ଏବେ କମାଣ୍ଡୋ ଲୁକ୍ସରେ ଧୋନିଙ୍କ ଭିଡିଓ ହେଲା ଭାଇରାଲ,ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ

ନୂଆଦିଲ୍ଲୀ,୨୫।୮: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ଓ ପ୍ରସିଦ୍ଧ ଓ୍ବିକେଟ୍ କିପର ବ୍ୟାଟସମ୍ୟାନ୍ ମହେନ୍ଦ୍ର ସିଂ ଧୋନି ଆଜିକାଲି କ୍ରିକେଟ ପଡିଆ ଠାରୁ ଦୂରେଇ ଯାଇଛନ୍ତି। ନିକଟରେ ଧୋନିଙ୍କୁ ଜୟପୁରର ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ତେବେ ଧୋନିଙ୍କୁ ଏଥର ଦେଖିବାକୁ ମିଳିଥିଲା ସମ୍ପୂର୍ଣ୍ଣ ଭିନ୍ନ ଲୁକ୍ସରେ। ତାଙ୍କର ଏହି ଲୁକ୍ସ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି।

ଧୋନି ଆର୍ମୀ କମାଣ୍ଡୋଙ୍କ ଭଳି ମୁଣ୍ଡରେ କଳା ରଙ୍ଗର କପଡା ପିନ୍ଧିଥିବାର ଦେଖିବାକୁ ମିଳିଥିଲେ। ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ସେ ଜୟପୁରରେ ରହିଥିଲେ। ଏହି ସମୟରେ ଏକ ହୋଟେଲରେ ମଧ୍ୟ ରହିଥିଲେ। ଏହାପରେ ସନ୍ଧ୍ୟାରେ ବିମାନ ଯୋଗେ ଦିଲ୍ଲୀ ଫେରିଥିଲେ।

ନିକଟରେ ଧୋନି ଜମ୍ମୁ ଓ କଶ୍ମୀରରୁ ସେନାରେ ନିଜର ଟ୍ରେନିଂ ସମୟରେ ସେନା ପୋଷାକରେ ଥିଲେ, ଏହାପରେ ଏବେ ତାଙ୍କୁ ଏହି ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛି। ଧୋନି ମିଲିଟାରୀ କଲର ଟି-ସାର୍ଟ, ବ୍ଲାକ ପ୍ୟାଣ୍ଟ ଓ ମୁଣ୍ଡରେ କଳାରଙ୍ଗର କପଡା ଗୁଡାଇଥିଲେ।

ଏୟାରପୋର୍ଟରେ ପହଁଞ୍ଚିବା ପରେ ସେଠାରେ ତାଙ୍କୁ ଫ୍ୟାନମାନେ ଘେରି ନେଇଥିଲେ। ଧୋନିଙ୍କୁ ଜୟପୁର ଏୟାରପୋର୍ଟରେ ପ୍ରଶଂସକମାନେ ଖୁବ୍ ଯୋରଦାର ଭାବରେ ସ୍ବାଗତ କରିଥିଲେ। ଧୋନି ପିଠିରେ ବ୍ୟାଗ୍ ପକାଇଥିବା ବେଳେ ପ୍ରଶଂସକଙ୍କୁ ହସି ହସି ଅଭିବାଦନ  ସ୍ବୀକାର କରିଥିଲେ।

ଏୟାରପୋର୍ଟରେ ଧୋନିଙ୍କୁ ଦେଖିବାକୁ ଏତେ ଭିଡ ଲାଗିଗଲା ଯେ, ଧୋନିଙ୍କ ଗାଡିକୁ ଗହଳି ଭିତରୁ ବାହାର କରିବାକୁ ସୁରକ୍ଷାକର୍ମୀଙ୍କୁ ଖୁବ୍ କଷ୍ଟ କରିବାକୁ ପଡିଥିଲା। ଉଲ୍ଲେଖନୀୟ ଯେ, ଧୋନି ବିଶ୍ବକପ ପରେ କ୍ରିକେଟ ଠାରୁ ଦୂରେଇ ଯାଇଛନ୍ତି, ସେ ୨ ମାସ ପାଇଁ ବିସିସିଆଇକୁ ଛୁଟି ମାଗିଥିଲେ। ଓ୍ବାର୍ଲ୍ଡ କପରେ ଧୋନିଙ୍କ ଧୀମା ବ୍ୟାଟିଂ ପାଇଁ ସମାଲୋଚନାର ଶିକାର ହୋଇୀଥିଲେ। ଏପରିକି ତାଙ୍କର ସନ୍ୟାସ ନେବା କଥା ମଧ୍ୟ ଚର୍ଚ୍ଚା ହୋଇଥିଲା।

ଏହାପରେ ଧୋନି ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଆଉ ଭାରତୀୟ ଟିମ୍ ସହିତ ଯାଇନଥିଲେ। ଏହି ସମୟରେ ସେ ଟେରିଟୋରିଆଲ ଆର୍ମି ୟୁନିଟ ସହିତ ଜମ୍ମୁ-କଶ୍ମୀରରେ ନିଜର ୨ ସପ୍ତାହର ଟ୍ରେନିଂ ପୂରଣ କରିଥିଲେ। ତାଙ୍କୁ ସେନାରେ ଲେଫ୍ଟନେଣ୍ଟ କର୍ନେଲ ଉପାଧି ମଧ୍ୟ ମିଳିସାରିଛି।

   ସମ୍ବନ୍ଧିତ ଖବର


ଆର୍ମେନିଆ-ଆଜରବୈଜନ ଲଢ଼େଇ: ରୁଷ୍‌ ଏବଂ ତୁର୍କୀ ମୁହାଁ ମୁହିଁ

ଲଦାଖରେ ବ୍ରହ୍ମୋସ, ନିର୍ଭୟ, ଆକାଶ ମିସାଇଲ ମୁତୟନ

ଆଉ ଜଣେ ବଲିଉଡ୍‌ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଜୀବନ ସହ ଖେଳୁଛି ଚୀନ୍‌