ଆପଣଙ୍କ ମୁହଁରୁ ଆସୁଛି କି ଦୁର୍ଗନ୍ଧ, ଏହା ଗମ୍ଭୀର ରୋଗର ଲକ୍ଷଣ, କ’ଣ ରହିଛି ଏହାର ସମାଧାନର ସୂତ୍ର…

ନୂଆଦିଲ୍ଲୀ : ଆପଣଙ୍କର ଏକ ସୁନ୍ଦର ଚେହେରା ସହିତ ସଫା ଦାନ୍ତ ଆପଣଙ୍କ ମୁହ୍ଁକୁ ଟିକେ ଚମକଦାର କରିବ । ଯଦି ଆପଣ ସାଙ୍ଗସାଥି ବା ଅନ୍ୟ କାହାସହ କଥା ହେବା ସମୟରେ ପାଟିରୁ ଦୁର୍ଗନ୍ଧ ଆସେ ତେବେ ଆପଣଙ୍କ ସହ କଥା ହେବାତ ଦୂରର କଥା ଆପଣଙ୍କ ସହ କେହି ପାଖାପାଖି ବସିବାକୁ ମଧ୍ୟ ସଙ୍କୋଚ କରିବେ । ଆପଣ ନିୟମିତ ଭାବରେ ଦାନ୍ତକୁ ସଫା ରଖୁଥିଲେ ମଧ୍ୟ ଏଥିରେ କୌଣସି ଫାଇଦା ମିଳେନାହିଁ ।

ମୁଖ ଦୁର୍ଗନ୍ଧ ହେବା ସ୍ବାସ୍ଥ୍ୟଗତ ସମସ୍ୟାର ଅନ୍ୟ ଏକ କାରଣ । ନିୟମିତ ଭାବରେ ଯଦି ଏଭଳି ସମସ୍ୟା ଲାଗି ରହୁଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରି ପରାମର୍ଶ ନେବା ଉଚିତ । ମୁଖ ଦୁର୍ଗନ୍ଦ ହେବାର କିଛି ବି କାରଣ ହୋଇପାରେ । ଯେମିତି ମୁଖରେ କିଛି ସଂକ୍ରମଣ, ଅଧିକ ଫାଷ୍ଟପୁଡ ଖାଇବା, ମୁହଁରେ ବାରମ୍ବାର ସୁଷ୍କତା ଆସିବା ଏପରି ସମସ୍ୟାର କାରଣ ହୋଇପାରେ । ଏଥିସହ ଯଦି ଆପଣଙ୍କ ପାଟିରେ ଲାଳର ପରିମାଣ କମ୍ ରହିଥାଏ ତେବେ ଏସବୁ ସମସ୍ୟା ଆପଣଙ୍କୁ ସାମ୍ନା କରିବାକୁ ପଡେ । ପାଟିରେ ଲାଳର ଅଭାବ ଦାନ୍ତରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ ।

ଦୈନନ୍ଦିନ ଜୀବନରେ ଆପଣ ଯାହାବି ଖାଉଛନ୍ତି , ଯଦି ଖାଇବା ପରେ ଆପଣଙ୍କ ମୁଖରୁ ଦୁର୍ଗନ୍ଧ ବାହାରକୁ ଆସୁଛି ତେବେ ସେହି ଖାଦ୍ୟରୁ ଆପଣଙ୍କୁ ନିବୃତ୍ତ ରହିବାକୁ ପଡିବ । ସେହିପରି ଧୁମ୍ରପାନ ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏଥରୁ ମଧ୍ୟ ମୁହଁର ଦୁର୍ଗନ୍ଧ ଦୁଇଗୁଣ ହୋଇଥାଏ । ଶରୀରରେ ପାଣିର ଅଭାବ, କ୍ରୋନିକ ବ୍ରୋଙ୍କାଇଡିସ, ଆପଣଙ୍କର ଉପର କିମ୍ବା ତଳ ଶ୍ବାସକ୍ରିୟାରେ ସଂକ୍ରମଣ ଏବଂ ଟନସିଲ ଇତ୍ୟାଦି ଯାହାର ଜୀବାଣୁ ଆପଣଙ୍କ ପାଟିର ମୁଖ୍ୟ ଦୁର୍ଗନ୍ଧ ସୃଷ୍ଟି କରିପାରେ ।

   ସମ୍ବନ୍ଧିତ ଖବର


ଥଣ୍ଡା ଦିନରେ ଚର୍ମ କୁଣ୍ଡାଇ ହେବା ସମସ୍ୟା ଦେଖା ଦିଏ –ଜାଣନ୍ତୁ କେମିତି ଏଥିରୁ ମୁକ୍ତି ପାଇବେ

ହାଡ଼ ପାଇଁ ଘାତକ ଓଜନ କମାଇବାର ଏହି ଫର୍ମୂଲା – ଭବିଷ୍ୟତରେ ପରିଣାମ ଭୟଙ୍କର ହୋଇପାରେ

ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ଆପଣ ଖାଇଛନ୍ତି କି ବିଶ୍ୱର ସବୁଠାରୁ ଦାମୀ ପରିବା ? ଦାମ୍ ଜାଣିଲେ ଉଡିଯିବ ହୋସ୍

ଥଣ୍ଡା ଦିନରେ ଶୁଷ୍କ ତ୍ୱଚାରେ ଚମକ ଭରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ପର୍ସରେ ଭୁଲରେ ବି ରଖନ୍ତୁନି ଏହି ସବୁ ଜିନିଷ, ହଇରାଣରେ ପଡିବେ…