ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ରନ୍ ଆଉଟରୁ ଆରମ୍ଭ ହୋଇଥିଲା ଧୋନିଙ୍କ କ୍ୟାରିୟର, ରନ୍ ଆଉଟରେ ଶେଷ

ନୂଆଦିଲ୍ଲୀ,୧୬।୮: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି। ଭାରତରେ ଯେଉଁଠି କ୍ରିକେଟରଙ୍କୁ ଶୀର୍ଷ ସ୍ଥାନରେ ପହଁଞ୍ଚିବା ପାଇଁ ସାରା ଜୀବନ ଲାଗିଯାଏ ସେଭଳି ସ୍ଥାନରେ ଧୋନିଙ୍କର ପ୍ରତିଭା କିଛି ଅଲଗା ଥିଲା। ଜୁନିଅର କ୍ରିକେଟରୁ ବିହାର କ୍ରିକେଟ ଟିମ୍, ଝାଡଖଣ୍ଡ କ୍ରିକେଟ ଟିମରରୁ ଇଣ୍ଡିଆ ଏ’ ଟିମ୍ ପର୍ଯ୍ୟନ୍ତ ଓ ସେଠାରୁ ଭାରତୀୟ ଟିମ୍ ପର୍ଯ୍ୟନ୍ତ ଧୋନିଙ୍କର ଯାତ୍ରା ମାତ୍ର ୫-୬ ବର୍ଷରେ ପୂରଣ ହୋଇପାରିଥିଲା।

{"id":153423,"width":942,"height":741,"sizeSlug":"large"}

ଧୋନି ୧୯୯୮ରେ ଜୁନିଅର କ୍ରିକେଟର ଆରମ୍ଭ କରିଥିଲେ ଓ ୨୩ ଡିସେମ୍ବର ୨୦୦୪ରେ ସେ ବାଂଲାଦେଶ ବିରୋଧ ଦିନିକିଆ ମ୍ୟାଚ୍ ଜରିଆରେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ, କିନ୍ତୁ ଧୋନି କ୍ୟାରିୟରର ପ୍ରଥମ ମ୍ୟାଚର ପ୍ରଥମ ବଲରେ ରନ୍ ଆଉଟ୍ ହୋଇଯାଇଥିଲେ। ଆଉ ସଂଯୋଗର କଥା ହେଉଛି ନିଜର କ୍ୟାରିୟରର ଶେଷ ମ୍ୟାଚରେ ମଧ୍ୟ ଧୋନି ରନ୍ ଆଉଟ୍ ହୋଇଥିଲେ। ୨୦୧୯ରେ ଓ୍ବାର୍ଲ୍ଡକପରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଧୋନିଙ୍କୁ ମାର୍ଟିନ ଗପ୍ଟିଲ ​ରନ୍ ଆଉ କରି ଭାରତର ଓ୍ବାର୍ଲ୍ଡକପ୍ ଜିତିବାର ଆଶାକୁ ନିରାଶା କରିଦେଇଥିଲା।

{"id":153425,"width":898,"height":674,"sizeSlug":"large"}

ଧୋନିଙ୍କ ଅଧିନାୟକତ୍ବରେ  ଭାରତ ଆଇସିସି ଓ୍ବାର୍ଲ୍ଡ ଟି-୨୦ (୨୦୦୭), କ୍ରିକେଟ୍ ଓ୍ବାର୍ଲ୍ଡକପ୍ (୨୦୧୧) ଓ ଆଇସିସି ଚମ୍ପିଆନ୍ସ ଟ୍ରଫ୍ଟି(୨୦୧୩)ଜିତାଇ ସାରିଛନ୍ତି। ଏହାଛଡା ଭାରତକୁ ୨୦୦୯​‌ ରେ ପ୍ରଥମ ଥର ଟେଷ୍ଟରେ ନମ୍ବର ଓ୍ବାନ ସ୍ଥାନରେ ପହଁଞ୍ଚାଇଥିଲେ। ଡିସେମ୍ବର ୨୦୧୪ରେ ଧୋନି ଟେଷ୍ଟ କ୍ରିକେଟରୁ ଅଚାନକ ସନ୍ୟାସ ନେବାର ଘୋଷଣା କରିଥିଲେ। ଧୋନି ୨୦୧୭ର ଆରମ୍ଭରୁ ଦିନିକିଆ ଓ ଟି-୨୦ରୁ ଅଧିନାୟକତ୍ବକୁ ମଧ୍ୟ ଠିକ୍ ସେହି ଅନ୍ଦାଜରେ ଅଲବିଦା କରିଥିଲେ, ଯେଉଁଥିପାଇଁ ସେ ଜଣାଯାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.