PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ବ୍ୟାଗରେ ଲୁଚାଇକି ନେଉଥିଲେ ୧.୨୫ କୋଟି ମୂଲ୍ୟର ଏହି ସାପ, ୫ ଜଣଙ୍କୁ ଗିରଫ କଲା ପୋଲିସ

ଭୋପାଳ,୩୧।୧୨: ମଧ୍ୟପ୍ରଦେଶର  ରାଜଗଡର ନରସିଂହଗଡ ପୋଲିସ ୫ ଜଣ ଚୋରା ଚାଲାଣକାରୀଙ୍କ ଗିରଫ କରି ମୂଲ୍ୟବାନ ସାପ  ରେଡ୍ ସ୍ୟାଣ୍ଡ ବୋଆକୁ ଜବତ କରିଛି।  ଏହି ସାପର ମୂଲ୍ୟ ୧.୨୫ କୋଟି ଟଙ୍କା ବୋଲି ଜଣାପଡିଛି। ରବିବାର ଏହି ୫ ଜଣ ଚୋରା ଚାଲାଣକାରୀଙ୍କୁ ବଜାରରୁ ମହଙ୍ଗା ଓ ବିଲୁପ୍ତ ହୋଇଥିବା ସାପକୁ ବିକ୍ରି କରିବାକୁ ଯାଉଥିଲେ। ଏହା ଏକ ଦୁଇ ମୁଣ୍ଡିଆ ସାପ​‌, ଯାହାକି ବିଷାକ୍ତ ନୁହେଁ। ଖୁବ୍ ଅଧିକ ଶିକାର ହେବା ଫଳରେ ଏହା ଏକ ବିରଳ ସାପ ପାଲଟିଛି।

ପୋଲିସର ସୂଚନା ଅନୁସାରେ, ଗିରଫ କରାଯାଇଥିବା ଏହି ୫ ଜଣ ଚୋରା ଚାଲାଣକାରୀଙ୍କ ଭିତରେ ୩ ଜଣ ନାବାଳକ ରହିଛନ୍ତି। ରାଜଗଡ ଜିଲ୍ଲାର ନରସିଂହଗଡ ଥାନା ପ୍ରଭାରୀ କୈଳାଶ ଭରଦ୍ବାଜ କହିଛନ୍ତି, ଆମେ ରବିବାର ଦୁଇ ମୁଣ୍ଡିଆ ସାପକୁ ଚୋରା ଚାଲାଣକରୁ ଥିବା ୫ ଜଣଙ୍କୁ ଗିରଫ କରିଛୁ।  ସେମାନଙ୍କ ପାଖରୁ ଏକ ଦୁଇ ମୁଣ୍ଡିଆ ସାପ୍ ଜବତ କରିଛୁ, ଯାହାର ମୂଲ୍ୟ ଅନ୍ତଃର୍ଜାତୀୟ ବଜାରରେ ପ୍ରାୟ ୧.୨୫ କୋଟି ରହିଛି।

ଏହି ସାପର ବ୍ୟବହାର ଔଷଧ, ପ୍ରସାଧନ ସାମଗ୍ରୀ ଓ କଳାଯାଦୁ ପାଇଁ ବ୍ୟବହାର କରାଯାଇଥାଏ। ଦେଶର ବହୁ ଅଂଶରେ ଏଭଳି ମାନ୍ୟତା ରହିଛି ଯେ, ଏହି ସାପ ଲୋକଙ୍କର ଭାଗ୍ୟ ଚମକାଇ ଦେଇଥାଏ।  ଗିରଫ ହୋଇଥିବା ଲୋକଙ୍କ ଭିତରେ ମୁଖ୍ୟ ଅଭିଯୁକ୍ତଙ୍କ ନାମ ପବନ ନାଗର ଓ ଶ୍ୟାମ ଗୁର୍ଜର ରହିଛି। ଏହି ଲୋକମାନେ ପ୍ଲାଷ୍ଟିକ୍ ବ୍ୟାଗରେ ସାପକୁ ନେଇକି ଆସିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଓ୍ବାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି।