PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଧିନାୟକ ପଦ ଛାଡ଼ିବେ ବିରାଟ କୋହଲି, ଟି-୨୦ ବିଶ୍ୱକପ୍‌ ପରେ କୋହଲି ଏହି ଫର୍ମାଟ୍‌ ଅଧିନାୟକ ପଦ ଛାଡ଼ିବା ନେଇ ସୋଶଲ ମିଡିଆରେ ସୂଚନା ଦେଲେ ବିରାଟ
  • ||
  • କଟକ: ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା, ବାଲୁ ବଜାର ପୂଜା କମିଟି ଆବେଦନର ଉପରେ ଶୁଣାଣି ଶେଷ, ଆସନ୍ତା କାଲି ରାୟ ପ୍ରକାଶ କରିବେ ହାଇକୋର୍ଟ
  • ||
  • ମାଲକାନଗିରି: ମାଓବାଦୀ କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ କଲେ ସୁରକ୍ଷାକର୍ମୀ, ଶିବିର ଛାଡ଼ି ଛତ୍ରଭଙ୍ଗ ଦେଲେ ମାଓବାଦୀ
  • ||
  • ରାୟଗଡ଼ା: ଆଜି ସନ୍ଧ୍ୟାରେ ଉତ୍କଳ ଆଲୁମିନା କାରଖାନାର ସମ୍ପ୍ରସାରଣ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଝାରସୁଗୁଡ଼ା: ହୀରାକୁଦ ଉପର ମୁଣ୍ଡରେ ବନ୍ୟା ସ୍ଥିତି, ସେମଲିଆ ରାସ୍ତା ଉପରେ ପ୍ରବାହିତ ହେଉଛି ୪ ଫୁଟ ଉଚ୍ଚର ପାଣି
  • ||
  • ବଲାଙ୍ଗୀର: ନିଶାଶକ୍ତ ୩ ଯୁବକଙ୍କ ଜଘନ୍ୟ କାଣ୍ଡ, ବନ୍ଧୁକ ମୁନରେ ଯୁବକଙ୍କ ମଳ ଦ୍ବାରରେ ଭର୍ତ୍ତି କଲେ ଷ୍ଟିଲ୍ ଗ୍ଲାସ
  • ||
  • ସମ୍ବଲପୁର: ହୀରାକୁଦର ଖୋଲିଲା ଆଉ ୪ ଗେଟ୍, ୨୮ ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ରାସ୍ତାର ଉପରେ ୭ ରୁ ୮ ଫୁଟ୍ ପାଣି ପ୍ରବାହିତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୧୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୫୮୦ ପଜିଟିଭ୍ ଚିହ୍ନଟ
  • ||
  • ବରଗଡ଼ : ପୁରୀରୁ ତୀର୍ଥ ସାରି ଫେରିବା ବାଟରେ ଅଘଟଣ, ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ୫ ଗୁରୁତର
  • ||
  • ବରଗଡ଼ : ୧୩ ଜିଲ୍ଲାରେ ଆତଙ୍କ ଖେଳାଇଥିବା ୨ ଅନ୍ତଃରାଜ୍ୟ ଏଟିଏମ୍ ଲୁଟେରା ଗିରଫ, ଅନ୍ୟ ୨ ଫେରାର
  • ||
  • ଭୁବନେଶ୍ୱର: ଡ଼େଲିଭରୀ ବୟ ଅପହରଣ ଘଟଣା, ମଧ୍ୟପ୍ରଦେଶରୁ ଯୁବକ ଓ ଯୁବତୀଙ୍କୁ ଭୁବନେଶ୍ୱରକୁ ଆଣିଲା କମିଶନରେଟ୍ ପୋଲିସ ସ୍ବତନ୍ତ୍ର ଟିମ୍
  • ||
  • ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ, ୧୮ରୁ ପୁଣି ଢ଼ାଳିବ ବର୍ଷା
  • ||
  • ଭୁବନେଶ୍ୱର: କରାଳ ରୂପ ଧରିଛି ମହାନଦୀ, ମାଡ଼ି ଆସୁଛି ବନ୍ୟା: ହୀରାକୁଦରେ ଖୋଲିବ ଆଉ ୪ଟି ଗେଟ୍, ନରାଜରେ ଜଳସ୍ତର ସତର୍କ ସଙ୍କେତ ଟପିଲା
  • ||

ଜାତି, ଧର୍ମର ହୀନ ରାଜନୀତି ବିଲୋପ କରିବ ବିଜେପି:କେନ୍ଦ୍ରମନ୍ତ୍ରୀ ମୁକ୍ତାର୍‌ ଆବାସ୍‌ ନକ୍‌ଭୀ

କଟକ/ଜଗତପୁର/ସାଲେପୁର,୨୦ ।୪(ଆପ୍ର): ବିଜେପିକୁ ଏକ ସାମ୍ପ୍ରଦାୟିକ ଦଳ କହି ଭୋଟ୍‌ ହାତେଇବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି ବିରୋଧୀ । ତେବେ ସେମାନଙ୍କର ଏହି ଆଶା ସଫଳ ହେବନାହିଁ । କାରଣ ଗତ ୫ ବର୍ଷରେ ବିଜେପି ସରକାର ଦଳମତ ନିର୍ବିଶେଷରେ ଭାରତବାସୀଙ୍କ ବିକାଶ ଦିଗରେ ଗୁରୁତ୍ୱ ଦେଇ ଆସିଛି । ବିଭିନ୍ନ ଜନହିତକର ଯୋଜନା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରରେ ବୃହତ ପରିବର୍ତ୍ତନ ଆଣିଛନ୍ତି । ତେଣୁ ବିରୋଧୀଙ୍କୁ କଡ଼ା ଜବାବ୍‌ ଦେଇ ବିଜେପିକୁ ପୁଣି ଥରେ ସମର୍ଥନ ଦେବାକୁ ଆହ୍ୱାନ ଜଣାଇଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ବିଭାଗ ମନ୍ତ୍ରୀ ମୁକ୍ତାର ଆବାସ୍‌ ନକ୍‌ଭୀ ।

