PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ପ୍ରେମୀ ଯୁଗଳଙ୍କ କାର୍ଯ୍ୟକଳାପକୁ ନେଇ ଅଡୁଆରେ ସୋସାଇଟିର ଲୋକେ, ଗେଟ୍ ବାହାରେ ଲେଖିଲେ ‘ନୋ କିସିଂ ଜୋନ୍’

https://www.mid-day.com

ମୁମ୍ବାଇ,୧।୮: ମୁମ୍ବାଇର ଏକ ଆବାସିକ ସୋସାଇଟିର ଲୋକ ଲକଡାଉନ୍ ସମୟରେ ଗୋଟିଏ ସମସ୍ୟାକୁ ନେଇ ଚିନ୍ତିତ ରହିଛି। ଆଉ ସେହି କାରଣଟି ହେଲା ତାଙ୍କ ଆପାର୍ଟମେଣ୍ଟ ବାହାରେ ଥିବା ରାସ୍ତାକୁ ଆସୁଥିବା ପ୍ରେମୀ ଯୁଗଳ।  ସୋସାଇଟିର ଲୋକଙ୍କ କହିବା ଅନୁସାରେ, ଲକଡାଉନ୍ ସମୟରେ କିଛି କପଲ ତାଙ୍କ ସୋସାଇଟି ପାଖରେ ଥିବା ରାସ୍ତାକୁ ଆସିଯାଉଛନ୍ତି। ଏହି ସମୟରେ ସେମାନେ ପରସ୍ପରକୁ କିସ୍ କରିବା ଭଳି ଆପତ୍ତିଜନକ କାର୍ଯ୍ୟ କରୁଥିଲେ। ସୋସାଇଟିରେ ରହୁଥିବା ଲୋକଙ୍କୁ ଏହା ଭାରି ଖରାପ ଲାଗିଥିଲା। ସେମାନେ ଗେଟ୍ ବାହାରେ ‘ନୋ କିସିଂ ଜୋନ୍’ ଲେଖି ପେଣ୍ଟ କରିଦେଇଥିଲେ। ପୂର୍ବ ଅପେକ୍ଷା ଏବେ ସେଠାକୁ କପଲମାନେ କମ୍ ଆସୁଛନ୍ତି।

ଏପର୍ଯ୍ୟନ୍ତ ଆପଣମାନେ ‘ନୋ ସ୍ମୋକିଂ ଜୋନ୍,  କିମ୍ବା ‘ନୋ ରାସ୍ ଡ୍ରାଇଭିଂ’ ଓ ‘ନୋ ଲିଟରିଂ’ ଭଳି ସାଇନବୋର୍ଡ ଦେଖିଥିବେ, କିନ୍ତୁ ଏଥର ‘ନୋ କିସିଂ ଜୋନ୍’ ଦେଖିବା ତାଙ୍କ ପାଇଁ ନୂଆ ଥିଲା। ଏହି ସାଇନବୋର୍ଡ ମୁମ୍ବାଇ ବୋରିଭଲିର ସତ୍ୟମ ଶିବମ୍ ସୁନ୍ଦରମ୍ ସୋସାଇଟିର ଗେଟ୍ ଆଗରେ ଲଗାଯାଇଥିଲା। ସୋସାଇଟି ରହୁଥିବା ଏକ ଦମ୍ପତ୍ତି କରନ୍ ଓ ରୁଚି ପ୍ରଥମେ ଘର ପାଖରେ ଥିବା ରାସ୍ତାରେ ପ୍ରେମୀଯୁଗକଙ୍କ ଆପତ୍ତିଜନକ କାର୍ଯ୍ୟକଳାପର ଭିଡିଓ ତିଆରି କରିଥିଲେ। ସେମାନେ ଭିଡିଓ କରି ସ୍ଥାନୀୟ କର୍ପୋରେଟକୁ ପଠାଇଥିଲେ। କର୍ପୋରେଟ୍‌ର ଏହି ଭିଡିଓକୁ ପୋଲିସକୁ ଦେବା କଥା କହିଥିଲେ। କିନ୍ତୁ କରନ୍ ଓ ରୁଚିଙ୍କୁ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରୀୟା ମିଳିନଥିଲା। ଏହାପ​‌​‌ରେ ସୋସାଇଟିର ସଦସ୍ୟ ପରସ୍ପର ଭିତରେ ଆଲୋଚନା କରି ବାହାରେ ‘ନୋ କିସିଂ ଜୋନ୍’ର ବୋର୍ଡ ଲଗାଇଥିଲେ। ସୋସାଇଟିର ଲୋକଙ୍କ କହିବା ଅନୁସାରେ, ବହୁ କପଲ କାର, ବାଇକ୍ ନେଇକି ସେଠାକୁ ଆସୁଥିଲେ। ତେବେ ସେଠାରେ ସାଇନବୋର୍ଡ ଲାଗିବା ପରେ ଏହି ସଂଖ୍ୟା କମିଯାଇଛି। ଏବେ ସେଠାକୁ କେବଳ ସେଲଫି ନେବାକୁ ଆସୁଛନ୍ତି।

ସମ୍ବନ୍ଧିତ ଖବର