ପ୍ରମୁଖ ଖବର
  • ଯାଜପୁର,ଯୋକଡିଆ ନିକଟ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇ ପାଣିରେ ଭାସିଯାଇ ୨ ଭାଇ ନିଖୋଜ
  • ||
  • ବିଧାନସଭା କ୍ଷେତ୍ର ପାଇଁ ଆଉ ୪ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ପ୍ରକାଶ ପାଇଁ ଓଡ଼ିଶା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି, ମେ ୧୩ ତାରିଖରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ
  • ||
  • ବିଶ୍ୱ ଐତିହ୍ୟ ଦିବସ: ଆଜି ସୂର୍ଯ୍ୟମନ୍ଦିରରେ ମାଗଣା ପ୍ରବେଶ କରିପାରିବେ ପର୍ଯ୍ୟଟକ
  • ||
  • ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଶୁକ୍ରବାର ୧୦୨ ଆସନରେ ହେବ ମତଦାନ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
  • ||
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

ବିଦେଶିନୀଙ୍କ ସହ ଦକ୍ଷିଣ ଓଡିଶାର ସାଂସଦ ପ୍ରାର୍ଥୀଙ୍କ ସେକ୍ସ ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ୍, ଜାଣନ୍ତୁ ପୂରା ଘଟଣା…

ଭୁବନେଶ୍ବର ୫|୪ : ଦକ୍ଷିଣ ଓଡିଶାର ଜଣେ ସାଂସଦ ପ୍ରାର୍ଥୀଙ୍କ ସେକ୍ସ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ଟି ଲୋକସଭା ଆସନ ମଧ୍ୟରୁ ଦକ୍ଷିଣ ଓଡିଶାର ଏକ ଗୁରୁତ୍ବପୂର୍ଣ୍ଣ ଆସନରୁ ଏହି ନେତା ଏବେ ପ୍ରାର୍ଥୀ ହୋଇଛନ୍ତି ।

{"id":10776,"width":741,"height":990}

ସୂଚନାଯୋଗ୍ୟ ଯେ, ଅତୀତରେ ମଧ୍ୟ ଏହି ନେତାଙ୍କର କିଛି ଫଟୋ ଭାଇରାଲ ହୋଇଥିଲା । ଦିଲ୍ଲୀ ଦରବାରରେ ବେଶ୍ ଦବଦବା ଥିବା ଏହି ନେତା ଏକ ସଂଭ୍ରାନ୍ତୀୟ ହୋଟେଲରେ ଜଣେ ବିଦେଶୀନିଙ୍କ ସହ ରୋମାନ୍ସ କରୁଥିବାର ୩ଟି ଭିଡିଓ କ୍ଲିପ୍ ବେଶ୍ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

{"id":10777,"width":741,"height":991}

ବନ୍ଦ କୋଠରୀ ଭିତରେ କିଏ କଣ କଲା ତାହା ନିଶ୍ଚୟ ସଂପୂର୍ଣ୍ଣ ଭାବରେ ବ୍ୟକ୍ତିଗତ ପ୍ରସଙ୍ଗ । କିନ୍ତୁ ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ସାଂସଦ ପ୍ରାର୍ଥୀଙ୍କ ଏଭଳି ଭିଡିଓ ନିଶ୍ଚୟ ତାଙ୍କ ନିର୍ବାଚନୀ ସଫଳତା ଉପରେ ପ୍ରତିକୂଳ ପ୍ରଭାବ ପକାଇବା ସହ ଦଳର ଭାବମୂର୍ତ୍ତୀକୁ ମଧ୍ୟ ଖରାପ କରିବ ।

