PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭବାନୀପାଟଣା: ଏକ ତରଫା ପ୍ରେମରୁ ହତ୍ୟା, ଯୁବତୀଙ୍କୁ ଛୁରି ଭୁସି ଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମାଆ ମୃତ
  • ||
  • ପାରାଦୀପ : ଅଠରବାଙ୍କୀ ରେଳବାଇ କଲୋନୀ ପଛପଟ ଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ନୀଳଗିରି : ନୀଳଗିରି ବ୍ଲକ ଅଧିନ ମଛୁଆ ଗ୍ରାମର ଉମାକାନ୍ତ ସିଂ ଓ ଲକ୍ଷ୍ମୀ ସିଂଙ୍କ ଝିଅ ସୌଭାଗ୍ୟବତୀଙ୍କ ମୁଣ୍ଡ ଅସ୍ଵାଭାବିକ ଭାବରେ ବୃଦ୍ଧି ପାଉଛି, ଚିକିତ୍ସା ପାଇଁ ପରିବାର ନିକଟରେ ନାହିଁ ସମ୍ବଳ, ଝିଅ ପାଇଁ ହାତୁଡି ଧରି ପଥର ସହ ସଙ୍ଘର୍ଷ କରୁଛି ମାଆ
  • ||
  • ସୋର : ସୋର ଅଞ୍ଚଳରେ ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ, ୩ ଗୁରୁତର, ୭ ଏକର ଜମିର ଧାନ ଜଳିଗଲା ୧୦ ବଖରା ପୋଡି ପାଉଁଶ
  • ||
  • ବାଲେଶ୍ବର: ଖଇରା ଓ ନୀଳଗିରି ଅଞ୍ଚଳରେ ଅଚାନକ ଚଢ଼ାଉ କଲେ ନୀଳଗିରି ଏସଡିପିଓ, ୩ ବେଆଇନ ପଥର ବୋଝେଇ ଡ଼ମ୍ଫର ଜବତ,୪ ଅଟକ
  • ||

୭ ଥର ସାଂସଦ ଥିବା ଏହି ବ୍ୟକ୍ତି କଲେ ଆତ୍ମହତ୍ୟା, ସୁଇସାଇଡ ନୋଟରେ ଲେଖାଅଛି ୪୦ ଜଣଙ୍କ ନାମ

ମୁମ୍ଵାଇ, ୨୩/୦୨ : କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ନଗର ହାବେଳିର ଲୋକସଭା ସାଂସଦ ମୋହନ ଡେଲକର ଆତ୍ମହତ୍ୟା କରିଛନ୍ତି। ସାଂସଦ ମୋହନଙ୍କ ମୃତଦେହ ସୋମବାର ମୁମ୍ଵାଇର ଏକ ହୋଟେଲରୁ ମିଳିଥିଲା। ତେବେ ମୁମ୍ବାଇ ପୋଲିସକୁ ସାଂସଦଙ୍କ ରୁମରୁ ଏକ ସୁଇସାଇଡ ନୋଟ ମିଳିଛି। ଏହି ସୁଇସାଇଡ ନୋଟରେ ୪୦ ଜଣ ଲୋକଙ୍କ ନାମ ରହିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏବେ ଫରେନସିକ୍ ବିଭାଗ ଏହି ସୁଇସାଇଡ ନୋଟକୁ ନେଇ ଯାଞ୍ଚ୍ ଆରମ୍ଭ କରିଛି।

ମୁମ୍ଵାଇ ପୋଲିସର ପ୍ରାରମ୍ଭିକ ଯାଞ୍ଚ୍ ମୁତାବକ, ସାଂସଦ ମୋହନ ଡେଲକର ଆତ୍ମହତ୍ୟା କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି ଯେ, ସାଂସଦ ମୋହନ ଡେଲକର କାହିଁକି ଆତ୍ମହତ୍ୟା କରିଛନ୍ତି ଏବଂ ସେ ମୁମ୍ବାଇରେ କଣ କରୁଥିଲେ। ତେବେ ଡେଲକର ଗତ ସପ୍ତାହରେ ଜେଡିୟୁର ନେତାଙ୍କ ସହ ସାକ୍ଷାତ କରିଥିଲେ। ଡେଲକର ସେମାନଙ୍କ ସହ ଦାଦ୍ରା ନଗର ହାବେଳିର ସ୍ଥିତି ବିଷୟରେ ଚର୍ଚ୍ଚା କରିଥିଲେ। ସେ ସାଂସଦଙ୍କ ପ୍ରତିନିଧିମଣ୍ଡଙ୍କୁ ନେବା ପାଇଁ ମୁମ୍ଵାଇ ଆସିଥିଲେ।

ମୋହନ ଡେଲକର ୧୯୮୯ରେ ଦାଦ୍ରା ନଗର ହାବେଳିରୁ ଲୋକସଭା ସାଂସଦ ଥିଲେ। ସେ ୭ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ସେ ୨୦୦୯ରେ କଂଗ୍ରେସରେ ଯୋଗ ଦେଇଥିଲେ କିନ୍ତୁ ୨୦୧୯ରେ ଲୋକସଭା ନିର୍ବାଚନରେ ସେ କଂଗ୍ରେସ ଛାଡି ନିର୍ଦ୍ଦଳୀୟ ବାବେ ଲଢିଥିଲେ ଓ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର