PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଟି୨୦ ବିଶ୍ୱକପ ଖେଳିବେ ଧୋନୀ, ଦମ୍ଭର ସହ କହିଲେ ନିଜ ନିଷ୍ପତ୍ତି ବଦଳାଇଥିବା ଇଣ୍ଡିଜ୍ ହିଟର୍

ନୂଆଦିଲ୍ଲୀ, ୧୪|୧୨: ବିଶ୍ୱକପ ସେମିଫାଇନାଲରେ ଭାରତ ପରାଜିତ ହେବା ପରେ ମହେନ୍ଦ୍ର ସିଂ ଧୋନୀ କ୍ରିକେଟଠୁ ଦୂରରେ ରହିଛନ୍ତି। ସେ ଗତ କିଛି ମାସ ହେବ ଭାରତୀୟ ଟିମରେ ସାମିଲ ହେଉନାହାଁନ୍ତି। ଯାହାକୁ ଦେଖି ତାଙ୍କ ପ୍ରଶଂସକ ଧୋନୀ ଆଉ ମ୍ୟାଚ୍ ଖେଳିବେ ନା ନାହିଁ ତାକୁ ନେଇ ସଂଶୟରେ ରହିଛନ୍ତି। ତେବେ ଏହା ମଧ୍ୟରେ ଓ୍ୱେଷ୍ଟଇଣ୍ଡିଜ୍ ଦଳର ପୂର୍ବତନ ଦିନିକିଆ ଅଧିନାୟକ ଡେନ୍ ବ୍ରାଭୋ ଧୋନୀଙ୍କୁ ନେଇ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି। ଟି୨୦ ବିଶ୍ୱକପରେ ଧୋନୀ ଖେଳିବେ ବୋଲି ସେ କହିଛନ୍ତି।

ଚେନ୍ନାଇ ସୁପର୍ କିଙ୍ଗସରେ ଧୋନୀଙ୍କ ଅଧିନାୟକତ୍ୱରେ ଖେଳୁଥିବା ବ୍ରାଭୋ କହିଛନ୍ତି ଯେ, ଧୋନୀ ଅବସର ଗ୍ରହଣ କରି ନାହାଁନ୍ତି। ସେ ଜଣେ ଭଲ ମାର୍ଗଦର୍ଶକ। ଆମକୁ ସଦାବେଳେ ନିଜର ଶକ୍ତି ଉପରେ ବିଶ୍ୱାସ ରଖିବା ପାଇଁ ପରାମର୍ଶ ଦେଇଥାନ୍ତି। ସେ ଟି୨୦ ବିଶ୍ୱକପ ଖେଳିବେ ବୋଲି ବ୍ରାଭୋ ଆଶା ରଖିଛନ୍ତି।

ଭାରତୀୟ ଟିମର ପୂର୍ବତନ ଅଧିନାୟକ ତଥା ଓ୍ୱିକେଟ୍ କିପର୍ ଧୋନୀ ଦଳରେ କିଛି ମାସ ହେଲା ସାମିଲ ହେଉ ନାହାଁନ୍ତି। ସେ ଅଧିକାଂଶ ସମୟ ତାଙ୍କ ପରିବାର ଓ ବନ୍ଧୁଙ୍କ ସହ ବିତାଉଛନ୍ତି। ଏପରିକି ସେ ଏକ ମାସ ଧରି ସେନାର ତାଲିମ୍ ମଧ୍ୟ ନେଇଥିଲେ।

ସୂଚନାଯୋଗ୍ୟ, ବ୍ରାଭୋ ମଧ୍ୟ ନିଜ ଅବସର ବାବଦରେ ଘୋଷଣା କରିସାରିଥିଲେ। କିନ୍ତୁ ସେ ଟି୨୦ ମ୍ୟାଚରେ ଦଳକୁ ଫେରିବା ପାଇଁ ପ୍ରସ୍ତୁତ ଅଛନ୍ତି।