PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଦଶକର ସର୍ବଶ୍ରେଷ୍ଠ ଟି୨୦ ଦଳରୁ ଧୋନୀ ଓ ରୋହିତ ବାଦ୍, କୋହଲି ମଧ୍ୟ ନୁହଁନ୍ତି ଅଧିନାୟକ

ନୂଆଦିଲ୍ଲୀ, ୩୦|୧୨:  ୨୦୧୯ର ସମସ୍ତ ଟେଷ୍ଟ୍ ଓ ଟି୨୦ ମ୍ୟାଚ୍ ଶେଷ ହୋଇଯାଇଛି। ଏବେ ଆସନ୍ତା ବର୍ଷ ୨୦୨୦ରେ ଆନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହେବ। ତେବେ ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ଓ୍ୱିଜଡନ୍ ପତ୍ରିକାର ଓ୍ୱେବସାଇଟରେ ଦଶକର ସର୍ବଶ୍ରେଷ୍ଠ ଟିମ୍ ଘୋଷଣା କରାଯାଇଛି। ଏଥିରେ ରୋହିତ ଶର୍ମା ଓ ମହେନ୍ଦ୍ର ସିଂ ଧୋନୀଙ୍କୁ ସ୍ଥାନ ମିଳିନାହିଁ।

ରୋହିତ ଓପନର କିମ୍ବା ବିରାଟ ଅଧିନାୟକ ନୁହେଁ

ଓ୍ୱିଜଡନର ଦଶକର ସର୍ବଶ୍ରେଷ୍ଠ ଟି୨୦ କ୍ରିକେଟ୍ ଟିମରେ ରୋହିତଙ୍କ ସ୍ଥାନରେ କାଲିନ୍ ମୁନରୋ ଓ ଆରୋନ ପିଞ୍ଚଙ୍କୁ ଓପନର ଭାବେ ନିଆଯାଇଛି। କୋଲିନ୍ ଓ ପିଞ୍ଚଙ୍କ ଷ୍ଟ୍ରାଇକ ରେଟ୍ ୧୫୦ ଉପରେ ରହିଛି। ଓ୍ୱିଜଡନର ଏହି ନିଷ୍ପତ୍ତି ଅନେକଙ୍କୁ ଚକିତ କରିଛି। କାରଣ ରୋହିତ ବର୍ତ୍ତମାନ ସମୟରେ ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ୍। ରୋହିତ ଟି୨୦ରେ ସବୁଠାରୁ ଅଧିକ ୪ଟି ଶତକ ଲଗାଇଛନ୍ତି। ସବୁଠାରୁ ବଡ କଥା ହେଉଛି ଯେ, ଦଳର ନେତୃତ୍ୱ ଆରୋନ ପିଞ୍ଚକୁ ପ୍ରଦାନ କରାଯାଇଛି। କାରଣ ଏହି ଟିମରେ ବିରାଟ କୋହଲି ମଧ୍ୟ ରହିଛନ୍ତି।

ଧୋନୀଙ୍କ ସ୍ଥାନରେ ବଟଲର୍ ଓ୍ୱିକେଟ୍ କିପର

ଏହି ଟିମରେ ଏମଏସ ଧୋନୀଙ୍କ ସ୍ଥାନରେ ଇଂଲଣ୍ଡର ଜସ୍ ବଟଲରଙ୍କୁ କିପର୍ ଭାବେ ନିଆଯାଇଛି। ଏହି ଦଳରେ ଅଲରାଉଣ୍ଡର୍ ସେନ୍ ଓ୍ୱାଟସନ୍ ଓ ଗ୍ଲେନ୍ ମାକ୍ସଓ୍ୱେଲଙ୍କୁ ସ୍ଥାନ ଦିଆଯାଇଛି। ମହମ୍ମଦ ନବୀଙ୍କୁ ଅଲରାଉଣ୍ଡର ଭାବେ ନିଆଯାଇଛି। ଡେଭିଡ୍ ବିଲି, ରଶିଦ ଖାନଙ୍କୁ ମଧ୍ୟ ସ୍ଥାନ ମିଳିଛି। ଦ୍ରୁତ ବୋଲର ଭାବେ ଜସପ୍ରିତ ବୁମରାହ ଓ ଲସିଥ ମାଲିଙ୍ଗାଙ୍କୁ ସାମିଲ କରାଯାଇଛି।