ଭୁଶୁଡି ପଡିଲା ମୁମ୍ବାଇର ସିଏସଟି ପାଖ ଫୁଟ ଓଭରବ୍ରିଜ, ୨୩ ଆାହତ

ମୁମ୍ବାଇ,୧୪।୩:ମୁମ୍ବାଇର ସିଏସଟି(ଛତ୍ରପତି ଶିବାଜୀ ଟର୍ମିନସ୍) ରେଳଓ୍ବେ ଷ୍ଟେସନ୍ ପାଖରେ ଏକ ଫୁଟ୍ ଓଭର ବ୍ରିଜି ଆଜି ଭୁଶୁଡି ପଡିଛି। ଘଟଣା ସ୍ଥଳରେ ପୋଲିସ ଓ ଆମ୍ବୁଲାନ୍ସ ପହଁଞ୍ଚି ଯାଇଛି। ମୁମ୍ବାଇ ପୋଲିସର ସୂଚନା ଅନୁସାରେ ଦୁର୍ଘଟଣାରେ ଆହତ ହୋଇଥିବା ୨୩ ଲୋକଙ୍କୁ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଘଟଣାଟି ସନ୍ଧ୍ୟା ପ୍ରାୟ ୭ଟା ୩୦ ମିନିଟରେ ଘଟିଛି। ଦୁର୍ଘଟଣାରେ ଫୁଟ୍ ଓଭରବ୍ରିଜର ୬୦ ପ୍ରତିଶତ ଭାଗ ଭୁଶୁଡି ଯାଇଛି। ଏହି ବ୍ରିଜ୍ ରେଲଓ୍ବେ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧କୁ ଯୋଡୁଥିଲା। ।
ଏହା ଭୁଶୁଡିବା ସମୟରେ ବହୁ ଯାନବାହାନ ଓ ଲୋକ ବ୍ରିଜ ତଳେ ଯାଉଥିଲେ। ବ୍ରିଜର ଭଗ୍ନାବଶେଷ ତଳେ ବହୁ ଲୋକ ଫଶି ରହିଥିବାର ଆଶଙ୍କା କରାଯାଉଛି। ଏହି ଓଭରବ୍ରିଜଟି ୪୦ ବର୍ଷ ପୁରୁଣା ହୋଇଥିବା ବେଳେ ସନ୍ଧ୍ୟା ସମୟରେ ପ୍ରବଳ ଭିଡ ଲାଗି ରହିଥିବାରୁ ଭୁଶୁଡି ଯାଇଥିଲା। ଆହତଙ୍କ ସଂଖ୍ୟା ଆହୁରି ବଢିବାରେ ବୋଲି କୁହାଯାଉଛି।