PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ଆଣ୍ଟିଲିଆ ବାହାରୁ ମିଳିଲା ସ୍କର୍ପିଓ ମାଲିକଙ୍କ ଶବ

ମୁମ୍ୱାଇ – ଆଣ୍ଟିଲିଆ ବାହାରୁ ମିଳିଲା ସ୍କର୍ପିଓ  ମାଲିକଙ୍କ ମୃତଦେହ । ମୁମ୍ୱାଇରେ ଉଦ୍ୟୋଗପତି ମୁକେଶ ଅମ୍ୱାନୀଙ୍କ ଐଶ୍ୱର୍ଯ୍ୟପୂର୍ଣ୍ଣ ସୁଉଚ୍ଚ ଘର ଆଣ୍ଟିଲିଆ ରହିଛି । ଏହାର ବାହାରୁ ସ୍କର୍ପିଓ ମାଲିକ ହିରେନ ମନସୁଖଙ୍କ ମୃତଦେହ ମିଳିବା ଖବର ସାମନାକୁ ଆସିଛି । ତାଙ୍କର ଶବ ସଦିଗ୍ଧ ଅବସ୍ଥାରେ ମିଳିଛି । କୁହାଯାଉଛି କି ସେ କଲାବା ଡ୍ୟାମ୍‌କୁ ଡେଇଁ ଆତ୍ମହତ୍ୟା କରିଥିଲେ । କିଛି ଦିନ ତଳେ ଆଣ୍ଟିଲିଆ  ସାମନାରୁ ଠାବ ହୋଇଥିଲା ସ୍କର୍ପିଓ କାର ।

ସୂଚନା ମିଳିବା ପରେ  ନୌପଡ଼ା ପୁଲିସ୍‌ ଘଟଣା  ସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ ଚଳେଇଛି । ପୁଲିସ୍‌ ମୁତାବକ ଏହି ମାମଲା ଏକ ଆତ୍ମହତ୍ୟା ଭଳି ଲାଗୁଛି ।  ଏବେ ବଡ଼ ପ୍ରଶ୍ନ ଯେ, ହିରେନ୍‌ ଆତ୍ୟହତ୍ୟା କାହିଁକି କଲେ ?

ହିରେନ୍‌ ମନସୁଖ ସେହି ବ୍ୟକ୍ତି ଥିଲେ , ଯାହାଙ୍କର ସ୍କର୍ପିଓ କାର୍‌କୁ ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କର ଘର ପାଖରେ ଜିଲେଟିନ୍‌ ନେବାକୁ ବ୍ୟବହାର କରାଯାଇଥିଲା । ସେହି କାର୍‌ରୁ ଧମକପୂର୍ଣ୍ଣ ଚିଠି  ଓ କିଛି ଗାଡ଼ିର ନମ୍ୱର ପ୍ଲେଟ୍‌ ମଧ୍ୟ ମିଳିଥିଲା ।

କାର୍‌ରୁ ଜିଲେଟିନ୍‌ର ୨୦ଟି ଷ୍ଟିକ୍‌ ଉଦ୍ଧାର ହୋଇଥିଲା । ଯାହାର ବ୍ୟବହାର ବିସ୍ଫୋଟକ ତିଆରି ପାଇଁ କରାଯାଏ ଏବଂ ଧମକପୂର୍ଣ୍ଣ ଚିଠି ମଧ୍ୟ ମିଳିଥିଲା । ଏହି  ଚିଠିରେ କୁହାଯାଇଥିଲା କି ଏହା କେବଳ ଟ୍ରେଲର । ନୀତା ଭାଉଜ , ମୁକେଶ ଭାଇ … ଏହା କେବଳ ଝଲକ । ଆର ଥର ଏଥିରେ ଜିନିଷ ଭର୍ତ୍ତି ହୋଇ ତୁମ ପାଖକୁ ଆସିବ । ସବୁ ବନ୍ଦୋବସ୍ତ ହୋଇଯାଇଛି ।

ଏହାପରେ  ତଦନ୍ତ ଅଧିକାରୀମାନେ ଖୁଲାସା କରିଥିଲେ କି ସେହି ଦିନ ରାତି ପାଖାପାଖି ୧ଟାରେ ସ୍କର୍ପିଓ କାର୍‌ ସେଠାରେ ଠିଆ ହୋଇଥିଲା । ସେଠାରେ ଦୁଇଟି ଗାଡ଼ି ଦେଖିବାକୁ ମିଳିଥିଲା , ସ୍କର୍ପିଓ କାର୍‌ ବ୍ୟତୀତ ଆଉ ଏକ ଇନୋଭା ମଧ୍ୟ ଥିଲା । ସ୍କର୍ପିଓ କାର୍‌ର ଡ୍ରାଇଭର ଏହାକୁ ସେଠାରେ ଛାଡ଼ି ଚାଲିଯାଇଥିଲା । ଏହି ସଦିଗ୍ଧ କାର୍‌ର ସୂଚନା ଅମ୍ୱାନୀଙ୍କ ଘରେ ମୁତୟନ ସୁରକ୍ଷା କର୍ମୀମାନେ ସ୍ଥାନୀୟ ପୁଲିସ୍‌କୁ ଦେଇଥିଲେ ।  

ସମ୍ବନ୍ଧିତ ଖବର