ବିଜେପିରେ ମିଶିବେ ସିଦ୍ଧାନ୍ତ !

ଭୁବନେଶ୍ୱର ୨୧/୩: ଥମୁନି ଦଳଡିଆଁ । ରାଜ୍ଯ ରାଜନୀତିରେ ଏବେ ସମସ୍ତେ ଗୋଟେ ଦଳରୁ ଇସ୍ତଫା ଦେଇ ଅନ୍ୟ ଦଳରେ  ଯୋଗଦେବାରେ ଲାଗିଯାଇଛନ୍ତି । ବିଜେଡିର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରଠୁ ଏପର୍ଯ୍ଯନ୍ତ ୧୦ରୁ ଅଧିକ ବିଜେଡି ନେତା ବିଜେପିରେ ମିଶିସାରିଲେଣି । ତେବେ ବିଜେଡିର ସିଦ୍ଧାନ୍ତ ମହାପାତ୍ର ମଧ୍ଯ ଖୁବ୍ ଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି । ବ୍ରହ୍ମପୁର ସାଂସଦ ଅଛନ୍ତି ସିଦ୍ଧାନ୍ତ ମହାପାତ୍ର  ।

ବିଜେପିର ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ସିର୍ଦ୍ଧାନ୍ତ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ବିଜେଡିରୁ ଟିକେଟ ନମିଳିବାରୁ ଅସନ୍ତୁଷ୍ଟ ଥିଲେ ସିର୍ଦ୍ଧାନ୍ତ । ସିର୍ଦ୍ଧାନ୍ତଙ୍କ ବଦଳରେ ବ୍ରହ୍ମପୁର ଆସନରୁ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଏମପି ପ୍ରାର୍ଥୀ ଭାବେ ଘୋଷଣା କରିବାରୁ ସେ ଖପ୍ପା ଥିଲେ । ଅନ୍ୟପଟେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରେଶବ ନନ୍ଦ ମଧ୍ୟ ବିଜେପିରେ ମିଶିବାର ସମ୍ଭାବନା ରହିଛି ।

   ସମ୍ବନ୍ଧିତ ଖବର


ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର

ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍

କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ନିର୍ବାଚନ ସଭାରେ ଉଦବୋଧନ ବେଳେ ସଭାମଞ୍ଚରୁ ଗଳି ପଡିଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ…

ଭାରତୀୟ ସେନା ଲଞ୍ଚ କଲା ସ୍ବଦେଶୀ ମେସେଜିଂ ଆପ୍ SAI, ହ୍ବାଟସଆପ୍‌ଠାରୁ ମଧ୍ୟ ଆହୁରି ସୁରକ୍ଷିତ