ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

ସତନା ୨୩/୧୧: ମଧ୍ୟ ପ୍ରଦେଶର ସତନା ଜିଲ୍ଲାରେ ଜଣେ ଜୀବିତ ଯୁବକଙ୍କୁ ପୋଷ୍ଟମର୍ଟମ ମାମଲା ସାମ୍ନାକୁ ଆସିଛି । ଶବାଗାରରେ ପୋଷ୍ଟମର୍ଟମ ଟେବୁଲକୁ ନେବା ସମୟରେ ଯୁବକଙ୍କ ଶରୀରରେ ସାମାନ୍ୟ ହଲଚଲ ହେଲା ଯାହାକୁ ଦେଖି ଡାକ୍ତରମାନେ ଚକିତ ହୋଇଗଲେ । ଅନ୍ୟପଟେ ଯୁବକଙ୍କ ପରିବାରଲୋକେ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ ଦର୍ଶାଇ ବିରୋଧ ପ୍ରଦର୍ଶନ କଲେ । ସମ୍ପୂର୍ଣ୍ଣ ଘଟଣାଟି ଏମିତି…

ସତନା ଜିଲ୍ଲାରେ ନାଗୌଦ ଗାଁର ଜଣେ ବ୍ୟାପାରୀ ରାମପ୍ରତାପ କୁଶୱାଙ୍କ ଘରେ ଶନିବାର ରାମାୟଣ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ତେବେ ଭୁଲ୍ ବଶତଃ ଏହି ସମୟରେ ରାମପ୍ରତାପଙ୍କ ପୁଅ ବଚ୍ଚୁ କୁଶୱାହଙ୍କୁ କରେଣ୍ଟ ଲାଗିଯାଇଥିଲା । ଏହାପରେ ତାଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ନିଆଗଲା । ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଦେଲେ ଏବଂ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଶବାଗାରରେ ରଖାଗଲା ।

ସକାଳ ୧୧ଟା ସମୟରେ ଡାକ୍ତରମାନେ ପୋଷ୍ଟମର୍ଟମ କରିବାକୁ ଆସିଲେ । କିନ୍ତୁ ଠିକ୍ ସେହି ସମୟରେ ତାଙ୍କ ଶରୀରରେ ହଲଚଲ ହେଲା । ଏହା ପରେ ତୁରନ୍ତ ତାଙ୍କ ପୋଷ୍ଟମର୍ଟମ ପ୍ରକ୍ରିୟାକୁ ବନ୍ଦ କରାଯାଇ ସତନା ଜିଲ୍ଲା ହସ୍ପିଟାଲକୁ ରେଫର କରାଗଲା ।