ଭୁବନେଶ୍ୱର-ମୁମ୍ବାଇ ଏୟାର ଇଣ୍ଡିଆ ବିମାନରେ ନିଆଁ, ରାୟପୁରରେ ହେଲା ଜରୁରୀ ଅବତରଣ

ରାୟପୁର, ୮।୧୧: ଭୁବନେଶ୍ବର-ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା  ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନରେ ନିଆଁ ଲାଗିବା କାରଣରୁ ଜରୁରୀ ଅବତରଣ କରିଛି।  ଏୟାର ଇଣ୍ଡିଆର ବିମାନ ନମ୍ବର A321 ଯାତ୍ରା କରିବା ସମୟରେ ଏହି ନିଆଁ ଲାଗିଥିଲା। ନିଆଁ ଲାଗିବା ବିଷୟରେ ଜାଣିବା ପରେ ପାଇଲଟ୍ ଜଣକ ତୁରନ୍ତ ଏୟାର ଟ୍ରାଫିକ୍ କନଟ୍ରୋଲଙ୍କ ସହିତ ଯୋଗାଯୋଗ କରିବା ପରେ ରାୟପୁର ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା।

ମିଳଥିବା ଖବର ଅନୁସାରେ, ବିମାନଟି ଶୁକ୍ରବାର ଭୁବନେଶ୍ୱରରୁ ୮୯ ଯାତ୍ରୀଙ୍କୁ ନେଇ ମୁମ୍ବାଇ ଉଡିଥିଲା। ତେବେ ବିମାନର ଦ୍ୱିତୀୟ ଇଞ୍ଜିନରେ ନିଆଁ ଲାଗିବା ଯୋଗୁ ଇଞ୍ଜିନଟି ଖରାପ ହୋଇଯାଇଥିଲା। ଇଞ୍ଜିନରେ ନିଆଁ ଲାଗିବା ଯୋଗୁ ୫ଟା ୫୭ ମିନିଟରେ ରାୟପୁରରେ ସୁରକ୍ଷିତ ଅବତରଣ କରିଛି। ତେବେ ସମସ୍ତ ଯାତ୍ରୀ ଓ ଚାଳକ ଦଳ ସଦସ୍ୟ ସୁରକ୍ଷିତ ଥିବା ଜଣାପଡିଛି। ତେବେ ଇଞ୍ଜିନରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନାହିଁ।

   ସମ୍ବନ୍ଧିତ ଖବର


ଭୁଲ୍ ଆଧାର ନମ୍ବର ଦେଲେ ଲାଗିପାରେ ୧୦ ହଜାର ପର୍ଯ୍ଯନ୍ତ ଜୋରିମାନା

ଭାରତର ମହାନ କ୍ରିକେଟରଙ୍କର ନାମରେ ରଖାଗଲା ବୁଢିଆଣୀର ନୂଆ ପ୍ରଜାତିର ନାମ, ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ

ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

‘ଗୁରୁଜୀ ମୁଁ ଆସୁଛି’ କହି ୭ମ ମହଲାରୁ ଡେଇଁ ପଡିଲେ ଇଞ୍ଜିନିୟରିଂ ଛାତ୍ର