ସାଲେପୁର ଉପକଣ୍ଠ ଭାତପଡ଼ା ଖେଳପଡିଆଠାରେ ଆଜି ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନକ୍‌ଭୀ । ଏହି ଅବସରରେ ସେ କହିଥିଲେ, ଓଡିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ଚଳିତ ନିର୍ବାଚନରେ ପରାଜୟ ଆଶଙ୍କାରେ ଏଠାକାର ସ୍ଥାନୀୟ ସରକାରଙ୍କ ଦ୍ୱାରା ହିଂସା ସୃଷ୍ଟି କରାଯାଉଛି । ଧର୍ମ, ଜାତି, ମିଥ୍ୟା, ଭଷ୍ଟ୍ରାଚାର ମାଧ୍ୟମରେ ଭୋଟ୍‌ ହାତେଇବାର ରାଜନୈତିକ ଷଡ଼ଯନ୍ତ୍ରର ବିଲୋପ କରିବା ବିଜେପିର ଲକ୍ଷ୍ୟ । ନରେନ୍ଦ୍ର ମୋଦିଙ୍କ ସରକାର ଏବଂ ଭାରତୀୟ ଜନତା ପାର୍ଟିର ସଂକଳ୍ପରେ ଦେଶ ଆଜି ବିକାଶ ହାୱାରେ ଆଗେଇ ଚାଲିଛି । ଏଠି ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଭାରତୀୟ ବୋଲି ବିଚାର କରାଯାଇ ସୁବିଧା ସୁଯୋଗ ସୃଷ୍ଟି କରାଯାଉଛି । ଚଳିତ ବର୍ଷ ଓଡ଼ିଶାରୁ ୭ଶହ ମୁସ୍‌ଲିମ୍‌ ଭାଇମାନେ ହଜ୍‌ ଯାତ୍ରା ପାଇଁ ଆବେଦନ କରିଥିବା ବେଳେ ସମସ୍ତଙ୍କ ଆବେଦନପତ୍ର ମଞ୍ଜୁର କରାଯାଇଛି । ଓଡ଼ିଶାରୁ ପ୍ରଥମ ଥର ପାଇଁ ଏକକାଳୀନ ଏତେସଂଖ୍ୟକ ଯାତ୍ରୀ ହଜ୍‌ କରିବାକୁ ଯିବେ । ପାକିସ୍ଥାନ ଏକ ମୁସ୍‌ଲିମ୍‌ ବହୁଳ ରାଷ୍ଟ୍ର ହୋଇଥିବା ବେଳେ ଚଳିତ ବର୍ଷ ସେଠାରୁ ୧ ଲକ୍ଷ ୮୦ ହଜାର ହଜ୍‌ ଯାତ୍ରୀ ମନୋନୀତ ହୋଇଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ଚଳିତ ବର୍ଷ ଭାରତରୁ ୨ ଲକ୍ଷରୁ ଅଧିକ ଯାତ୍ରୀ ହଜ୍‌ ଯାତ୍ରା କରିବାକୁ ଅନୁମତି ପାଇଛନ୍ତି । ସ୍ୱାଧୀନତା ପରେ କେବେ ବି ଏକକାଳୀନ ଏତେ ସଂଖ୍ୟକ ହଜ୍‌ ଯାତ୍ରୀ ଯାଇନାହାନ୍ତି, ଯାହା ଏଥର ସମ୍ଭବ ହୋଇଛି ବୋଲି ନକ୍‌ଭୀ କହିଛନ୍ତି ।

ସଭାରେ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ସାଲେପୁର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ସାଲେପୁରର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ବକ୍ତବ୍ୟ ରଖିଥିଲେ । ସାଲେପୁର ବ୍ଲକ ନାନ୍ଦୋଳ ପଞ୍ଚାୟତ ଭାତପଡ଼ା ଖେଳପଡ଼ିଆଠାରେ ଆୟୋଜିତ ଏହି ସମାବେଶ ଶେଷ କରି କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଆବାସ୍‌ ନକ୍‌ଭୀ କଟକରେ ଏକ ରୋଡ୍‌ ସୋ’ରେ ଯୋଗ ଦେଇଥିଲେ । ଗୌରୀଶଙ୍କର ପାର୍କ ଠାରୁ ଶୋଭାଯାତ୍ରାରେ ନକ୍‌ଭୀ ଏବଂ ଅନ୍ୟ ବରିଷ୍ଠ ବିଜେପି ନେତୃବୃନ୍ଦ ଦେୱାନ ବଜାର ପର୍ଯ୍ୟନ୍ତ ଯାଇଥିଲେ । ଏହି ଅବସରରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ରୋଡ୍‌ ସୋରେ ଦଳର କଟକ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର, ବାରବାଟୀ-କଟକ ବିଧାୟକ ପ୍ରାର୍ଥୀ ସମୀର ଦେଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।