PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୨୮ ପଜିଟିଭ୍ ଚିହ୍ନଟ
  • ||
  • ନୂଆଦିଲ୍ଲୀ : ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୧୮ରୁ ପୁଣି ବଢ଼ିବ ବର୍ଷା, ଉତ୍ତର ଓଡିଶାରେ ପ୍ରବଳ ଛେଚିବ
  • ||
  • ସମ୍ବଲପୁର : ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତିି
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ସୁନିଆଁ ପର୍ବ ପାଳନ, ଜଗା ଦର୍ଶନ ବନ୍ଦ
  • ||
  • ଭୁବନେଶ୍ୱର : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ
  • ||
  • ନୀଳଗିରି : ଡାକବଙ୍ଗଳା ରାସ୍ତାରେ ବୁଲୁଛି ଭାଲୁ
  • ||
  • ସାନଖେମୁଣ୍ଡି : ଗାଧୋଇ ଯିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ମହିଳା ମୃତ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ୧୨ ଘଣ୍ଟିଆ ବନ୍ଦ, ୪ ଦଫା ଦାବି ନେଇ ବନ୍ଦ ଡ଼କରା ଦେଇଛି ଟ୍ରକ୍ ମାଲିକ ସଙ୍ଘ
  • ||
  • ଜଳେଶ୍ଵର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଜଳମଗ୍ନ ୫ଟି ପଞ୍ଚାୟତ
  • ||
  • ପାଟଣା : ଦାଉ ସାଧିଲା ଲଗାଣ ବର୍ଷା, ବନ୍ଧ ଭାଙ୍ଗି ବାଲି ଚରିଗଲା ଏକର ଏକର ଚାଷ ଜମି
  • ||

ଧୋନିଙ୍କ ଅବସରକୁ ନେଇ ମର୍ମାହତ ପାକିସ୍ତାନି ଚାଚା : ‘ଆଉ କ୍ରିକେଟ୍‌ ମ୍ୟାଚ୍‌ ଦେଖିବାକୁ ଯିବିନି’

the week

ନୂଆଦିଲ୍ଲୀ,୧୮/୦୮: ଅନ୍ତର୍ଜାତୀୟ କ୍ରିକେଟରୁ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି। ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । କିନ୍ତୁ ପାକିସ୍ତାନ ଜନ୍ମିତ ପ୍ରଶଂସକ ଚାଚା ଚିକାଗୋ (ମହମ୍ମଦ ବସିର) ସବୁଠୁ ଭିନ୍ନ । ସେ ଧୋନିଙ୍କର ଜଣେ ବଡ଼ ପ୍ରଶଂସକ । ତାଙ୍କ ଅବସରକୁ ନେଇ ସେ ମର୍ମାହତ ହୋଇ ପଡ଼ିଥିବାବେଳେ ଆଉ କ୍ରିକେଟ୍‌ ଦେଖିବାକୁ ଯିବେନି ବୋଲି ସ୍ପଷ୍ଟ କରି ଦେଇଛନ୍ତି ।

ବସିର କହିଛନ୍ତି, ଧୋନି ଅବସର ନେଇଛନ୍ତି ଏବଂ ମୁଁ ମଧ୍ୟ । ମୁଁ ଆଉ କ୍ରିକେଟ୍‌ ଦେଖିବାକୁ ଯିବି ବୋଲି ଭାବୁନି । ଧୋନିଙ୍କୁ ମୁଁ ବହୁତ ଭଲପାଏ, ସେ ମୋତେ ଭଲ ପାଆନ୍ତି । ସବୁ ମହାନ ଖେଳାଳିଙ୍କୁ ଦିନେ ନା ଦିନେ ଅବସର ନେବାକୁ ପଡ଼େ । କିନ୍ତୁ ଧୋନିଙ୍କ ଅବସର ମୋତେ ମର୍ମାହତ କରିଛି ।

ସେ ବିଦାୟୀ ମ୍ୟାଚ୍‌ ଖେଳିବାର ହକଦାର ଥିଲେ । କିନ୍ତୁ ଏହାଠୁ ବି ସେ ଅଧିକ ଅଟନ୍ତି । କରୋନା ସ୍ଥିତି ସୁଧୁରିଲେ ମୁଁ ରାଞ୍ଚିରେ ଧୋନିଙ୍କୁ ଭେଟିବି । ଏବେ ମୁଁ ତାଙ୍କୁ ଆଇପିଏଲ୍‌ ଖେଳୁଥିବାରୁ ଦେଖିବାକୁ ପାଇବି ।’ ୨୦୧୧ ବିଶ୍ୱକପ୍‌ ସେମି
ଫାଇନାଲ୍‌ (ଭାରତ-ପାକିସ୍ତାନ) ପରେ ଧୋନିବସିରଙ୍କ ବନ୍ଧୁତା ଲୋକଲୋଚନକୁ ଆସିଥିଲା । ସେ ବସିରଙ୍କୁ ମ୍ୟାଚ୍‌ ଟିକେଟ୍‌ ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର