ଭାଇ ହେବ ତ ଏମିତି: ସାନଭାଇଙ୍କୁ ଜେଲ ଯିବାରୁ ବଞ୍ଚାଇଲେ ମୁକେଶ ଅମ୍ବାନୀ, କ’ଣ କହିଲେ ଅନିଲ

ନୂଆଦିଲ୍ଲୀ,୧୯।୩: ଖରାପ ସମୟରେ ଭାଇ ହିଁ ଆଉ ଜଣେ ଭାଇର କାମରେ ଆସିଥାଏ। ଏହାକୁ ପ୍ରମାଣିତ କରିଦେଇଛନ୍ତି ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀ। ସାନ ଭାଇ ଅନିଲ ଅମ୍ବାନୀଙ୍କ ସଙ୍କଟ ପରିସ୍ଥିତିରେ ମୁକେଶ ତାଙ୍କୁ ୪୬୨ କୋଟି ଟଙ୍କା ଋଣ ପରିଶୋଧ କରିବାକୁ ସାହାର୍ଯ୍ୟ କରିଛନ୍ତି। ଯାହାଫଳରେ ଅନିଲ ଅମ୍ବାନୀ ଜେଲ ଯିବାରୁ ବର୍ତ୍ତି ଯାଇଛନ୍ତି। ଠିକ୍ ସମୟରେ ଏହି ସାହାର୍ଯ୍ୟ କରିଥିବାରୁ ଅନିଲ ଅମ୍ବାନୀ ତାଙ୍କ ବଡ ଭାଇ ମୁକେଶ ଅମ୍ବାନୀ ଏବଂ ଭାଉଜ ନୀତା ଅମ୍ବାନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଠିକ୍ ସମୟରେ ବକେୟା ଟଙ୍କା ପରିଶୋଧ କରିବାକୁ ଆର୍ଥିକ ସହାୟତା ଦେଇଥିବାରୁ ଆରକମର ମୁଖପାତ୍ର ଅନିଲ ଅମ୍ବାନୀଙ୍କ ପକ୍ଷରୁ କହିଛନ୍ତି ’ମୁଁ ନିଜର ଆଦରଣୀୟ ବଡ ଭାଇ ମୁକେଶ ଅମ୍ବାନୀ ଓ ଭାଉଜ ନୀତା ଅମ୍ବାନୀଙ୍କୁ ଏହି ଖରାପ ସମୟରେ ସୋ ସାଥିୀରେ ଠିଆ ହୋଇଥିବାରୁ ଓ ସାହାର୍ଯ୍ୟ କରିଥିବାରୁ ଆନ୍ତରିକତାର ସହ ଧନ୍ୟବାଦ ପ୍ରଦାନ କରୁଛି। ଠିକ୍ ସମୟରେ ଏହି ସାହାର୍ଯ୍ୟ କରି ସେ ପରିବାରର ମୁଜବୁତ ମୂଲ୍ୟ ଓ ପରିବାରର ମହତ୍ତ୍ବକୁ ରେଖାଙ୍କିତ କରିଛନ୍ତି। ମୁଁ ଓ ମୋର ପରିବାର ବହୁତ ଆଭାରୀ ଯେ ଆମେ ପୁରୁଣା କଥାକୁ ପଛରେ ଛାଡି ଆଗକୁ ବଢିସାରିଛୁ ଓ ତାଙ୍କର ଏହି ବ୍ୟବହାର ମୋତେ ଖୁବ୍ ପ୍ରଭାବିତ କରିଛି ବୋଲି ଅନିଲଙ୍କ ପକ୍ଷରୁ କୁହାଯାଇଛି।

ଉଲ୍ଳେଖନୀୟ ଯେ ଗତକାଲି ସ୍ୱିଡେନ୍ର ଟେଲିକମ୍ ଉପକରଣ ନିର୍ମାତା ଏରିକ୍ସନ୍କୁ ୪୬୨ କୋଟି ଟଙ୍କା ପରିଶୋଧ କରି ଜେଲ ଯିବାରୁ ବର୍ତ୍ତି ଯାଇଥିଲେ। । ଗତ ମାସ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ ଯଦି ମାର୍ଚ୍ଚ ୧୯ ସୁଦ୍ଧା ଆର୍କମ୍ ଏରିକ୍ସନ୍କୁ ଏହାର ବକେୟାରାଶି ଶୁଝାନଯାଏ ତେବେ ଏହାର ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ଜେଲ ଯିବାକୁ ପଡିବ। ସବୁଆଡୁ ନିରାଶ ହେବା ପରେ ଭାଇଙ୍କ ଠାରୁ ସାହାର୍ଯ୍ୟ ପାଇଁ ଟଙ୍କା ପରିଶୋଧ କରି ଏରିକ୍ସନ୍ର ମୁହଁ ବନ୍ଦ କରିଦେଇଥିଲେ ଅନିଲ ଅମ୍ବାନୀ । ଯାହାଫଳରେ ଦୁଇ କମ୍ପାନି ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଆଇନଗତ ବିବାଦର ଅନ୍ତ ଘଟିଛି। ଯଦି ଆର୍କମ୍ ଟଙ୍କା ପରିଶୋଧ କରି ନ ଥାନ୍ତା ତା’ହେଲେ ଅନିଲ ୩ ମାସ ପାଇଁ ଜେଲ ଯାଇଥାନ୍ତେ।

ଏରିକ୍ସନ୍ ପକ୍ଷରୁ ଦାଏର୍ କରାଯାଇଥିବା ଅଦାଲତ ଅବମାନନା ମାମଲାରେ ଗତ ଫେବ୍ରୁଆରୀରେ ସର୍ବୋଚ୍ଚ ନ୍ୟାୟାଳୟ ଅନିଲ୍ଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଉଦ୍ଦେଶ୍ୟମୂଳକ ଭାବେ ଅନିଲ୍ ଟଙ୍କା ପରିଶୋଧ କରୁ ନ ଥିବା ଦର୍ଶାଇ ଏରିକ୍ସନ୍ ତାଙ୍କ ବିରୋଧରେ ମାମଲା ଦାଏର୍ କରିଥିଲା । ଏହାର ଶୁଣାଣି କରି କୋର୍ଟ କହିଥିଲେ ଯେ, ୪ ସପ୍ତାହ ମଧ୍ୟରେ ଟଙ୍କା ପରିଶୋଧ ନ କଲେ ଆର୍କମ୍ ଅଧ୍ୟକ୍ଷ ଅନିଲ ଅମ୍ବାନି, ରିଲାଏନ୍ସ ଇନ୍ଫ୍ରାଟେଲ୍ ଅଧ୍ୟକ୍ଷ ଛାୟା ଭିରାନି ଏବଂ ରିଲାଏନ୍ସ ଟେଲିକମ୍ ଅଧ୍ୟକ୍ଷ ସତୀଶ ସେଠ୍ ଜେଲ ଯିବେ। କିନ୍ତୁ ବଡ ଭାଇ ମୁକେଶ ଅମ୍ବାନୀଙ୍କ ପାଇଁ ଅନିଲ ଅମ୍ବାନୀ ଜେଲ ଯିବାରୁ ରକ୍ଷା ପାଇଛନ୍ତି।