ପ୍ରମୁଖ ଖବର
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ମାତ୍ରାଧିକ ଆସକ୍ତ ଆଣିପାରେ ଅବସାଦ, ଜାଣନ୍ତୁ କେମିତି କରିବେ ଉପଚାର

ନୂଆଦିଲ୍ଲୀ ୨୫/୦୪: କେତେକ କ୍ଷେତ୍ରରେ ଆସକ୍ତି ସକାରାତ୍ମକ ହୋଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଏହା ନକାରାତ୍ମକ ପ୍ରଭାବ ଦେଖାଯାଇଥାଏ । ବାସ୍ତବରେ ମାତ୍ରାଧିକ ଆସକ୍ତି ଯୋଗୁ ଲାଭ ଅପେକ୍ଷା କ୍ଷତି ଅଧିକ ହୋଇଥାଏ । ମାତ୍ରାଧିକ ଆସକ୍ତିରେ ବୁଡି ରହୁଥିବା ଲୋକ ଭିନ୍ନ ଏକ ଦୁନିଆରେ ଜୀବନ ବଞ୍ଚିଥାଏ, ଯାହା ଉଭୟ ଜୀବନ ଓ ସମ୍ପର୍କକୁ ପ୍ରଭାବିତ କରିଥାଏ । ଆସକ୍ତି  ବିଷୟରେ ବେଳହୁଁ ବୁଝିଯିବା ଭଲ । 

ଅବସେସନ୍‌ ବା ମାତ୍ରାଧିକ ଆସକ୍ତି ଏକ ଭିନ୍ନ ପ୍ରକାରର ଭାବନା । ପ୍ରଥମେ ପ୍ରଥମେ ଏହା ବ୍ୟକ୍ତିକୁ ଖୁସି ଦେଇଥାଏ । କିନ୍ତୁ ପରବର୍ତ୍ତୀ ସମୟରେ ଏହା ଜୀବନକୁ ଛନ୍ଦି ପକାଏ । ଆସକ୍ତି କିଛି ବି ଜିନିଷକୁ ନେଇ ହୋଇପାରେ । ତେଣିକି ତାହା ପୋଷାକକୁ ନେଇ ହେଉ ଅବା ସମ୍ପର୍କକୁ ନେଇ କେବେ କେବେ ନିଜକୁ ନେଇ ମଧ୍ୟ ଆସକ୍ତି ସୃଷ୍ଟ  ହୋଇଥାଏ । ଆପଣ ସେଲ୍ଫ ଅବସେସନ୍‌ ଶବ୍ଦ ଶୁଣିଥିବେ ନିଶ୍ଚୟ । ଏହା ହେଉଛି ସେହିମାନଙ୍କ ପାଇଁ ଯେଉଁମାନେ ନିଜକୁ ସ୍ୱତନ୍ତ୍ର ଭାବିବା ସହ  ଅନ୍ୟମାନଙ୍କଠାରୁ ସେଭଳି ଆଶା ରଖିଥାନ୍ତି । ଏଭଳି  ଭାବନା ଖୁବ୍‌ କ୍ଷତିକାରକ ହୋଇଥାଏ । ତେଣୁ ଏହାକୁ  ଭଲ ଭାବେ ବୁଝିବା ସହ ଆସକ୍ତିରୁ ବାହାରକୁ ଆସିବା  ଜରୁରି । ନଚେତ୍‌ ଅବସାଦର ଶିକାର ହୋଇପାରନ୍ତି ।  ଚାଲନ୍ତୁ ଜାଣିବା କେମିତି ନିଜକୁ ବାହାର କରିପାରିବେ  ଆସକ୍ତି ଦୁନିଆରୁ ।

କିଛି ନୂଆ କରନ୍ତୁ ଏଭଳି ଭାବନାରୁ ବାହାରକୁ ଆସିବା ପାଇଁ କିଛି ନୂଆ କରିବାକୁ  ପ୍ରୟାସ କରନ୍ତୁ । ନିଜକୁ ସବୁବେଳେ କିଛି କାମରେ  ବ୍ୟସ୍ତ ରଖନ୍ତୁ, ଯାହା ଆପଣଙ୍କୁ ଖୁସିଦେବା ସହ ଶାନ୍ତି  ଦେଇପାରିବ । ନିଜକୁ ବ୍ୟସ୍ତ ରଖିବା ଦ୍ୱାରା ହିଁ ଆସକ୍ତିଠାରୁ  ଦୂରତା ବଢାଯାଇପାରିବ । ନିଜ ପସନ୍ଦର ଜିନିଷକୁ ଗୁରୁତ୍ୱ  ଦେବା ଶିଖନ୍ତୁ । ମନ ହାଲ୍‌କା ଲାଗିବ । 

ଆସକ୍ତି ଥିବା ଜିନିଷଠାରୁ ଦୂରତା ବଢାନ୍ତୁ ମାତ୍ରାଧିକ ଆସକ୍ତି ଥିବା ଜିନିଷକୁ ବୁଝିବା ପରେ ନିଜକୁ  ସେଠାରୁ ଦୂରେଇ ରଖିବା ପାଇଁ ବାଟ ପ୍ରସ୍ତୁତ କରନ୍ତୁ ।  ଯଦି କୌଣସି ବ୍ୟକ୍ତିକୁ ନେଇ ମନରେ ଆସକ୍ତି ଭାବ  ରହିଥାଏ, ତେବେ ସେହି ବ୍ୟକ୍ତିଠାରୁ ଦୂରତା ବଢାନ୍ତୁ ।  ସମୟ ଲାଗିପାରେ କିନ୍ତୁ ଧୀରେ ଧୀରେ ସେ ଅନୁଭବ  ଦୂରେଇଯିବ । ଏହି ଫଣ୍ଡାକୁ ଆପଣ ଖାଇବା ଓ ସପିଂ  ଆସକ୍ତିରେ ମଧ୍ୟ ବ୍ୟବହାର କରିପାରିବେ । 

ଆସକ୍ତି ବଢ଼ିବାକୁ ଦିଅନ୍ତୁନି: ଯଦି କୌଣସି ଜିନିଷକୁ ନେଇ ମାତ୍ରାଧିକ ଆସକ୍ତି  ରହିଥାଏ, ତେବେ ଏହାକୁ ବଢିବାକୁ ନ ଦେବା ଆପଣଙ୍କ ଦାୟିତ୍ୱ । ଏଭଳି ଭାବନାକୁ ନିୟନ୍ତ୍ରଣରେ ରଖିବା ସହ  ଶାନ୍ତିରେ ବସି ଏହାର ନକାରାତ୍ମକ ଦିଗକୁ ବୁଝିବାକୁ  ପ୍ରୟାସ କରନ୍ତୁ । ଧୀରେ ଧୀରେ ଏହି ଆସକ୍ତିରୁ ବାହାରକୁ  ଆସିବାକୁ ପ୍ରୟାସ କରନ୍ତୁ । ନଚେତ୍‌ ଅବସାଦଗ୍ରସ୍ତ ହେବାକୁ  ଅଧିକ ସମୟ ଲାଗିବ ନାହିଁ । ଯଦି କୌଣସି ବ୍ୟକ୍ତିକୁ  ନେଇ ଅବସେସନ୍‌ ରହିଥାଏ, ତେବେ ଏହା କେବଳ  ଆପଣଙ୍କ ସମୟ ନଷ୍ଟର କାରଣ ହୋଇପାରେ । ହୁଏତ  ଏହା ଭବିଷ୍ୟତରେ ଅବସାଦର କାରଣ ସାଜିପାରେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.