ମୁକେଶ ଅମ୍ବାନୀଙ୍କ ଗ୍ୟାରେଜରେ ଠିଆ ହୋଇଛି ସବୁଠାରୁ ମହଙ୍ଗା ଗାଡି, ଦେଖନ୍ତୁ କାର୍ କଲେକ୍ସନ

ନୂଆଦିଲ୍ଲୀ ୧/୧୨: ଫେମସ ବିଜନେସମ୍ୟାନ୍ ମୁକେଶ ଅମ୍ବାନୀଙ୍କ ପାଖରେ ଅନେକ ମହଙ୍ଗା ଓ ୟୁନିକ୍ ଗାଡି କଲେକ୍ସନ ଅଛି । ତାଙ୍କର ସବୁଠାରୁ ମହଙ୍ଗା କାର୍ ହେଉଛି ରଲ୍ସ ରୟାସ ଫାଣ୍ଟମ ସିରିଜ ୮ । ମୁକେଶ ଅମ୍ବାନୀଙ୍କ ପାଖରେ ଏସୟୁଭିର ପ୍ରାୟ ସବୁ ଗାଡି କଲେକ୍ସନ ଅଛି । ରଲ୍ସ ରୟାସ ଫାଣ୍ଟମ ସିରିଜର ଦାମ୍ ପ୍ରାୟ ୧୩.୫ କୋଟି ଟଙ୍କା କୁହାଯାଉଛି । ଏହି କାର୍ ପ୍ରସ୍ତୁତ କରୁଥିବା କମ୍ପାନୀ ନିଜ ଗ୍ରାହକଙ୍କୁ ୪୪,୦୦୦ ଅଲଗା ଅଲଗା ରଙ୍ଗର ଗାଡି ଚୟନ କରିବା ପାଇଁ ବିକଳ୍ପ ଦେଇଥାଏ । ଏହା ବ୍ୟତୀତ କମ୍ପାନୀ ଗ୍ରାହକଙ୍କୁ ସିଟ୍ ମେଟେରିଆଲ, ଡ୍ୟାଶବୋର୍ଡ ମେଟେରିଆଲ, ଷ୍ଟିୟରିଂ ଓ ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ବିକଳ୍ପ ପ୍ରଦାନ କରିଥାଏ ।

ଖାସ୍ କଥା ହେଉଛି ଏହି କାରରେ ୬.୭୫ ଲିଟର ଟୁଇନ୍ ଟର୍ବୋଚାର୍ଜ୍ଡ ଭର୍ସନ ୧୨ ଇଞ୍ଜିନ ରହିଛି ।  ଏହି କାରରେ ୮ ସ୍ପିଡ୍ ସାଟେଲାଇଟ୍-କନେକ୍ଟେଡ୍ ଅଟୋମେଟିକ୍ ଟ୍ରାନ୍ସମିଶନ ସିଷ୍ଟମ ଲାଗିଛି । ଏହି ସିଷ୍ଟମର ଖାସ୍ ଫିଚର୍ସ ହେଉଛି କାର୍ ଚଳାଇବା ସମୟରେ ଟର୍ଣ୍ଣିଂ ଅନୁସାରେ ଗିୟର ବଦଳାଇବା ସମ୍ପର୍କରେ ପୂର୍ବରୁ ସୂଚନା ମିଳିଯିବ । ବହୁତ ଓଜନିଆ କାର୍ ହେବା ସତ୍ତ୍ୱେ ଏହି କାର୍ ୫.୪ ସେକେଣ୍ଡରେ ୦ରୁ ୧୦୦ କିଲୋମିଟର ପ୍ରତିଘଣ୍ଟା ସ୍ପିଡ୍ ଧରିପାରିବେ ।

ମୁକେଶ ଅମ୍ବାନୀଙ୍କ କାର୍ କଲେକ୍ସନ କଥା କହିବା ତ ପତ୍ନୀଙ୍କ ସମେତ ତାଙ୍କ ପାଖରେ ଅନେକ ମହଙ୍ଗା ଗାଡି ଅଛି । ଅମ୍ବାନୀ ପରିବାର ପାଖରେ ମହଙ୍ଗା ଗାଡିର ଲାଇନ୍ ଲାଗିଛି । ନୀତା ଅମ୍ବାନୀଙ୍କ ପ୍ରିୟ ଗାଡି ହେଉଛି ଅଡିର ସ୍ପେଶାଲ ଏଡିସନ୍ ଅଡି ଏ୯ କେମୋଲିୟନ । ଏହା ଅଡିର ସ୍ପେଶାଲ ଏଡିସନ୍ ଏବଂ ଏହାର ମାତ୍ର କିଛି ୟୁନିଟ୍ସ ହିଁ ପ୍ରସ୍ତୁତ ହୋଇଥିଲା । ଏହି କାର୍ ବିଦେଶରୁ ମଗାଯାଇଥିଲା । ଏହି କାରର ଦାମ୍ ୯୦ କୋଟି କିନ୍ତୁ ବିଦେଶରୁ ଭାରତ ଆସିବାରେ ଏହାର ଦାମ୍ ୧୦୦ କୋଟି ଟଙ୍କା ହୋଇଯାଇଥିଲା । କୁହାଯାଉଛି କି ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ଗ୍ୟାରେଜରେ ଅନେକ ମହଙ୍ଗା କାର୍ ରହିଛି । ଏମାନଙ୍କ ଭିତରେ ମର୍ସିଡିଜ୍-ବେଞ୍ଜ ଏସ କ୍ଲାସ୍, ବେଣ୍ଟଲେ କନ୍ସିନେଣ୍ଟାଲ ଫ୍ଲାଇଙ୍ଗ ସ୍ପର, ରୋଲ୍ସ ରୟସ ଫାଣ୍ଟମ ଓ ବିଏମଡବ୍ଲୁ ୭ ସିରିଜ ସାମିଲ ।