ପ୍ରମୁଖ ଖବର
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ସୌନ୍ଦର୍ଯ୍ୟର ମାନଦଣ୍ଡ ବଦଳାଇବେ ମୃଣାଳ, ବିବାହ ଓ ପ୍ରେମ ସମ୍ପର୍କ କହିଲେ ଏମିତି କିଛି...

ମୁମ୍ବାଇ ୨୭/୦୪: ଫ୍ୟାନ୍‌ ଏବେ ମୃଣାଳ ଠାକୁରଙ୍କୁ ତାଙ୍କ ଫିଟ୍‌ନେସ୍‌ର ରାଜ୍‌ ପଚାରୁଛନ୍ତି । କିନ୍ତୁ ଏମିତି ସମୟ  ଥିଲା, ନିଜର ଶାରୀରିକ ଗଠନ ପାଇଁ ମୃଣାଳଙ୍କୁ ଖୁବ୍‌ ସମାଲୋଚନା କରାଯାଉଥିଲା । ଏକ ସାକ୍ଷାତକାରରେ ମୃଣାଳ କହିଛନ୍ତି, ସୋସିଆଲ ମିଡିଆରେ ଲୋକେ ସର୍ବଦା ପର୍‌ଫେକ୍ଟ ହେବାର ପ୍ରଦର୍ଶନ କରନ୍ତି । ପ୍ରଥମେ ତାଙ୍କୁ ନିଜ ପସନ୍ଦର ପୋଷାକ ପିନ୍ଧିବା ପୂର୍ବରୁ ଚିନ୍ତା କରିବାକୁ  ପଡୁଥିଲା । କିନ୍ତୁ ଏବେ ଏ ସବୁକୁ ସେ ଖାତିର କରୁନାହାନ୍ତି । 

ନିଜ ଶରୀରକୁ ନେଇ  ସେ କହିଛନ୍ତି, ମୁଁ ଯେମିତି, ତାକୁ ନେଇ ସୌନ୍ଦର୍ଯ୍ୟର ମାନଦଣ୍ଡ ବଦଳାଇବାକୁ ଚାହୁଁଛି । ବାର୍ତ୍ତାଳାପରେ ତାଙ୍କୁ ବିବାହ ଓ ପ୍ରେମ ସମ୍ପର୍କ ବିଷୟରେ ମଧ୍ୟ ପଚରାଯାଇଥିଲା। ଏହାର ଜବାବରେ ସେ କହିଛନ୍ତି, ବିବାହ କରିବାରେ  ତାଙ୍କର କୌଣସି ସମସ୍ୟା ନାହିଁ। କିନ୍ତୁ ଜଣେ ଉତ୍ତମ ସାଥୀ ମିଳିବା  ବହୁତ ମୁସ୍କିଲ । ମୃଣାଳ ଡିମ୍ବାଣୁ ଫ୍ରିଜ୍‌ କରିବା ବିଷୟରେ ଚିନ୍ତା  କରୁଥିବା କଥା ବି କହିଛନ୍ତି । ଏହି ପଦ୍ଧତିରେ ମହିଳାଙ୍କ  ଗର୍ଭାଶୟରୁ ସୁସ୍ଥ ଡିମ୍ବାଣୁ ବାହାର କରି ଚିକିତ୍ସକୀୟ  ତତ୍ତ୍ୱାବଧାନରେ ଗଚ୍ଛିତ ରଖାଯାଏ। ପରେ  ମହିଳା ଯେତେବେଳେ ଗର୍ଭବତୀ ହେବାକୁ  ଚାହିଁବେ, ସେହି ଡିମ୍ବାଣୁକୁ ଭ୍ରୂଣ କରି  ତାଙ୍କ ଗର୍ଭାଶୟକୁ ଛଡ଼ାଯାଏ । ଏଥିରେ  କୌଣସି ପ୍ରକାର ଗମ୍ଭୀର ସମସ୍ୟା ନାହିଁ। ଏହା ଏକ ସହଜ ପଦ୍ଧତି ।  

ତାଙ୍କ କହିବା ଅନୁସାରେ, ସମସ୍ତଙ୍କ ଜୀବନରେ ଭଲ ଓ ଖରାପ ଦିନ ଆସେ । କିନ୍ତୁ ଖରାପ ଦିନ ଦ୍ୱାରା  ଆମେ ପ୍ରଭାବିତ ହେବା  ଉଚିତ୍‌ ନୁହେଁ । ନିକଟରେ ସାଉଥ୍‌  ସୁପରଷ୍ଟାର୍‌  ବିଜୟ  ଦେବରକୋଣ୍ଡାଙ୍କ  ସହ ତେଲୁଗୁ ଫିଲ୍ମ  ‘ଦ ଫ୍ୟାମିଲି ଷ୍ଟାର୍‌’ରେ  ନଜର ଆସିଥିଲେ ମୃଣାଳ। ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ କିଛି ହିନ୍ଦୀ ଓ ସାଉଥ୍‌ ଫିଲ୍ମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.