PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ : ବକ୍ସିଂ ପ୍ରି-କ୍ୱାର୍ଟରରେ ହାରିଲେ ମେରିକମ୍
  • ||
  • କନ୍ଧମାଳ ଗସ୍ତରେ ପଞାୟତିରାଜ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଜଗାକୁ ଭେଟିଲେ, ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କଲେ ।
  • ||
  • ମାଲକାନଗିରି ଜିଲ୍ଲା ଖଇରପୁଟ ରାସ୍ତାରେ ବଲେରୋ ଗାଡ଼ି ସହ ୭କ୍ୱିଣ୍ଟାଲ ଗଞ୍ଜେଇ ଜବତ- ଜଣେଗିରଫ
  • ||
  • ନାକଟିଦେଉଳ: ବରଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ, IAS ଅଶୋକ ମୀନା ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ
  • ||
  • ନୀଳଗିରି: ଆଇନଜୀବୀଙ୍କୁ ମାଡ଼ ପ୍ରତିବାଦରେ ନୀଳଗିରି କୋର୍ଟ ବନ୍ଦ କଲେ ଓକିଲ ସଙ୍ଘ
  • ||
  • କଟକ: ଆସନ୍ତାକାଲି ଅଫ୍‌ଲାଇନ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଟୋକିଓ ଟକ୍କର: ପଦକ ପାଇବା ଦିଗରେ ଆଉ ପାଦେ ବଢିଲେ ସିନ୍ଧୁ, କ୍ୱାର୍ଟର ଫାଇନାଲରେ ପହଁଚିଲେ
  • ||
  • ବକ୍ସିଂ କ୍ବାର୍ଟରରେ ପହଞ୍ଚିଲେ ଭାରତର ସତୀଶ କୁମାର
  • ||
  • ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ୍ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ, ଜବତ କଲା ପୁଲିସ
  • ||
  • ଭୁବନେଶ୍ୱର: ଥାମୁନି କରୋନ ମୃତ୍ୟୁ,ରାଜ୍ୟରୁ ଆଉ ୬୫ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୬୧୫ଜଣ କୋଭିଡ୍ ପଜିଟିଭ
  • ||
  • କେନ୍ଦୁଝର: ଘାତକ ସାଜିଲା ଫ୍ରି-ଫାୟାର୍ ଗେମ୍, ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଆଜି ୨ ଜିଲ୍ଲାରେ ହେବନି ଟିକାଦାନ
  • ||
  • ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୨ଟି ସୁଇଜ ଗେଟ୍, ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||

ବିଶ୍ୱ ସ୍ପୋର୍ଟସ ଟିମ୍‌ ମାଲିକ ତାଲିକା: ସବୁଠୁ ଧନୀ ମୁକେଶ ଅମ୍ବାନି

source:www.livemint.com

ନୂଆଦିଲ୍ଲୀ,୧୮ା୩(ଏଜେନ୍ସି):ଫୋର୍ବସ ପତ୍ରିକା ବିଶ୍ୱର ସ୍ପୋର୍ଟସ ଟିମ୍‌ଗୁଡିକର ମାଲିକମାନଙ୍କ ଏକ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଭାରତୀୟ ଉଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌(ଆର୍‌ଆଇଏଲ୍‌) ଅଧ୍ୟକ୍ଷ ମୁକେଶ ଅମ୍ବାନି ଶୀର୍ଷରେ ଅଛନ୍ତି । ମୁକେଶ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ମାଲିକ । ଫୋର୍ବସ ଏହି ତାଲିକାରେ ୨୦ ଜଣ ବ୍ୟକ୍ତିଙ୍କୁ ସାମିଲ କରିଛି । ସୂଚୀ ଅନୁସାରେ, ଗତ ବର୍ଷ ତୁଳନାରେ ଚଳିତବର୍ଷ ୧୩ଟି ଟିମ୍‌ ମାଲିକଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିଛି ।

୫ ଜଣଙ୍କ ସମ୍ପତ୍ତିରେ ହ୍ରାସ ଘଟିଥିବାବେଳେ ଦୁଇ ଜଣଙ୍କ ସମ୍ପତ୍ତି ଅପରିବର୍ତ୍ତିତ ରହିଛି । ୩.୬ ଲକ୍ଷ କୋଟି ଟଙ୍କା ସମ୍ପତ୍ତିର ମାଲିକ ମୁକେଶ ୨୦୦୮ରେ ମୁମ୍ବାଇ ଇଣ୍ଡିଆନ୍‌ ଟିମ୍‌କୁ କିଣିଥିଲେ । ତାଲିକାରେ ଏନ୍‌ବିଏ ଟିମ୍‌ ଲସ୍‌ ଏଞ୍ଜେଲସ୍‌ କ୍ଲିପର୍ସ ମାଲିକ ଷ୍ଟିଭ୍‌ ବାଲ୍‌ମର୍‌ ଦ୍ୱିତୀୟ ଏବଂ ଅଟୋ ରେସିଂ ଟିମ୍‌ ରେଡ୍‌ ବୁଲ୍‌ର ମାଲିକ ଡିଏଟ୍ରିଚ୍‌ ମାଟେସିଟ୍‌ଜ ତୃତୀୟ ସ୍ଥାନରେ ରହିଛନ୍ତି । ଏହା ସହିତ ହକି ଟିମ୍‌ ସାନ୍‌ ଜୋସ୍‌ ସାର୍କର ମାଲିକ ହାସୋ ପ୍ଲେଟ୍‌ନର ଆଣ୍ଡ୍‌ ଫ୍ୟାମିଲି, ଚେଲ୍‌ସି ଫୁଟ୍‌ବଲ୍‌ କ୍ଲବ୍‌ର ମାଲିକ ରୋମାନ ଅବ୍ରାମୋବିଚ୍‌ ଏବଂ କରୋଲିନା ପାନ୍ଥର୍ସ ଫୁଟ୍‌ବଲ୍‌ ଟିମ୍‌ର ମାଲିକ ଡେଭିଡ୍‌ ଟେପର ମଧ୍ୟ ତାଲିକାରେ ସାମିଲ ହୋଇଛନ୍ତି ।

ସମ୍ବନ୍ଧିତ ଖବର