PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ବିଶ୍ବର ଚତୁର୍ଥ ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ବାନୀ, ଜାଣନ୍ତୁ କେତେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ

https://pragnews.com/

ନୂଆଦିଲ୍ଲୀ,୮।୮: ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ ଫ୍ରାନ୍ସର ବର୍ନାଡ ଅର୍ନାଲ୍ଟଙ୍କୁ ପଛରେ ପକାଇ ଏବେ ବିଶ୍ବର ୪ର୍ଥ ସବୁଠାରୁ ବଡ ଧନୀ ବ୍ୟକ୍ତି ହୋଇଯାଇଛନ୍ତି। ଏହୀ ସୂଚୀରେ ମୁକେଶ ଅମ୍ବାନୀଙ୍କ ଉପର କେବଳ ଫେସବୁକର ସଂସ୍ଥାପକ ମାର୍କ ଜୁକରବର୍ଗ, ମାଇକ୍ରୋସଫ୍ଟର ବିଲ୍ ଗେଟସ୍ ଓ ଆମାଜନର ସିଇଓ ଜେଫ୍ ବେଜୋସ୍ ରହିଛନ୍ତି।

ନିକଟରେ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ନେତୃତ୍ବରେ ରିଲାୟନ୍ସ ଇଣ୍ଡଷ୍ଟ୍ରୀଜ୍ ‘ଫ୍ୟୁଚରବ୍ରାଣ୍ଡ ସୂଚକାଙ୍କ ୨୦୨୦’ରେ ଆପଲ ପରେ ବିଶ୍ବର ଦ୍ବିତୀୟ ସବୁଠାରୁ ବଡ ବ୍ରାଣ୍ଡ ପାଲଟିଥିଲା। କେବଳ ସେତିକି ନୁହେଁ, ତାଙ୍କର କମ୍ପାନୀ ରିଲାୟନ୍ସ ବଜାର ପୁଞ୍ଜିକରଣ(ବଜାର ସ୍ଥିତି) ଦୃଷ୍ଟିରୁ ଦେଶର ସବୁଠାରୁ ବଡ କମ୍ପାନୀ ମଧ୍ୟ। ଗତ କାରବାର ଦିନ ରିଲାୟନ୍ସର ସେୟାର ୨୧୪୬ ଟଙ୍କାରେ ବନ୍ଦ ହୋଇଥିଲା। ୨୭ ଜୁଲାଇରେ ଏହା ୨୧୯୮ ଟଙ୍କା ଉଚ୍ଚ ସ୍ତରରେ ପହଁଞ୍ଚିଥିଲା।

ବ୍ଲୁମବର୍ଗର ବିଲେନିୟର ଇଣ୍ଡେକ୍ସ ରିୟଲ ଟାଇମ୍ ନେଟ୍ଓ୍ବର୍ଥ ଅନୁସାରେ, ଅମ୍ବାନୀଙ୍କ ସମ୍ପତ୍ତି ୮୦.୬ ବିଲିୟନ ଡଲାର ଅର୍ଥାତ ପ୍ରାୟ ୬.୦୩ ଲକ୍ଷ କୋଟି ଟଙ୍କା ହୋଇଯାଇଛି। ଚଳିତ ବର୍ଷ ତାଙ୍କ ସମ୍ପତ୍ତିରେ ୨୨ ବିଲିୟନ ଡଲାର ବୃଦ୍ଧି ହୋଇଛି। ସେ ଜିଓ ପ୍ଳାଟଫର୍ମରେ ପୁଞ୍ଜିନିବେଶ ପକ୍ରିୟା ଆରମ୍ଭ କରିଛନ୍ତି ଓ ୧.୫ ଲକ୍ଷ କୋଟିରୁ ଅଧିକ ଫଣ୍ଡ ଏକାଠି କରିଛନ୍ତି। ଜିଓକୁ ବିଶ୍ବ ସ୍ତରରେ ଲଗାତାର ନିବେଶ ମିଳିବା ଦ୍ବାରା ଏହାର ସମ୍ପତ୍ତିରେ ବୃଦ୍ଧି ଘଟିଛି। ଏହା ସହିତ ରିଲାୟନ୍ସ ଇଣ୍ଡଷ୍ଟ୍ରୀଜ୍ ଋଣମୁକ୍ତ ବି ହୋଇସାରିଛି। ଏହି କାରଣରୁ ତାଙ୍କର ସମ୍ପତ୍ତି ବୃଦ୍ଧି ଘଟିଛି।

ଅମ୍ବାନୀଙ୍କ ଉପରେ ରହିଛନ୍ତି ଆଉ ୩ ଜଣ ଉଦ୍ୟୋଗପତି। ବ୍ଳୁମବର୍ଗର ବିଲେନିୟର ଇଣ୍ଡେକ୍ସ ଅନୁସାରେ ପ୍ରଥମ ସ୍ଥାନରେ ଅଛନ୍ତି ଆମାଜନର ସିଇଓ ଜେଫ୍ ବେଜୋସ୍। ତାଙ୍କର ମୋଟ ସମ୍ପତ୍ତି ୧୮୭ ବିଲିୟନ ଡଲାର। ଚଳିତ ବର୍ଷ ତାଙ୍କ ସମ୍ପତ୍ତିରେ ୭୨.୧ ବିଲିୟନ ଡଲାର ବୃଦ୍ଧି ହୋଇଛି। ଦ୍ବିତୀୟ ସ୍ଥାନରେ ମାଇକ୍ରୋସଫ୍ଟର ସହ-ସଂସ୍ଥାପକ ବିଲ୍ ଗେଟସ୍ ଅଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୧୨୧ ବିଲିୟନ ଡଲାର। ଚଳିତ ବର୍ଷ ତାଙ୍କ ସମ୍ପତ୍ତିରେ ୭.୫ ବିଲିୟନ ଡଲାର ବୃଦ୍ଧି ଘଟିଛି। ତୃତୀୟ ସ୍ଥାନରେ ଅଛନ୍ତି, ଫେସବୁକର ମାର୍କ ଜୁକରବର୍ଗ। ତାଙ୍କର ମୋଟ ସମ୍ପତ୍ତି ୧୦୨ ବିଲିୟନ ଡଲାର। ଚଳିତ ବର୍ଷ ତାଙ୍କ ସମ୍ପତ୍ତରେ ୨୩ ବିଲିୟନ ଡଲାର ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର