ନିଜ ପ୍ରିୟ ସିଙ୍ଗରଙ୍କ ଗୀତ ଶୁଣିଲେ ଧୋନୀ, ବନ୍ଧୁମାନଙ୍କ ସହ ମସ୍ତୀ ଭିଡିଓ ଭାଇରାଲ

ନୁଆଦିଲ୍ଲୀ ୧୯/୨: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ଏମଏସ ଧୋନୀ ଗତ ୭ ମାସ ଧରି କ୍ରିକେଟରୁ ପ୍ରାୟତଃ ଦୂରରେ ଅଛନ୍ତି । ଏହା ମଧ୍ୟରେ ସେ ଯାହା ବି କରୁଛନ୍ତି ସେଥିପାଇଁ ଚର୍ଚ୍ଚାରେ ରହୁଛନ୍ତି । କିଛି ଦିନ ପୂର୍ବରୁ ଧୋନୀ ମାଳଦ୍ୱୀପରେ ଛୁଟି କଟାଉଥିବା ନଜର ଆସିଥିଲେ ଯେଉଁଠି ସେ ନିଜ ବନ୍ଧୁମାନଙ୍କ ସହ ଖୁବ୍ ମଜା କରିଥିଲେ । ଏବେ ଧୋନୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଗୀତ ଶୁଣୁଥିବା ନଜର ଆସୁଛନ୍ତି ।

ପୂର୍ବରୁ ମଧ୍ୟ ଧୋନୀ ଅନେକ ଥର ଗୀତ ଶୁଣୁଥିବା ଦେଖିବାକୁ ମିଳିଛନ୍ତି । ଟିମ୍ ଇଣ୍ଡିଆ ସହିତ ଯାତ୍ରା କରୁଥିବା ସମୟରେ ସେ ସବୁବେଳେ ନିଜ ହେଡଫୋନରୁ ଗୀତ ଶୁଣୁଥିବା ଦେଖିବାକୁ ମିଳନ୍ତି । ଏବେ ଭାଇରାଲ ହେଉଥିବା ଏହି ନୂଆ ଭିଡିଓରେ ଧୋନୀ ଜଣେ ନୂଆ ସିଙ୍ଗରଙ୍କ ଗୀତକୁ ଉପଭୋଗ କରୁଛନ୍ତି ।  

ଏହି ଭିଡିଓରେ ଧୋନୀ ରେଷ୍ଟରୁମର ଏକ ଶେଲ୍ଫରେ ବସିଛନ୍ତି ଏବଂ ସେ ଇଶାନ୍ ଖାନ ନାମକ ଜଣେ ସିଙ୍ଗରଙ୍କଠୁ କିଶୋର କୁମାରଙ୍କ ଗୀତ ଶୁଣୁଛନ୍ତି । ଇଶାନ ଧୋନୀଙ୍କୁ ମିଷ୍ଟର ଏକ୍ସ ଇନ୍ ବମ୍ବେ ଫିଲ୍ମର ଗୀତ ‘ମେରେ ମେହବୁବ କୟାମତ ହୋଗି’ ଶୁଣାଉଛନ୍ତି ଏବଂ ସେ ଫ୍ଲୋରରେ ବସି ଗୀତ ଶୁଣୁଛନ୍ତି ।

କହିରଖୁଛୁ ଧୋନୀଙ୍କ ଫ୍ୟାନ୍ସ ତାଙ୍କୁ କ୍ରିକେଟ ମଇଦାନରେ ଦେଖିବା ପାଇଁ ପାଗଳ ହେଉଛନ୍ତି, କିନ୍ତୁ ଆଇସିସି ୱନଡେ ୱର୍ଲ୍ଡ କପ ପରେ ଆଇପିଏଲରେ ହିଁ ତାଙ୍କୁ ଖେଳୁଥିବା ଦେଖିବାକୁ ପାଇବେ ତାଙ୍କ ଫ୍ୟାନ୍ସ । ଏହା ମଧ୍ୟରେ ତାଙ୍କ ସନ୍ୟାସକୁ ନେଇ ଅନେକ ଅଟକଳ ଲଗାଯାଉଛି, ତେବେ ସେ ଏନେଇ ଚୁପ୍ ଅଛନ୍ତି ।

   ସମ୍ବନ୍ଧିତ ଖବର


ମାରାଡୋନାଙ୍କୁ କରାଯାଇଥାଇ ପାରେ ହତ୍ୟା- ଆର୍ଜେଣ୍ଟିନାରେ ପୁଲିସ ଏ ଦିଗରେ କରୁଛି ତଦନ୍ତ

ପୁଣିଥରେ ବକ୍ସିଂ ରିଂକୁ ଫେରିଲେ ମାଇକ୍ ଟାଇସନ୍, ୧୫ ବର୍ଷ ପରେ ଖେଳିଲେ ମ୍ୟାଚ୍

ମ୍ୟାଚ୍‌ ମଝିରେ ମ୍ୟାଚିଙ୍ଗ୍‌: ଅଷ୍ଟ୍ରେଲୀୟ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଲେ ଭାରତୀୟ ଯୁବକ, ଭିଡିଓ ଭାଇରାଲ..

ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ – ମହିଳା କହିଲେ , ୧୦ ବର୍ଷ ଯାଏ କରିଛନ୍ତି ଯୌନ ଶୋଷଣ

ଦିଲ୍ଲୀ ହାଫ୍‌ ମାରାଥନରେ କୃଷକଙ୍କ ପୁଅ ରଚିଲା ଇତିହାସ, ଭାଙ୍ଗିଲା ଜାତୀୟ ରେକର୍ଡ

ଦିନିକିଆ କ୍ରିକେଟରେ ଟିମ୍‌ ଇଣ୍ଡିଆ ନାମରେ ଅଲୋଡା ରେକର୍ଡ, ୯୭୮ଟି ମ୍ୟାଚ୍‌ ପୂର୍ବରୁ କେବେ ହୋଇ ନଥିଲା ଏମିତି..