ମହିଳାଙ୍କ ଉପରେ ମୁକେଶ ଖାନ୍ନାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ-‘ଶକ୍ତିମାନ’ ନୁହେଁ ‘କିଲଭିସ୍’

ନୂଆଦିଲ୍ଲୀ,୩୧।୧୦: ଅଭିନେତା ମୁକେଶ ଖାନ୍ନା ମଧ୍ୟ କଙ୍ଗନା ରାନାଓ୍ବତଙ୍କ ରାସ୍ତାରେ। ଏହାର ଅର୍ଥ ଯେ, ଲଗାତାର ଭାବରେ ମୁକେଶ ଖାନ୍ନାଙ୍କର ବିବାଦୀୟ ମନ୍ତବ୍ୟ ପ୍ରତିଦିନ ବସିବାରେ ଲାଗିଛି। ପ୍ରତ୍ୟେକ ମାମଲାରେ ମୁକେଶ ଖାନ୍ନା ନିଜେ କିଛି ନା କିଛି ମନ୍ତବ୍ୟ ଦେଇଥାନ୍ତି। ‘ଦ କପିଲ ଶର୍ମା ଶୋ’ରୁ ଆରମ୍ଭ ହୋଇଥିବା ବିବାଦର ଧାରା ଏପର୍ଯ୍ୟନ୍ତ ଜାରି ରହିଛି। ଏବେ ସୋସିଆଲ ମିଡିଆରେ ମୁକେଶ ଖାନ୍ନାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ମୁକେଶ ଖାନ୍ନା  #MeToo ଉପରେ ନିଜର ରାୟ ଲୋକଙ୍କୁ ସେୟାର କରୁଛନ୍ତି।

ଭାଇରାଲ ହେଉଥିବା ଭିଡିଓରେ ମୁକେଶ ଖାନ୍ନା ମହିଳାଙ୍କୁ ଘରୁ ବାହାରି କାମ କରିବା ନେଇ ଆପତ୍ତି ପ୍ରକାଶ କରିଛନ୍ତି। ମୁକେଶ ଖାନ୍ନାଙ୍କ ମତରେ ମହିଳାଙ୍କୁ ଘରୁ ବାହାରିବା ହିଁ ସମସ୍ୟାର ମୂଳ କାରଣ। ମୁକେଶଙ୍କ ଏହି ବୟାନକୁ #MeToo  ଅଭିଯାନ ସହ ଯୋଡି ଦିଆଯାଇଥିଲା। ସେ ଏହି ଭିଡିଓରେ କହୁଛନ୍ତି, ଏହି #MeToo  ର ସମସ୍ୟା ସେବେଠାରୁ ଆରମ୍ଭ ହୋଇଛି, ଯେବେଠାରୁ ମହିଳାମାନେ ଘରୁ ବାହାରିବାର କାମ କରୁଛନ୍ତି। ମହିଳାମାନେ ପୁରୁଷଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ କାମ କରିବା ଦରକାର, କିନ୍ତୁ ସେ ଏହା ବୁଝୁନାହାନ୍ତି ଏଭଳି କରିବା ଦ୍ବାରା ତାଙ୍କ ପିଲାଙ୍କୁ ସବୁଠାରୁ ଅଧିକ କଷ୍ଟ ସହିବାକୁ ପଡୁଛି। ପିଲାଟି ଏକ ଆୟା(ଘରୋଇ ସହାୟିକା)ଙ୍କ ସହିତ ବାଧ୍ୟ ହେଉଛି। ଆୟାଙ୍କ ସହ ବସି ପିଲା ‘କ୍ୟୁକି ଶାଶ୍ ଭି କଭି ବହୂ ଥି’ ଭଳି ସିରିଏଲ ଦେଖୁଛନ୍ତି।

ଭିଡିଓରେ ମୁକେଶ ଖାନ୍ନା ମଧ୍ୟ କହିଥିଲେ ଯେ, ପୁରୁଷ ସବୁବେଳେ ପୁରୁଷ ଓ ନାରୀ , ନାରୀ ହୋଇଥାଏ। ସୋସିଆଲ ମିଡିଆରେ ଲୋକ ଏହି ଭିଡିଓକୁ ଖୁବ୍ ସେୟାର କରି ମୁକେଶ ଖାନ୍ନାଙ୍କୁ ସମାଲୋଚନା କରୁଛନ୍ତି। ଏବେ ନିଜର ଏହି ବୟାନ ଉପରେ ମୁକେଶ ଖାନ୍ନା କୌଣସି ସଫେଇ ଦେଇ ନାହାନ୍ତି। ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ନିଜର ‘ଶକ୍ତିମାନ’ ନୁହେଁ ବଂର ‘କିଲଭିସ୍’ ବୋଲି କହିଛନ୍ତି। ସେଭଳି ଅନେକ ଲୋକ ମୁକେଶ ଖାନ୍ନାଙ୍କର ସମସ୍ତ ସିରିଏଲ ଶୋ’କୁ ବୟକଟ୍ କରିବାର ଦାବି କରୁଛନ୍ତି। ଏବେ ଦେଖିବାକୁ ଅଛି କେବେ ଏହି ବିବାଦ ଉପରେ ମୁକେଶ ଖାନ୍ନା ସଫେଇ ଦେବେ।

 

 

 

 

 

 

 

 

 

 

 

 

 

 

 

 

   ସମ୍ବନ୍ଧିତ ଖବର


ସମୁଦ୍ର କୂଳରେ ମୃତଦେହ ଦେଖି ଡରିଗଲେ ମହିଳା, ପାଖରୁ ଦେଖିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ…

ବିଶ୍ବାସ ନା ଅନ୍ଧବିଶ୍ବାସ ! ଭାରତର ଏହି ମନ୍ଦିରରେ କରାଯାଉଛି କଳା କୁକୁରକୁ ପୂଜା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣା, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