ନୂଆଦିଲ୍ଲୀ,୨୧।୪: ଦେଶର ସବୁଠାରୁ ଧନୀ ଲୋକଙ୍କ ଭିତରେ ରିଲାୟନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ ରହିଛନ୍ତି। ଏସିଆ ମହାଦେଶରେ ମଧ୍ୟ ସେ ସବୁଠାରୁ ଧନୀ ବ୍ୟକ୍ତି। ଏପରିକି ବିଶ୍ବରେ ଧନୀ ବ୍ୟକ୍ତିଙ୍କ ତାଲିକାରେ ମୁକେଶ ଅମ୍ବାନୀ ୧୩ ତମ ସ୍ଥାନରେ ରହିଛନ୍ତି। ତାଙ୍କର ଧନ ଓ ଲାଇଫ ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ଯଦି ଆମେ କହିବା ଦେଶର ସବୁଠାରୁ ଧନୀ ବ୍ୟକ୍ତିମଧ୍ୟ ଋଣ କରିଛନ୍ତି। ତେବେ ଆପଣ କ’ଣ କହିବେ? ହଁ ଏକଥା ସତ ଯେ ମୁକେଶ ଅମ୍ବାନୀ ଋଣ କରିଚନ୍ତି। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ ମୁକେଶ ଅମ୍ବାନୀ କେବଳ ଦେଶର ସବୁଠାରୁ ଧନୀ ଲୋକ ନୁହଁନ୍ତି ଅଧିକ ଋଣ ମଧ୍ୟ କରିଛନ୍ତି। ତାଙ୍କର ସାମ୍ରାଜ୍ୟ ଏତେ ବଡ ହେବା ପଛରେ ରହିଛି ଋଣ। କାରଣ କୌଣସି ବଡ ଉଦ୍ୟୋଗ ପତି ବିନା ଋଣରେ ବ୍ୟବସାୟ କରିପାରିବ ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଗତ ୧୦ ବର୍ଷରେ ତାଙ୍କ ଉପରେ ଋଣଭାର ସାଢେ ୪ଗୁଣା ବଢି ସାରିଚି। ଆସନ୍ତୁ ଜାଣିବା ତାଙ୍କ ଉପରେ କେତେ ଋଣ ରହିଛି।
{"id":13648,"width":748,"height":419}ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାୟନ୍ସ ଇଣ୍ଡଷ୍ଟ୍ରୀଜ ଉପରେ ୨୦୧୦ରେ ୬୪,୬୦୬ କୋଟି ଟଙ୍କାର ଋଣ ଥିଲା। ଯାହାକି ୨୦୧୮ରେ ବଢିଯାଇ ୨,୮୭,୫୦୫ କୋଟି ହୋଇଯାଇଛି। ସାରା ଦେଶରେ କୌଣସି କମ୍ପାନୀ ଉପରେ ଏତେ ଋଣ ନାହିଁ ଯେତେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାୟନ୍ସ ଇଣ୍ଡଷ୍ଟ୍ରୀଜ ଉପରେ ରହିଛି। ଏହି ଋଣ ମାଧ୍ୟମରେ ସେ ସାରା ଦେଶରେ ନୂଆ ନୂଆ ଇଣ୍ଡଷ୍ଟ୍ରୀ ତିଆରି କରିଛନ୍ତି। ସେହି କାରଣରୁ ଯୁବପୀଢିଙ୍କୁ ରୋଜଗାର ମିଳୁଛି। ଏଭଳି ପରିସ୍ଥିତିରେ ବ୍ୟାଙ୍କ ଓ ସରକାର ଦୁହେଁ ମୁକେଶ ଅମ୍ବାନୀଙ୍କ କମ୍ପାନୀ ଉପରେ ଭରସା ରଖିଛନ୍ତି।
{"id":13649,"width":754,"height":754}ବର୍ତ୍ତମାନ ସମୟରେ ରିଲାୟନ୍ସ ଇଣ୍ଡଷ୍ଟ୍ରୀଜକୁ ଛାଡି ଦେଲେ ମୁକେଶ ଅମ୍ବାନୀଙ୍କ ପାଖରେ ୫୫.୩ ବିଲିୟନ ଡଲାର (୩.୮୩ ଲକ୍ଷ କୋଟି ଟଙ୍କା) ସମ୍ପତ୍ତି ରହିଛି। ସବୁଠାରୁ ବଡ କଥା ହେଉଛି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ୨୦୧୦ରୁ ନେଇ ୨୦୧୪ ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିଥିଲା। କିନ୍ତୁ ୨୦୧୫ରୁ ନେଇ ୨୦୧୯ ପର୍ଯ୍ୟନ୍ତ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବଢିବାରେ ଲାଗିଥିଲା। ଆଗାମୀ ଦିନରେ ସେ ଇ-କମର୍ସ ସେକ୍ଟରରେ ପାଦ ରଖିବାକୁ ଯାଉଛନ୍ତି। ମୁକେଶଙ୍କ ସମ୍ପତ୍ତି ଯେତେ ବଢିବାରେ ଲାଗିଛି ତାଙ୍କର ଋଣ ଭାର ମଧ୍ୟ ସେତେ ଅଧିକ ବଢିପାରେ ଆଗାମୀ ଦିନରେ।