PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୫ ବର୍ଷ ପୂରଣ କଲେ ଧୋନୀ, ଏବେବି ମାହିଙ୍କ ଫେରିବା ଅପେକ୍ଷାରେ ଫ୍ୟାନ୍

ନୂଆଦିଲ୍ଲୀ, ୨୩|୧୨:  ଭାରତକୁ ଉଭୟ ଟି୨୦ ଓ ଦିନିକିଆ ବିଶ୍ୱକପ ବିଜେତା କରାଇଥିବା ପୂର୍ବତନ ଅଧିନାୟକ ତଥା କ୍ୟାପ୍ଟେନ କୁଲ୍ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। ଧୋନୀ ବିଶ୍ୱ କ୍ରିକେଟରେ ଏକମାତ୍ର ଅଧିନାୟକ ଯିଏ ତିନୋଟି ବଡ ଟ୍ରଫି ଉପରେ କବଜା କରିଛନ୍ତି। ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୨୦୦୭ରେ ଟି୨୦, ୨୦୧୧ରେ ବିଶ୍ୱକପ ଓ ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ହାସଲ କରିଥିଲା। ଏହା ବ୍ୟତୀତ ଭାରତ ୨୦୦୯ରେ ପ୍ରଥମ ଥର ପାଇଁ ଟେଷ୍ଟ୍ କ୍ରିକେଟରେ ନମ୍ବର ଓ୍ୱାନ୍ ଦେଶ ହୋଇଥିଲା।

ଧୋନୀଙ୍କ ପ୍ରତିଭା ଅନନ୍ୟ ଥିଲା। ସେ ଜୁନିଅର କ୍ରିକେଟରୁ ଭାରତୀୟ ଦଳରେ ସାମିଲ ହେବାର ଯାତ୍ରା ମାତ୍ର ୫ରୁ ୬ ବର୍ଷ ଭିତରେ ପୂରଣ କରିଥିଲେ। ୧୯୯୮ରେ ଜୁନିଅର କ୍ରିକେଟ ଆରମ୍ଭ କରିଥିବା ଧୋନୀ ୨୩ ଡିସେମ୍ବର ୨୦୦୪ରେ ବାଂଲାଦେଶ ବିପକ୍ଷରେ କ୍ୟାରିଅର ଆରମ୍ଭ କରିଥିଲେ। ସେ କିନ୍ତୁ ବାଂଲାଦେଶ ବିପକ୍ଷରେ କିଛି କରିପାରି ନଥିଲେ। ଆଗାମୀ ସିରିଜରେ ପାକିସ୍ତାନ ବିପକ୍ଷରେ ବିଶାଖାପାଟ୍ଟନାରେ ଖେଳାଯାଇଥିବା ଦିନିକିଆରେ ୧୨୩ ବଲରୁ ୧୪୮ ରନ୍ କରିଥିଲେ। ଏହାପରେ ଏହି ଲମ୍ବା ଚୁଟି ରଖୁଥିବା ଖେଳାଳି ଧୋନୀ କିଏ ବୋଲି ପ୍ରଶ୍ନ ଆସିଥିଲା।

ସେ ୨୦୦୮ରେ ଭାରତୀୟ ଦଳର ଅଧିନାୟକ ଭାର ସମ୍ଭାଳିଥିଲେ। ସେହି ସମୟରେ ତାଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ରହିଥିଲା। ଯୁବ ଖେଳାଳିଙ୍କୁ ସୁଯୋଗ ଦେବା, ଭବିଷ୍ୟତ ପାଇଁ ଦଳ ତିଆରି କରିବା ଇତ୍ୟାଦି। ଧୋନୀ ଏହି ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରି ଦଳକୁ ଅନେକ ଐତିହାସିକ ସଫଳତା ଦେଇଥିଲେ।

୨୦୧୪ରେ ଧୋନୀ ହଠାତ ବିଶ୍ୱ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ୨୦୧୭ରେ ଦିନିକିଆ ଓ ଟି୨୦ କ୍ରିକେଟର ଅଧିନାୟକ ପଦ ଛାଡିଥିଲେ। ବିଶ୍ୱକପ ୨୦୧୯ରେ ନିଜର ଧୀମା ବ୍ୟାଟିଂ ପାଇଁ ସେ ସମାଲୋଚନାର ଶିକାର ହୋଇଥିଲେ। ସେ ନ୍ୟୁଜିଲାଣ୍ଡ ବିରୋଧରେ ସେମିଫାଇନାଲରେ ରନ୍ ଆଉଟ୍ ହୋଇଥିଲେ। ଫଳରେ ଦଳର ଆଶା ମଉଳି ଯାଇଥିଲା। ଏହାପରେ ସେ କ୍ରିକେଟରୁ ବ୍ରେକ୍ ନେଇଥିଲେ। ଏହାପରେ ସେ କୌଣସି ଅନ୍ତରାଷ୍ଟ୍ରୀୟ ସିରିଜରେ ସାମିଲ ହୋଇନାହାଁନ୍ତି।

ସେ ଦିନିକିଆରେ ମୋଟ୍ ୧୦,୭୭୩ ରନ୍ କରିଥିବା ବେଳେ ଓ୍ୱିକେଟ୍ କିପର ଭାବେ ୪୪୪ଟି ଆଉଟ୍ କରିଛନ୍ତି। ସେହିପରି ଟେଷ୍ଟରେ ୪୮୭୬ ରନ୍ କରିଥିବା ବେଳେ ୨୯୪ଜଣଙ୍କୁ କିପର୍ ଭାବେ ଆଉଟ୍ କରିଛନ୍ତି।