ମଧ୍ଯ ପ୍ରଦେଶ ବିଧାନସଭାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ, ପାକିସ୍ତାନ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ପାରିତ

source:zeenews.india.com
ଭୋପାଳ ୧୮/୨: ଜମ୍ମୁ କଶ୍ମୀର ପୁଲୱାମାରେ ଆତଙ୍କୀ ହମଲା ପରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ମଧ୍ଯ ପ୍ରଦେଶ ବିଧାନସଭା କାର୍ଯ୍ଯ ସୋମବାର ସ୍ଥଗିତ କରାଗଲା । ଏହା ସହିତ ବିଧାନସଭାରେ ପୂର୍ବ ରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସ୍ ଓ ଗୋଆର ପୂର୍ବତନ ରାଜ୍ଯପାଳ ଭାନୁ ପ୍ରକାଶ ସିଂହ ସମେତ ଅନ୍ୟ ନେତାଙ୍କ ମୃତ୍ଯୁର ଶୋକ ପାଳନ କରାଗଲା ।
ବିଧାନସଭାର ଦ୍ୱିତୀୟ ଅଧିବେଶନର ପ୍ରାରମ୍ଭରେ ବିଧାନସଭା ଅଧ୍ଯକ୍ଷ ନର୍ମଦା ପ୍ରଜାପତି ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସ୍ ଓ ସଦନର ପୂର୍ବ ବିଧାୟକଙ୍କ ମୃତ୍ଯୁର ସୂଚନା ସହିତ ପୁଲୱାମାରେ ଆତଙ୍କୀ ହମଲାରେ ୪୦ରୁ ଅଧିକ ଯବାନଙ୍କ ଶହୀଦ ହେବା ଖବର ସଦନରେ ଉଲ୍ଲେଖ କଲେ ।
ଏହାପରେ ବିଧାନସଭାରେ ପାକିସ୍ତାନ ବିରୁଦ୍ଧରେ ସର୍ବସମ୍ମତି କ୍ରମେ ନିନ୍ଦା ପ୍ରସ୍ତାବ ପାରିତ ହେଲା । ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ଗୃହକୁ ଏକ ମିନିଟ୍ ନୀରବ ରଖାଗଲା । ଏହାପରେ ଅଧ୍ଯକ୍ଷ ଏନ ପି ପ୍ରଜାପତି ସଦନକୁ ୨୦ ଫେବୃୟାରୀ ପର୍ଯ୍ଯନ୍ତ ସ୍ଥଗିତ କଲେ ।