, ଯେଉଁଠି ମୌନି ରୟ ପୂରବ ଖୋଲି ଓ କୁଲରାଜ ରନ୍ଧାବା ଅଣ୍ଡରକଭର ଏଜେଣ୍ଟ ଭୂମିକାରେ ନଜର ଆସୁଛନ୍ତି । ଏସ୍ ହୁସେନ୍ ଜୈଦୀଙ୍କ ରଚିତ ଫିଲ୍ମରେ ମୌନି ରୟ ଓ ପୂରବ କୋହଲି ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ସେମାନଙ୍କ ବ୍ୟତୀତ କୁଲରାଜ ରନ୍ଧାବା, ସାଗର ଆର୍ଯ୍ୟ, ପରବେଶ ରାଣା, ଜସ ବିନାଗ, ଦିଲଜୋନ୍ ସିଂହ ଓ କିରେନ ଜୋଗୀ ସହାୟକ ଭୂମିକାରେ ନଜର ଆସିବେ । ଫିଲ୍ମ ଅଜୟ ଜୀ ରାୟ ଓ ମୋହିତ ଛାବଡାଙ୍କ ଦ୍ୱାରା ନିର୍ମିତ ଓ ଏହାର ନିର୍ଦ୍ଦେଶନା ଦେଇଛନ୍ତି କମ୍ବଲ ସେଠୀ ।

   ସମ୍ବନ୍ଧିତ ଖବର


ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି

ଟଲିଉଡ୍‌ରେ ଏଣ୍ଟ୍ରି କରିବେ ଟ୍ୟାଲେଣ୍ଟେଡ ଓଡ଼ିଆ ଅଭିନେତା ଦେବାଶିଷ

ଦିବ୍ୟାଙ୍କୁ କରୋନା, ମା କହିଲେ ‘ଫ୍ରଡ୍ ପତି’

ଗାର୍ଲଫ୍ରେଣ୍ଡ ରୁଚିକାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତା ଶାହିର ଶେଖ

ବିବେକ ଓବରୟେଙ୍କ ସହ ଫିଲ୍ମ କରିବେ ଅରବାଜ୍‌ ଖାନ୍‌ , ସଲଖାନ ଖାନ ଅନୁମତି ଦେବେ ତ ?

କଙ୍ଗନାଙ୍କୁ ‘ଦି ଟଙ୍କାର ମଣିଷ’ କହି ଆକ୍ଷେପ କରିଥିଲେ ମୁମ୍ବାଇ ମେୟର, ତା’ପରେ ପାଲଟା ଜବାବ୍‌ ଦେଲେ ପଙ୍ଗା କୁଇନ୍