
ମୁମ୍ବାଇ,୩।୧୨: ମୁମ୍ବାଇର ସମୁଦ୍ର କୂଳରେ ଭାସୁଥିବା ଅବସ୍ଥାରେ ଏକ ସୁଟେକେସ୍କୁ ମିଳିଛି। ଏସମ୍ପର୍କରେ ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲା। ସୁଟକେସ୍ ଖୋଲିବା ପରେ କୌଣସି ଅଜ୍ଞାତ ବ୍ୟକ୍ତିଙ୍କର କଟା ଅଙ୍ଗ ଏହା ଭିତରେ ଥିଲା। ପୋଲିସ ମାମଲା ରୁଜୁ କରି ଅଜ୍ଞାତ ବ୍ୟକ୍ତିଙ୍କ କ୍ଷତ-ବିକ୍ଷତ ମୃତଦେହକୁ ହସ୍ପିଟାଲ ପଠାଇଛି। ପୋଲିସ ଏବେ ଏହି ମାମଲାର ତଦନ୍ତ ଜାରି ରଖିଛି।
ମିଳିଥିବା ସୂଚନା ଅନୁସାରେ, ସୋମବାର କିଛି ଲୋକ ମହିମରେ ଉପକୂଳରେ ଥିବା ଥିବା ମାଖଦୁମ ଶାହ ବାବା ଦରଘା ପଛ ପାଖ ସମୁଦ୍ର କୂଳରେ ଏକ ସୁଟକେସ ଭାସୁଥିବାର ଦେଖିବାକୁ ପାଇଥିଲେ। ପ୍ରଥମେ ଲୋକମାନେ ଦେଖିଥିଲେ। ତେବେ ଲୋକମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସୁଟକେସକୁ ଖୋଲିବା ବେଳେ ଏହା ଭିତରେ ଜଣେ ବ୍ୟକ୍ତିଙ୍କ କଟା ହାତ, ଗୋଡ଼ ଏବଂ ଗୁପ୍ତାଙ୍ଗ ଏକ ଜରି ଭିତରେ ଥିଲା। ପୋଲିସ ଏହି ଖଣ୍ଡ ବିଖଣ୍ଡି ପରୀକ୍ଷା ପାଇଁ ଖଣ୍ଡବିଖଣ୍ଡିତ ଅଂଶକୁ ହସ୍ପିଟାଲକୁ ପଠା ଯାଇଛି।