ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଓଡ଼ିଶା ଏମଏସ୍ଏମ୍ଇ ଅନ୍ତର୍ଜାତୀୟ ବାଣିଜ୍ୟମେଳାରେ ଆଜି ଏମଏସ୍ଏମ୍ଇ ଓ ରପ୍ତାନୀକାରୀଙ୍କୁ ଋଣ ଓ ବିପଣନ ସଂଯୋଗ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଭିଏତ୍ନାମର ରାଷ୍ଟ୍ରଦୂତ ମି.ଫାନ୍ ସାନ୍ସ ଚାଉ ଏଥିରେ ଯୋଗ ଦେଇ ବିଭିନ୍ନ ବାଣିଜ୍ୟିକ କ୍ଷେତ୍ରରେ ଭିଏତ୍ନାମ ସହ ବାଣିଜ୍ୟ କାରବାର ବଢ଼ାଇବାକୁ ଓଡିଶାର ଉଦ୍ୟୋଗୀଙ୍କୁ ଆମନ୍ତ୍ରଣ କରିଥିଲେ ।
ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ଔଷଧ, ସ୍ୱାସ୍ଥ୍ୟସେବା ଓ ହସ୍ତତନ୍ତ୍ର ଓ ହସ୍ତଶିଳ୍ପ କ୍ଷେତ୍ରରେ ଭିଏତ୍ନାମ ସହ ବାଣିଜ୍ୟ କାରବାର କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ଗତବର୍ଷ ଭାରତ ଓ ଭିଏତ୍ନାମ ଭିତରେ ଥିବା ବାଣିଜ୍ୟ କାରବାର ୪୦ପ୍ରତିଶତ ବଢିଛି । ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଆଲୋଚନାଚକ୍ରରେ ଉପସ୍ଥିତ ରହି ଏମ୍ଏସ୍ଏମ୍ଇ କ୍ଷେତ୍ରର ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ ।
ଏମ୍ଏସ୍ଏମ୍ଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା କହିଥିଲେ, ସ୍ଥାନୀୟ ଏମ୍ଏସ୍ଏମ୍ଇମାନେ ନିଜ ବ୍ୟବସାୟ ବଢାଇବାକୁ ଜେମ୍ରେ ପଞ୍ଜିକୃତ କରନ୍ତୁ । ଭାରତୀୟ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ନିର୍ଦ୍ଦେଶକ ଏମ.କେ ମଲ୍ଲ, ଏସବିଆଇର ମୁଖ୍ୟ ସାଧାରଣ ପ୍ରବନ୍ଧକ ପ୍ରବୀଣା କାଲା, ଏନ୍ଏସ୍ଆଇସି ଅଧ୍ୟକ୍ଷ ସୁଧୀର ଗର୍ଗ, ଓଏସ୍ଏସ୍ଆଇଏ ଅଧ୍ୟକ୍ଷ ହିମାଂଶୁ ଶେଖର ମିଶ୍ର, ବିଭିନ୍ନ ବ୍ୟାଙ୍କ, ଶିଳ୍ପ ସଂସ୍ଥା ଓ ସରକାରୀ ବେସରକାରୀ ସଂସ୍ଥାର ଅଧିକାରୀ ଓ ରପ୍ତାନାକୀରାମାନେ ଏଥିରେ ଉପସ୍ଥିତ ଥିଲେ ।
ଲୋକସଭା ନିର୍ବାଚନ ଲଢିବେନି ଗୁଲାମ ନବୀ ଆଜାଦ୍, ଦଳୀୟ...