{"id":10778,"width":740,"height":975}

ମୋବାଇଲରୁ ମୋବାଇଲକୁ ଘୁରିବୁଲୁଥିବା ଏହି ଭିଡିଓକୁ ରୋକିବା ପାଇଁ ଇତି ମଧ୍ୟରେ ସଂପୃକ୍ତ ସାଂସଦ ପ୍ରାର୍ଥୀ ଭିତିରିଆ ଭାବେ ପୋଲିସର ସହାୟତା ନେବା ସହ ନିଜ କର୍ମୀଙ୍କୁ ମଧ୍ୟ ଏହି କାମରେ ନିୟୋଜିତ କରିଛନ୍ତି ।

{"id":10779,"width":741,"height":988}

ଅପରପକ୍ଷରେ ଏହି ପ୍ରାର୍ଥୀଙ୍କ ବିରୋଧରେ ରହିଥିବା ପ୍ରତିଦ୍ବନ୍ଦ୍ବୀମାନେ ସେମାନଙ୍କ କର୍ମୀ ଓ ସମର୍ଥକଙ୍କ ଜରିଆରେ ଏହି ଭିଡିଓ କିଭଳି ବ୍ୟାପକ ଭାବେ ପ୍ରସାର ହେବ ତାର ଯୋଜନା କରୁଥିବା ଜଣାପଡିଛି । ଏହି ଭିଡିଓରୁ ଫଟୋ ନେଇ ପୋଷ୍ଟର ତିଆରି ହୋଇଥିବା ଜଣାପଡିଛି ।

{"id":10780,"width":734,"height":978}

ହୋଟେଲର ପାରିପାର୍ଶ୍ବିକ ପରିସ୍ଥିତି ଓ ସେଠାରେ ଥିବା ପରିଚାରକଙ୍କୁ ଦେଖିଲେ ଏହା ଥାଇଲାଣ୍ଡର କୌଣସି ଏକ ହୋଟେଲ ବୋଲି ଜଣାପଡୁଛି । ଏହି ହୋଟେଲରେ ସାଂସଦଙ୍କ ସହ ତାଙ୍କର କିଛି ବନ୍ଧୁ ଥିବା ମଧ୍ୟ ଜଣାପଡୁଛି । ଭିଡିଓରେ ସାଂସଦ ପ୍ରାର୍ଥୀ ନିଜ ହୋଟେଲ ପ୍ରକୋଷ୍ଠ ମଧ୍ୟରେ ବିଦେଶୀନିଙ୍କ ସହ କ୍ୟାଟ୍ ଓ୍ବାକ୍ କରୁଛନ୍ତି । ଆଉ ଏକ କ୍ଲିପ୍ ରେ ବିଦେଶୀନିଙ୍କ ସହ ନିଘୋଡ ନିଦରେ ଶୋଇଥିବା ଦୃଶ୍ୟ ରହିଛି । ଅନ୍ୟ ଏକ କ୍ଲିପ୍ ରେ ବିଦେଶୀନିଙ୍କୁ ଆଲିଂଗନ କରି ତାଙ୍କ ଚୁଟି ସଜାଡି ଦେଉଥିବା ଚିତ୍ର ରହିଛି । ନିର୍ବାଚନ ସମୟରେ ବିଭିନ୍ନ ନେତଙ୍କ ବିଭିନ୍ନ ଗୁମର ଖୋଲିବାକୁ ବିରୋଧୀମାନେ ଉଦ୍ୟମ କରିବା ସ୍ବଭାବିକ କଥା । କିନ୍ତୁ ଏହି ଭିଡିଓ କ୍ଲିପକୁ ଦେଖିଲେ ଲାଗୁଛି ଯେ, ସାଂସଦ ପ୍ରାର୍ଥୀଙ୍କ ଗୋଚରରେ ଏହି ଭିଢିଓ ତାଙ୍କର ବନ୍ଧୁ ଉତ୍ତୋଳନ କରିଛନ୍ତି । ସାଂସଦ ପ୍ରାର୍ଥୀଙ୍କ ବନ୍ଧୁ ହିଁ ଏହି ଭିଡିଓ ଏବେ ଭାଇରାଲ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.