ଏ ହିଁ ଜନତାଙ୍କ ପ୍ରକୃତ ପ୍ରତିନିଧି: ଗରିବଙ୍କ ପାଇଁ କାନ୍ଧରେ ରାସନ ବୋହିଲେ ବିଧାୟିକା, ଜିଣିଲେ ଲୋକଙ୍କ ମନ…

ତେଲେଙ୍ଗାନା ୮/୫: ଲକ୍‌ଡାଉନ୍‌ରେ ଗରିବ ଓ ଶ୍ରମିକଙ୍କ ପାଖରେ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି । ଏହି ସ୍ଥିତିରେ ତେଲେଙ୍ଗାନାର ମୁଲୁଗୁ ସ୍ଥିତ ମହିଳା ବିଧାୟକ ସୀତକ୍କା କାନ୍ଧ ଓ ମୁଣ୍ଡରେ ରାସନ ଲଦି ପଥୁରିଆ ରାସ୍ତା ଅତିକ୍ରମ କରି ଗରିବଙ୍କ ପାଖରେ ପହଞ୍ଚୁଛନ୍ତି । ସୋସିଆଲ ମିଡିଆରେ ତାଙ୍କ ନିଷ୍ଠାକୁ ଲୋକେ ସଲାମ କରିଛନ୍ତି । ଜଣେ ଟ୍ୱିଟର ୟୁଜର ଏହି ଭିଡିଓ ଶେୟାର କରି ଲେଖିଛନ୍ତି ‘ମନେହେଉଛି ଯେମିତି ଜଣେ ପ୍ରବାସୀ ନିଜ ଗାଁକୁ ଯାଉଛନ୍ତି? କିନ୍ତୁ ଏହା ନୁହେଁ! ସେ ଜଣେ ବିଧାୟକ, ଗରିବଙ୍କ ନିକଟରେ ରାସନ ପହଞ୍ଚାଇବା ପାଇଁ ପ୍ରଚଣ୍ଡ ଖରାରେ ପଥୁରିଆ ରାସ୍ତାରେ ସେ ନିଜେ ରାସନ ବୋହି ଚାଲୁଛନ୍ତି ।

ଗତ ୩୯ ଦିନରୁ ସୀତକ୍କା ଏହି କାମ କରୁଛନ୍ତି । ଆଉ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି ‘ବିଧାୟକ ସୀତକ୍କା ନିଜ ନିର୍ବାଚନ ମଣ୍ଡଳୀର ଗାଁରେ ଗରିବଙ୍କ ପାଖରେ ରାସନ ପହଞ୍ଚାଉଛନ୍ତି ।’ ସୀତକ୍କା ନିଜେ ମଧ୍ୟ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ କ୍ୟାପ୍‌ସନ ଲେଖିଛନ୍ତି ‘ଲୋକଙ୍କ ସାହାଯ୍ୟ ପାଇଁ ବାଇକ୍‌ ଓ ଚାଲି ଚାଲି ୧୬ କିଲୋମିଟର ଅତିକ୍ରମ କଲି । ଚାଉଳ, ପରିବା ଓ ତେଲ ଆଦି ବାଣ୍ଟିବାର ଆଜି ୩୯ ଦିନ ।’ ୪୮ ବର୍ଷୀୟା ସୀତକ୍କା ଦୁଇ ଥର ବିଧାୟକ ପଦରେ ରହିଛନ୍ତି । ମୁଲୁଗୁ ତେଲେଙ୍ଗାନାରେ ପ୍ରାୟ ୬୦୦ ଗାଁର ଏକ ବଡ଼ ନିର୍ବାଚନ ମଣ୍ଡଳୀ । ତନ୍ମଧ୍ୟରୁ ଅଧିକାଂଶ ଗାଁ ଜଙ୍ଗଲ ଓ ଜନଜାତି କ୍ଷେତ୍ରରେ ଅବସ୍ଥିତ ।

   ସମ୍ବନ୍ଧିତ ଖବର


ପ୍ରକାଶ ପାଇଲା ସିଭିଲ ସର୍ଭିସ ପ୍ରିଲିମ୍‌ ରେଜଲ୍ଟ

‘କୋଭାକ୍ସିନ’ର ୩ୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମିଳିଲା ଅନୁମତି

କରୋନା ସହ ୧୫ ଦିନ ଲଢ଼େଇ ପରେ ହାରିଗଲେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରୁକ୍ମଣୀ ଦେବୀ

ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଖାଲି ପାଦରେ ନିତି ୧୦ କି.ମି. ସାଇକେଲ ଚଲାଇ ଯାଉଛନ୍ତି ଡାକ୍ତର, ୮୭ ବର୍ଷରେ ବି କମିନି ସେବାର ନିଶା

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…