ପ୍ରମୁଖ ଖବର
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||
  • ଆଜି ରଥଯାତ୍ରା ପ୍ରସ୍ତୁତି ବୈଠକ, ପୁରୀ ସର୍କିଟ୍ ହାଉସ୍‌ରେ ବସିବ ମିଟିଂ
  • ||
  • IPL 2024: ଆଜି ରାଜସ୍ଥାନ ରୟାଲ୍ସ-ଦିଲ୍ଲୀ କ୍ୟାପିଟାଲ୍ସ ମୁକାବିଲା, ପ୍ରଥମ ବିଜୟ ପାଇଁ ବ୍ୟଗ୍ର ପନ୍ତ ବାହିନୀ
  • ||
  • ଗୁରୁବାର ପଦ୍ମ ଧରିବେ ସାଂସଦ ଭର୍ତ୍ତୃହରି ମହତାବ ! ମିଳିପାରେ କଟକ ଲୋକସଭା ପ୍ରାର୍ଥୀ ଟିକେଟ୍
  • ||
  • ଆହୁରି ଜଳାଇବ ତାତି, ୩ ଦିନରେ ଆହୁରି ୩ ଡିଗ୍ରୀ ବଢ଼ିବ ତାପମାତ୍ରା
  • ||

ମାହିଙ୍କୁ କ୍ରିକେଟ୍ ଅଷ୍ଟ୍ରେଲିଆର ବଡ ସମ୍ମାନ, ବିରାଟଙ୍କୁ ପଛରେ ପକାଇ ଦିନିକିଆ ଦଳର ଅଧିନାୟକ ହେଲେ ଏମଏସ୍ ଧୋନୀ

ସିଡନୀ, ୨୪|୧୨:   କ୍ରିକେଟ୍ ଅଷ୍ଟ୍ରେଲିଆ ଚଳିତ ଦଶନ୍ଧିର ସର୍ବଶ୍ରେଷ୍ଠ ଦିନିକିଆ ଟିମ୍ ଘୋଷଣା କରିଛି। ଏଥିରେ ଅଷ୍ଟ୍ରେଲିଆ ମହେନ୍ଦ୍ର ସିଂ ଧୋନୀଙ୍କୁ ବଡ ସମ୍ମାନ ଦେଇଛି। ଏଠାକାର କ୍ରିକେଟ୍ ବୋର୍ଡ ଦ୍ୱାରା ଜାରି କରାଯାଇଥିବା ଦଳରେ ଧୋନୀଙ୍କୁ ଅଧିନାୟକ ଭାବେ ସ୍ଥାନ ମିଳିଛି। ସେହିପରି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଟିମରେ ସ୍ଥାନ ଦିଆଯାଇଛି।

{"id":72587,"width":750,"height":561,"sizeSlug":"large"}

କ୍ରିକେଟ୍ ଅଷ୍ଟ୍ରେଲିଆର କହିବାନୁସାରେ, ଏହି ଦଶକ ଅନ୍ତରେ ଧୋନୀ ସେତେଟା ସଫଳ ହୋଇପାରିନଥିଲେ ସୁଧା ସେ ଭାରତୀୟ ଦଳକୁ ଅନେକ ସ୍ୱର୍ଣ୍ଣିମ ସମୟ ଉପହାର ଦେଇଛନ୍ତି। ସେ ଜଣେ ଶକ୍ତିଶାଳୀ ଖେଳାଳି। ଧୋନୀ ୨୦୧୧ରେ ଘରୋଇ ମାଟିରେ ଦଳକୁ ବିଶ୍ୱକପ୍ ଚାମ୍ପିୟନ କରିଥିଲେ। ସେ ଜଣେ ଭଲ ମ୍ୟାଚ୍ ଫିନିଶର।  ଧୋନୀଙ୍କ ଆଭରେଜ୍ ମଧ୍ୟ ୫୦ ରହିଛି। ସେ ୪୯ଟି ଇନିଂସରେ ନଟ୍ ଆଉଟ୍ ରହିଛନ୍ତି। ଏହା ମଧ୍ୟରୁ ୨୮ଟି ପାଳିରେ ସେ ଲକ୍ଷ୍ୟକୁ ପିଛା କରି ଦଳକୁ ବିଜୟୀ କରିଛନ୍ତି। ସେ ଜଣେ ଶ୍ରେଷ୍ଠ ଓ୍ୱିକେଟ୍ କିପର୍ ଭାବେ ବୋଲରଙ୍କୁ କେବେ ନିରାଶ କରିନାହାଁନ୍ତି।

ଏହି ଦଶନ୍ଧିର ଦିନିକିଆ ଦଳରେ ଧୋନୀଙ୍କ ବ୍ୟତୀତ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ସ୍ଥାନ ମିଳିଛି। ରୋହିତ ଓ ହାସିମ ଅମଲାଙ୍କୁ ଓପନର ଭାବେ ବଛାଯାଇଛି। ବିରାଟ କୋହଲି ୩ ନମ୍ବରରେ ରହିଛନ୍ତି। ଏବି ଡିଭିଲର୍ସ, ଶାକିବ ଅଲ ହାସନ, ଜୋସ ବଟଲରଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ବୋଲରଙ୍କ ମଧ୍ୟରେ ମିଚେଲ୍ ଷ୍ଟାର୍କ, ଟ୍ରେଟ୍ ବୋଲ୍ଡ୍, ଲସିଥ ମାଲିଙ୍ଗାଙ୍କୁ ଚୟନ କରାଯାଇଛି।

{"id":72588,"width":746,"height":419,"sizeSlug":"large"}

କ୍ରିକେଟ୍ ଅଷ୍ଟ୍ରେଲିଆର ଦିନିକିଆ ଦଳ

ରୋହିତ ଶର୍ମା, ହାସିମ ଅମଲା, ବିରାଟ କୋହଲି, ଏମଏସ ଧୋନୀ, ଏବି ଡିଭିଲର୍ସ, ସାକିବ ଅଲ ହାସନ, ଜୋସ ବଟଲର, ମିଚେଲ୍ ଷ୍ଟାର୍କ, ଟ୍ରେଟ୍ ବୋଲ୍ଡ୍, ଲସିଥ ମାଲିଙ୍ଗା, ରଶିଦ ଖାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.