ଆର୍ମି ଟ୍ରେନିଂରୁ ଫେରିବା ପରେ ନେତା ହେଲେ ମହେନ୍ଦ୍ର ସିଂହ ଧୋନି, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ

ଇଣ୍ଡିଆ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୧୫ ଦିନ ପାଇଁ ଜମ୍ମୁ-କଶ୍ମୀରରେ ସୈନିକଙ୍କ ସହିତ ରହିଥିଲେ। ସେ ଜୁଲାଇ ୩୧ ତାରିଖରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସେନାର ଗତିବିଧି ଉପରେ ନଜର ରଖିଥିଲେ। ଏହି ସମୟରେ ସେ ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନ (ପାରା) ସହିତ ସମୟ ବିତାଇଥିଲେ। ଏବେ ଆର୍ମି ଟ୍ରେନିଂରୁ ସେ ପୁଣି ଫେରି ଆସିଛନ୍ତି।

ଏବେ ମହେନ୍ଦ୍ର ସିଂହ ଧୋନିଙ୍କୁ ଏକ ନୂଆ ଲୁକରେ ଦେଖିବାକୁ ମିଳିଛି। ମାନେ ଜଣେ ନେତା ଲୁକରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଦେଖିବାକୁ ମିଳିଛି। ଏହା ପୂବର୍ରୁ ତାଙ୍କ ଏହି ବେଶରେ କେବେ ଦେଖିବାକୁ ମିଳିନଥିଲା। ନେତାଙ୍କ ପରି କପଡ଼ା ପିନ୍ଧି ଦୁଇ ହାତ ଯୋଡିଛନ୍ତି। କୁର୍ତ୍ତି ସାଙ୍ଗକୁ ମୁଣ୍ଡରେ ଗାନ୍ଧି ଟୋପିରେ ସତେ ଯେମିତି କୈାଣସି ରାଲିରେ ଜନତାଙ୍କୁ ସମ୍ବୋଧିତ କରୁଛନ୍ତି। ଏହି ଫଟୋକୁ ଦେଖିଲେ ସେହିଭଳି ଅନୁଭବ ହେଉଛି। ସୋସିଆଲ ମିଡ଼ିଆରେ ମହେନ୍ଦ୍ର ସିଂହ ଧୋନିଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି।

ସୂଚନା ଥାଉକି, ଏକ ବିଜ୍ଞାପନ ସୁଟିଂ ପାଇଁ ମହେନ୍ଦ୍ର ସିଂହ ଧୋନି ଏହି ଫଟୋସୁଟ୍ କରିଛନ୍ତି। ଏହା ମୁମ୍ବାଇର ଏକ ବିଜ୍ଞାପନ ପାଇଁ ସୁଟିଂ କରାଯାଇଛି।

   ସମ୍ବନ୍ଧିତ ଖବର


ଏହି ଅଷ୍ଟ୍ରେଲୀୟ କ୍ରିକେଟ ଖେଳାଳିଙ୍କ ପତ୍ନୀ ଭାଙ୍ଗିଲେ ଧୋନିଙ୍କ ଓ୍ବାର୍ଲ୍ଡ ରେକର୍ଡ

ପୁଣି ଭାରତ ବିରୋଧରେ ବିଷ ଓଗାଳିଲେ ସାହିଦ୍ ଆଫ୍ରିଦ୍, ମୋଦିଙ୍କକୁ ନେଇ କହିଲେ ଏହି କଥା

ସୁନୀଲ ଗାଭାସ୍କରଙ୍କ ଟିପ୍ପଣୀକୁ ନେଇ କଡା ଜବାବ୍ ଦେଲେ ଅନୁଷ୍କା ଶର୍ମା, କହିଲେ ଏଭଳି

ଡ୍ରଗ୍ସ ଜାଲରେ କ୍ରିକେଟରଙ୍କ ପତ୍ନୀ!

ବିରାଟ କୋହଲିଙ୍କ ଉପରେ ଲାଗିଲା ୧୨ ଲକ୍ଷ ଟଙ୍କାର ଜରିମାନା, ଜାଣନ୍ତୁ କ’ଣ ରହିଛି କାରଣ?

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟରଙ୍କ ହୃଦଘାତରେ ମୃତ୍ୟୁ