୭ ଜନ୍ମର ବନ୍ଧନ ଗଲାନି ୭ ମାସ : ବାହାଘରର ୩ ମାସ ନପୁରୁଣୁ ଘରୁ ମିଳିଲା ନବ ଦମ୍ପତିଙ୍କ ମୃତଦେହ

ଭୁବନେଶ୍ବର ୨୯।୫: ବର୍ଷେ କି ୩ ବର୍ଷ ନୁହେଁ, ମାତ୍ର ୩ ମାସ ତଳେ ବିବାହ ହୋଇଥିଲା। ହୋମ ନିଆଁକୁ ସାକ୍ଷୀ ରଖି ଦୁହେଁ ଦୁହିଁଙ୍କର ହାତ ଧରିଥିଲେ ଆଉ ସାତ ଜନମର ସାଥୀ ହେବେ ବୋଲି ପରଷ୍ପରକୁ ବଚନ ଦେଇଥିଲେ। ହେଲେ ସବୁ ସ୍ବପ୍ନ ଆଖି ପିଛୁଲାକେ ଲିଭିଗଲା। ସାତ ଜନମ କ’ଣ ସାତ ମାସ ବି ଗଲାନି ଉଭୟଙ୍କ ଦାମ୍ପତ୍ୟ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀରେ।

ଭୁବନେଶ୍ବରରେ ଏକ ଘର ଭିତରୁ ନବ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହେବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଲିଙ୍ଗରାଜ ଥାନା କେଉଟସାହିରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଲିଙ୍ଗରାଜ ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଲିଙ୍ଗରାଜ ଥାନା କେଉଟ ସାହିରେ ନବ ଦମ୍ପତ୍ତିଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଉଭୟଙ୍କ ମୃତଦେହ ଘର ଭିତରୁ ଉଦ୍ଧାର ହୋଇଛି । ମୃତ ସ୍ବାମୀଙ୍କ ନାଁ ରାକେଶ ରାଉତ ଏବଂ ସ୍ତ୍ରୀଙ୍କ ନାଁ ମୀନାକ୍ଷୀ ରାଉତ ବୋଲି ଜଣାପଡିଛି । ରାକେଶଙ୍କ ମୃତଦେହ ବେକରେ ଶାଢୀ ଗୁଡାଇ ହୋଇଥିବା ଅବସ୍ଥାରେ ଉଦ୍ଧାର ହୋଇଛି ।ମିନାକ୍ଷୀଙ୍କ ମୃତଦେହ ଖଟ ତଳୁ ଉଦ୍ଧାର ହୋଇଛି ।

ଉଭୟ ସ୍ବାମୀ-ସ୍ତ୍ରୀ ମାଉସୀଙ୍କ ଘରେ ରହୁଥିଲେ । ୩ ମାସ ତଳେ ଉଭୟଙ୍କର ବିବାହ ହୋଇଥିଲା । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହ ପାଇଁ ଉଭୟ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଖବର ପାଇ ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରିଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

   ସମ୍ବନ୍ଧିତ ଖବର


ଶିକ୍ଷକଙ୍କୁ କଚାଡି ମାରିଲା ହାତୀ

ରାଜ୍ୟରେ ପୁଣି ୧୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୫୯ କୁ ବୃଦ୍ଧି

ପୁଣି ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଡେଇଁଲା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ୍, କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲା

ଟ୍ରେନରେ କଟି ଗୋଟିଏ ପରିବାରର ୩ ମୃତ: ଆତ୍ମହତ୍ୟା ସନ୍ଦେହ

ଘର ସାମ୍ନାରେ ଖେଳୁଥିବାବେଳେ ଶିଶୁ ଉପରେ ଚଢିଗଲା ବୋଲେରୋ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ପରିବାରଲୋକ