PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ମାଉଥ୍‌ ଓ୍ୱାଶ୍‌ରେ‌ ଗାର୍ଗଲ୍‌ ବା କୁଳି କଲେ ପାଟିରେ କରୋନା ଭାଇରସ୍‌ ହ୍ରାସ ପାଇବ, ବୈଜ୍ଞାନିକ କଲେ ଘୋଷଣା

ମାଉଥ୍‌ଓ୍ୱାଶ୍‌ ଗାର୍ଗଲ୍‌ କଲେ ପାଟିରେ ଏବଂ ଗଳାରେ କରୋନା ଭାଇରସ୍‌ ସଂଖ୍ୟା ହ୍ରାସ ପାଇବ । ଏକ ଗବେଷଣା ପରେ ବୈଜ୍ଞାନିକମାନେ ଏହି ସୂଚନା ଦେଇଛନ୍ତି। ମାଉଥ୍‌ ଓ୍ୱାଶ୍‌ରେ ଦିନକୁ ଥରେ କିମ୍ବା ଦୁଇଥର ଗାର୍ଗଲ୍‌ ବା ଗଳଗଳ କଲେ ଗଳା ଏବଂ ପାଟିରେ ଭୁତାଣୁ ମାତ୍ରା ଅନେକ ପରିମାଣରେ ହ୍ରାସ ପାଇବ । ମାତ୍ର ଭାଇରସ୍‌ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇବେ ନାହିଁ । କରୋନା ଭୁତାଣୁ ପାଟି ଏବଂ ଗଳାରେ ମଧ୍ୟ ରହିଥାଏ । ଏପରି କରିବା ଦ୍ୱାରା ଭାଇରସ୍‌କୁ ମଧ୍ୟ ଇନ୍‌ଆକ୍ଠିଭ୍‌ କରାଯାଇ ପାରିବ ।

ମୁହଁ ଏବଂ ଗଳାରେ ସଂକ୍ରମଣ କମ୍‌ ହେଲେ ସଂକ୍ରମଣର ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । Journal of Infectious Diseasesରେ ଏହି ତଥ୍ୟ ପ୍ରକାଶ ପାଇଛି ।

courtesy- ANI


ମାତ୍ର ଏହା ସଂକ୍ରମଣ ପାଇଁ ଉପଯୁକ୍ତ ଚିକିତ୍ସା ନୁହେଁ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ଏଥିରେ ସଂକ୍ରମଣକୁ ସମ୍ପର୍ଣ୍ଣ ଭାବେ ରୋକାଯାଇ ପାରିବ ନାହିଁ । ପବନରେ କିଛି ବାଟ ପର୍ଯ୍ୟନ୍ତ କରୋନା ଭାଇରସ୍‌ ବ୍ୟାପିପାରେ । ମାତ୍ର ମାଉଥ୍‌ଓ୍ୱାଶ୍‌ରେ ଗାର୍ଗଲ୍‌ ପରେ ଏହାର ମାତ୍ରା ମଧ୍ୟ ହ୍ରାସ ପାଇଥାଏ । ଏହାର ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ତଥ୍ୟ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର