ଚିତା ଭଳି ଦୌଡ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହେଲାପରେ ସୁଯୋଗ ଦେଲେ କ୍ରୀଡାମନ୍ତ୍ରୀ, ହେଲେ ଟ୍ରାକରେ ଫେଲ୍ ମାରିଲେ ଯୁବକ

ଭୋପାଳ ୨୦/୮: ମଧ୍ୟପ୍ରଦେଶରେ ଖାଲି ପାଦରେ ଦୌଡୁଥିବା ଜଣେ ଯୁବକର ଭିଡିଓ ଭାଇରାଲ ହୋଇଥିଲା । ଦୌଡ ବି କୌଣସି ସାଧାରଣ ଦୌଡ ନୁହେଁ । ୧୧ ସେକେଣ୍ଡରେ ୧୦୦ ମିଟର । ଯୁବକର ନାଁ ରାମେଶ୍ୱର ଗୁର୍ଜର । ରାତାରାତି ଫେମସ୍ । ସୋସିଆଲ ମିଡିଆରେ ଭାଇରାଲ । ଲୋକମାନେ ତାକୁ ଉସୈନ୍ ବୋଲ୍ଟ ଡାକିବାରେ ଲାଗିଥିଲେ । ମଧ୍ଯପ୍ରଦେଶ ପୂର୍ବତନ ମୁଖ୍ଯମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ ଅନେକ ନେତା ତାକୁ ଟ୍ରେନିଂ ଦେବାର ସୁପାରିଶ କରିଥିଲେ । ସ୍ପୋର୍ଟ୍ସ ମିନିଷ୍ଟର କିରଣ ରିଜ୍ଜୁ ମଧ୍ୟ ସମସ୍ତଙ୍କ ଅନୁରୋଧକୁ ରକ୍ଷା କଲେ । କିନ୍ତୁ ୧୯ ଅଗଷ୍ଟରେ ଭୋପାଳରେ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଓ ରାଜ୍ଯ ସରକାର ଏକ ଟ୍ରାଏଲ୍ ରନ୍ କରିଥିଲେ । ଏଥିରେ କିଛି ଏମିତି ହୋଇଛି ଯାହା କେହି ବି କଳ୍ପନା କରିନଥିଲେ । ରାମେଶ୍ୱର ଏହି ରେସରେ ସମସ୍ତଙ୍କଠୁ ପଛରେ ରହିଗଲେ ।

ଅବଶ୍ଯ ସ୍ପୋର୍ଟ୍ସ ମିନିଷ୍ଟର କିରଣ ରିଜ୍ଜୁ ଏହି ପ୍ରଥମ ସୁଯୋଗରେ କୌଣସି ରାୟ ନଦେଇ ରାମେଶ୍ୱରକୁ ସପୋର୍ଟ କରିଛନ୍ତି । ଏହା ସହିତ ସେ ତାକୁ ଟ୍ରେନିଂ ଦେବାପାଇଁ ଆଶ୍ୱାସନା ଦେଇଛନ୍ତି ।

ରାମେଶ୍ୱର ସୋସିଆଲ ମିଡିଆରେ ଭାଇରାଲ ହେବାର କାରଣ ଥିଲା ୧୧ ସେକେଣ୍ଡରେ ୧୦୦ ମିଟର ଦୌଡ । ଷ୍ଟାର ସ୍ପ୍ରିଣ୍ଟର ଉସୈନ୍ ବୋଲ୍ଟ ୯.୫୮ ସେକେଣ୍ଡରେ ୧୦୦ ମିଟର ଦୌଡି ରେକର୍ଡ କରିଥିଲେ । ରାମେଶ୍ୱର କୁହନ୍ତି ଯେ ସେ ନିଜ ଉପରେ ଭରସା କରନ୍ତି । ଏବଂ ସେ ଟ୍ରେନିଂ ପାଇଲେ ଏହି ରେକର୍ଡ ମଧ୍ୟ ଭାଙ୍ଗିଦେବେ ।

ଅଧିକ ପଢନ୍ତୁ ବିଜୁଳି ବେଗରେ ଦୌଡୁଛି ଏହି ବାଳକ, ଭିଡିଓ ଦେଖିବା ପରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଦେଲେ ନିମନ୍ତ୍ରଣ,ଦେଖନ୍ତ ଭିଡିଓ

ଅବଶ୍ଯ ଏହା ମଧ୍ଯ ସ୍ୱାଭାବିକ୍ ଯେ କାହାକୁ ଜଣକୁ ଜନତାଙ୍କ ମଧ୍ଯରେ ସିଧା ଟ୍ରାକରେ ଛାଡିଦେଲେ ତା ଉପରେ ଚାପ ପଡିଯିବ । ଏହା ଛଡା ରାମେଶ୍ୱରଙ୍କ ବିନା ଜୋତାରେ ଦୌଡିବା ଅଭ୍ଯାସ ଅଛି । ଏହା ବ୍ଯତୀତ ରାମେଶ୍ୱର ଟ୍ରାକରେ ଦୋଡିବା ପ୍ରକ୍ରିୟା ମଧ୍ୟ ଜଣାନାହିଁ । ରେସ୍ ଆରମ୍ଭର ଅନ୍ୟମାନେ ନିଜ ପୋଜରେ ଥିଲେ କିନ୍ତୁ ସେ ଠିଆ ହୋଇଥିଲେ । ଅବଶ୍ଯ ଏହା ସବୁ ସେ ନିଜ ଟ୍ରେନିଂ ପରେ ଶିଖିପାରିବେ ।

   ସମ୍ବନ୍ଧିତ ଖବର


୧୦ ବର୍ଷ ପରେ ପରିବର୍ତ୍ତନ କରାଯାଉଛି Wikipediaର ଡିଜାଇନ୍‌, ଦେଖନ୍ତୁ ନୂଆ ଲେଆଉଟ୍‌

୧୦ବର୍ଷିୟା ବାଳିକାଙ୍କ ମହାନତାକୁ ସଲାମ – ନିଜର ୩୧ଇଞ୍ଚ ଲମ୍ୱ କେଶକୁ କାଟି କଲେ ଏମିତି କାମ

ନିଜର ଗାଡିରେ ଲଗାଇ ଦିଅନ୍ତୁ HSRP ଓ କଲର କୋଡ୍, ନଚେତ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା

ଚୀନ୍‌ର ଭୟଙ୍କର ଚାଲ୍ – ଡୋକଲାମ ପାଖରେ ମୁତୟନ କଲା ପରମାଣୁ ବମ୍ୱର , କ୍ରୁଜ୍ ମିସାଇଲ୍

ନାଳରୁ ବାହାରିଲା ବିଶାଳ ମୂଷା –ସୋସିଆଲ ମିଡ଼ିଆରେ ଭାଇରାଲ ଭିଡ଼ିଓ

ଲେଜର ଚାଳିତ ଟ୍ୟାଙ୍କ୍‌ ବିଧ୍ୱଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